ଠିକ୍‌ ଠିକଣାରେ ଭୁଲ ମୃତଦେହ

ନିଶ୍ଚିନ୍ତକୋଇଲି,୧୨।୪(ସ୍ବ.ପ୍ର): ଠିକଣା ଠିକ୍‌ ଥିଲେ ମଧ୍ୟ ଭୁଲ୍‌ ମୃତଦେହ ପରିବାର ନିକଟରେ ପହଞ୍ଚତ୍ଥିଲା। ଆତ୍ମୀୟଙ୍କ ମରଶରୀରକୁ ଚିହ୍ନି ନ ପାରି ପରିବାର ଲୋକେ ତାହାକୁ ସତ୍କାର କରିଦେଲେ। ହେଲେ ପରେ ଜଣାପଡ଼ିଥିଲା ସଂସ୍କାର କରାଯାଇଥିବା ମୃତଦେହ ରାଜସ୍ଥାନର ଜଣେ ମୃତବ୍ୟକ୍ତିଙ୍କର। କୋରିୟର କମ୍ପାନୀର ଭୁଲ ଯୋଗୁ ଏଭଳି ଏକ ଘଟଣା କଟକ ଜିଲା ନେମାଳ ଥାନା ନିଶ୍ଚିନ୍ତକୋଇଲି ବ୍ଲକର ତିଲକଣା ପଞ୍ଚାୟତ ଅନ୍ତର୍ଗତ କୁଆଁଶୋଳ ଗ୍ରାମରେ ଘଟିଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, କୁଆଁଶୋଳ ଗ୍ରାମରେ ପହଞ୍ଚତ୍ଥିବା ମୃତଦେହକୁ ଜାଣି ନ ପାରି ପରିବାର ଲୋକେ ରାଜସ୍ଥାନର ଜଣେ ମୃତବ୍ୟକ୍ତିଙ୍କ ମରଶରୀରକୁ ସଂସ୍କାର କରିଦେଇଛନ୍ତି। ହେଲେ କୁଅଁାଶୋଳ ଗ୍ରାମର ମୃତବ୍ୟକ୍ତିଙ୍କ ମୃତଶରୀର ରାଜସ୍ଥାନରେ ପହଞ୍ଚତ୍ଥିବା ଜଣାପଡ଼ିଛି। ଇତିମଧ୍ୟରେ ତାଙ୍କ ମୃତଦେହ ସେଠାରୁ ଗ୍ରାମକୁ ପଠାଯାଇଥିବା କୁହାଯାଉଛି। ଅପରପକ୍ଷେ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ରାଜସ୍ଥାନର ମୃତକଙ୍କ ଚିତାଭସ୍ମ ଓ ଅସ୍ଥିକୁ ତାଙ୍କ ପରିବାର ଲୋକେ ଆସି ସାଙ୍ଗରେ ନେଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। କୁଆଁଶୋଳ ଗ୍ରାମର ବିଳାସ ଚନ୍ଦ୍ର ଭୂୟାଁ(୫୨)ଦୀର୍ଘ ଦିନ ହେବ ମୁମ୍ବାଇସ୍ଥିତ ଏକ ଘରୋଇ ଗାଡ଼ି କମ୍ପାନୀରେ କାର୍ଯ୍ୟ କରୁଥିଲେ। ନିକଟରେ ମସ୍ତିଷ୍କରେ ଆଘାତ ହେବାରୁ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ପୈତୃକ ଗ୍ରାମକୁ ଅଣାଯିବା ନିମନ୍ତେ ୮୫ ହଜାର ଟଙ୍କାର ଆବଶ୍ୟକତା ପଡ଼ିଥିଲା। ମୁମ୍ବାଇରେ ଥିବା ଏକ ସଂସ୍ଥାର ସ୍ବେଚ୍ଛାସେବୀମାନେ ୩୫ ହଜାର ଟଙ୍କା ଆଦାୟ କରି ଦେଇଥିଲେ। ଅବଶିଷ୍ଟ ୫୦ ହଜାର ଟଙ୍କା ପଠାଇବା ନିମନ୍ତେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ଉକ୍ତ ଟଙ୍କା ପଠାଇବା ପରେ ମୃତଦେହ ମୁମ୍ବାଇ ବିମାନବନ୍ଦରରୁ ଆସିଥିଲା। ହେଲେ ସେଠାରେ କୋରିଅର କର୍ମଚାରୀମାନେ ବିଳାସଙ୍କ ମୃତଦେହ ଥିବା ବାକ୍ସରେ ଭୁଲ୍‌ବଶତଃ ରାଜସ୍ଥାନର ଜୟପୁର ସହର ଅଭିମୁଖେ ଯିବାକୁ ଥିବା ଠିକଣା ଏବଂ ଅଣଓଡ଼ିଆଙ୍କ ମୃତଶରୀର ବାକ୍ସ ଉପରେ ବିଳାସଙ୍କ ନାମ ଓ ଘର ଠିକଣା ଲେଖି ଦେଇଥିଲେ। ଫଳସ୍ବରୂପ ଅଣଓଡିଆ ବ୍ୟକ୍ତିଙ୍କ ମୃତଦେହ କୁଅଁାଶୋଳ ଗ୍ରାମକୁ ଚାଲି ଆସିଥିଲା। ବିଳାସଙ୍କ ପରିବାର ଲୋକେ ବାକ୍ସରୁ ମୃତଦେହ କାଢ଼ିଥିଲେ ମଧ୍ୟ ତାଙ୍କ ଶରୀରରେ ଗୁଡ଼ା ହୋଇଥିବା ପଲିଥିନ ନ ଖୋଲି ଲୁଣାନଦୀ ଶଯ୍ୟାରେ ଦାହ ସଂସ୍କାର କରିଦେଇଥିଲେ। ଅପରପକ୍ଷେ ବିଳାସଙ୍କ ମୃତଦେହ ଜୟପୁର ଅଭିମୁଖେ ଚାଲିଯାଇଥିଲା। ସେଠାରେ ବିଳାସଙ୍କ ମୃତଦେହ ପହଞ୍ଚତ୍ବା ଦେଖି ଅଣଓଡ଼ିଆଙ୍କ ପରିବାର କୋରିଅର କମ୍ପାନୀ ସହ ଯୋଗାଯୋଗ କରିଥିଲେ। ଏହାପରେ ତ୍ରୁଟି ସମ୍ପର୍କରେ ଜଣାପଡ଼ିଥିଲା। ଏନେଇ ରାଜସ୍ଥାନରେ ସମ୍ପୃକ୍ତ ଅଣଓଡ଼ିଆଙ୍କ ପରିବାର ବିଳାସଙ୍କ ମୃତଶରୀରକୁ ଦାହ ନ କରି ତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିଥିଲେ। ଅଣଓଡ଼ିିଆଙ୍କ ଚିତାଭସ୍ମକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ଓ ବିଳାସଙ୍କ ମୃତଦେହକୁ କୁଅଁାଶୋଳ ଗ୍ରାମକୁ ଫେରାଇ ଦିଆଯିବ ବୋଲି ଉଭୟ ପରିବାର ମଧ୍ୟରେ ବୁଝାମଣା ହୋଇଥିଲା। ରିପୋର୍ଟ ଲେଖା ହେଲା ବେଳକୁ କୁଆଁଶୋଳ ଗ୍ରାମରେ ବିଳାସଙ୍କ ମୃତଦେହ ପହଞ୍ଚତ୍ ନ ଥିବାବେଳେ ଅଣଓଡ଼ିଆଙ୍କ ପରିବାର ଲୋକେ ଗ୍ରାମରେ ପହଞ୍ଚତ୍ ଚିତାଭସ୍ମ ନେଇଥିବା କୁହାଯାଉଛି। ଏ ସମ୍ପର୍କରେ ନେମାଳ ଥାନା ଭାରପ୍ରାପ୍ତ ଅଧିକାରୀ ଗୌରାଙ୍ଗ ବିଶ୍ୱାଳ କୁ୍‌ହନ୍ତି, ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ତେବେ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ମୃତଦେହ ସମ୍ପର୍କରେ ମାହାଙ୍ଗା ଅଞ୍ଚଳର କେତେଜଣ ଲୋକେ ଥାନା ସହ ଯୋଗାଯୋଗ କରିଥିଲେ। ଆମେ ସେମାନଙ୍କୁ କୁଅଁାଶୋଳ ଗ୍ରାମର ଠିକଣା ପଠାଇ ବିଳାସଙ୍କ ପରିବାର ସହ ଯୋଗାଯୋଗ କରାଇ ଦେଇଥିଲୁ। ସେମାନେ ସମ୍ପୃକ୍ତ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଅବଲମ୍ବନ କରିଥାଇପାରନ୍ତି। ଏ ସମ୍ପର୍କରେ ଅଧିକ ତଥ୍ୟ ଆମପାଖରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri