Posted inଫୁରସତ

ସାହିତି୍ୟକା ମିନାକ୍ଷୀ ଦ୍ବିବେଦୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

କଟକରେ ମୋ ଜନ୍ମ। ଘରର ପୁଣି ବଡ ଝିଅ। ପିଲାଦିନୁ ଖୁବ୍‌ ଚଞ୍ଚଳ ଥିଲି। ସ୍କୁଲରେ ସବୁବେଳେ ପ୍ରଥମ ହେଉଥିଲି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରସ୍ତାବ କ୍ରମେ ମୋତେ ହିଁ ଶ୍ରେଣୀରେ ଫାଷ୍ଟ ମନିଟର କରା ହେଉଥିଲା। ପ୍ରଥମ ଧାଡି ଛାଡ଼ି କି କେବେବି ଦ୍ବିତୀୟ ଧାଡିରେ ବସିନି। ପାଠପଢ଼ାରେ ଭଲ ଥିବା ଯୋଗୁ ଶିକ୍ଷକ ଶିକ୍ଷୟିତ୍ରୀ ଯାହା ବି ଶିକ୍ଷାଦାନ କରୁଥିଲେ ମୋର ପୂରା ମୁଖସ୍ଥ ହୋଇଯାଉଥିଲା।
ସ୍କୁଲ୍‌ବେଳେ ନାଟକ ବି ଲେଖୁଥିଲି ଆଉ ତାକୁ ସାଙ୍ଗମାନଙ୍କୁ ଶିଖାଉଥିଲି। ସ୍କୁଲର ବାର୍ଷିକ ଉତ୍ସବରେ ମଧ୍ୟ ଅଭିନୟ କରୁଥିଲି। ଡିବେଟ୍‌ ହଉ କି ରଚନା ଅଥବା କୁଇଜ କମ୍ପିଟିଶନ ସବୁଥିଲେ ଭାଗ ନେବା ଆଉ ପୁରସ୍କାର ପାଇବା ମୋର ସୁନିଶ୍ଚିତ ଥିଲା। ମତେ ଏନ୍‌ଟିଏସ୍‌ଇ ସ୍କୋଲାରସିପ ବି ମିଳିଥିଲା। କିନ୍ତୁ ସେଇ ରୋଜଗାରର ପୁଲକ ମୋ ପିଲାଦିନର ସ୍ମୃତି ସହ ଝାପ୍ସା ହୋଇଯାଇଛି। କଲେଜରେ ପାଦ ଥାପିଲା ପରେ ପରେ ମୁଁ ଥମି ଗଲି। ବୋଧହୁଏ କୋ- ଏଜୁକେସନ ଥିଲା ବୋଲି ଧୀରେ ଧୀରେ ଅନ୍ତର୍ମୁଖୀ ହୋଇଗଲି। କିନ୍ତୁ ବହି ପଢ଼ାପଢ଼ି ବହୁତ କରୁଥିଲି। ପରୀକ୍ଷା ଥାଉ ନଥାଉ ସବୁବେଳେ ବିଭିନ୍ନ ପ୍ରକାର ବହି ସଂଗ୍ରହ କରିକି ପଢୁଥିଲି। +୨ ପରେ ଓୟୁଏଟିରେ ପାଇ ବି ଯାଇ ନଥିଲି। ନନା ଦୂରରେ ହଷ୍ଟେଲରେ ରହିବାକୁ ଛାଡିଲେନି। ଏମିତି ଏମିତି ରେଭେନ୍ସାରୁ ଏମଏସସିରେ ଫାଷ୍ଟ କ୍ଲାସ ଡିଷ୍ଟିଙ୍ଗସନରେ ପାସ କଲି। ତା’ ସଙ୍ଗେ ସଙ୍ଗେ ନଳିନୀ ଦେବୀରେ ବିଇଡ଼ି କଲି। ଏହାର ଅଳ୍ପଦିନ ପରେ ମୋର ବାହାଘର ହୋଇଗଲା। ଶାଶୁଘରେ ରହିଲି। ଶାଶୁଘର କାମ ସହ ଚାକିରୀ କରିବା ମୋ ପାଇଁ ସୁବିଧା ହେଲାନି। ପ୍ରଥମେ ପୁଅ ତା’ପରେ ଝିଅର ଜନ୍ମ। ମୋର ସମୟ ସେମାନଙ୍କ ଦେଖାରଖାରେ ଗଲା। ଘର କାମ ପିଲାଙ୍କ କାମରେ ସବୁବେଳେ ବାନ୍ଧି ହୋଇ ରହିଲା ମୋର ଜୀବନ। ମୁଁ ବହୁତ ଭଲ ପଢ଼ୁଥିଲି ବୋଲି ସମସ୍ତେ ଭାବୁଥିଲେ ମୋର ଭବିଷ୍ୟତରେ ଗୋଟେ ଭଲ ଚାକିରି ଥୁଆ। କିନ୍ତୁ ହେଇ ପାରିଲାନି। ମୁଁ କଲେଜରେ ପଢୁଥିବା ବେଳେ ଟ୍ୟୁଶନ ସେଣ୍ଟରରେ ଆନ୍ଧ୍ରା ମେଟ୍ରିକ ପିଲାଙ୍କୁ ପଢେଇବା ପାଇଁ ଅଫର୍‌ ଆସିଥିଲା। ମୋ ନନା ମନା କଲେ ମୋ ପାଠପଢ଼ାରେ ବ୍ୟାଘାତ ଘଟିବ ବୋଲି। ମୁଁ ବି ଆଗ୍ରହ ଦେଖେଇ ନଥିଲି। ବାହାଘରର କିଛି ବର୍ଷ ପରେ ଆସାମରେ ଥିଲାବେଳେ ବି ସ୍କୁଲରେ ପଢେଇବା ପାଇଁ କଲ୍‌ ଆସିଥିଲା। ମୁଁ ମନା କରିଦେଇଥିଲି। ଆମେ ରାଜମୁଣ୍ଡ୍ରୀରେ ଯେବେ ରହିଥିଲୁ, ସେତେବେଳେ ମୁଁ ଧୀରେ ଧୀରେ ଲେଖାଲେଖି କରିବା ଆରମ୍ଭ କଲି। ଯେହେତୁ ମୁଁ ବିଜ୍ଞାନର ଛାତ୍ରୀ ଥିଲି ବିଜ୍ଞାନଭିତ୍ତିକ ଯେ କୌଣସି ତଥ୍ୟ ଲେଖିବାକୁ ମତେ ଭଲ ଲାଗୁଥିଲା। ସେତେବେଳେ ନୂଆ ନୂଆ ‘ବିଜ୍ଞାନ ଦିଗନ୍ତ’ ଏକ ଓଡିଆ ବିଜ୍ଞାନ ପତ୍ରିକା ସରକାରଙ୍କ ତରଫରୁ ବାହାରୁଥିଲା କୁଳମଣି ସାମଲଙ୍କ ତତ୍ତ୍ୱାବଧାନରେ। ମୁଁ ସେଥିରେ ଲେଖା ଦେଉଥିଲି। ଗୋଟେ ଆଲେଖ୍ୟକୁ ମତେ ୧୦୦ ଟଙ୍କା ମିଳୁଥିଲା। ସେ ଟଙ୍କା ମନି ଅର୍ଡରରେ ଆସୁଥିଲା; ଯାହା କି ଥିଲା ମୋ ଜୀବନର ପ୍ରଥମ ରୋଜଗାରର ପୁଲକ। ସମସ୍ତେ ଶୁଣିଲେ ହସିପାରନ୍ତି। ମୁଁ ୩୧ ବର୍ଷ ତଳର କଥା କହୁଛି। ପ୍ରଥମ ମନିଅର୍ଡର ପାଇ ମୁଁ ଏତେ ଖୁସି ଏତେ ଖୁସି ହେଇ ଯାଇଥିଲି ଯେ ତାହାର ସୀମା ନଥିଲା। ସ୍ବାମୀଙ୍କ ରୋଜଗାର ଅଧିକ ଥିଲା ତେଣୁ ସେଇଠି ଶହେ ଟଙ୍କାର ସ୍ଥିତି ହୁଏତ କିଛି ମାନେ ରଖୁ ନ ଥିଲା କିନ୍ତୁ ମୋତେ ଲକ୍ଷେ ଟଙ୍କା ପୁରସ୍କାର ପାଇଲା ଭଳି ଲାଗୁଥିଲା। ସତ କହିବାକୁ ଗଲେ, ସେ ଟଙ୍କା କ’ଣ କରିଛି ମନେ ନାହିଁ। ସେତିକିରେ ମୁଁ ବହୁତ ଖୁସି ଥିଲି, କାରଣ ମୁଁ ମୋର ପଢ଼ା ଜ୍ଞାନ ପାଇଁ ଏହି ଟଙ୍କା ପାଉଥିଲି। ମୋର ଗଣିତ, ବିଜ୍ଞାନ ବହୁତ ଭଲ ହୁଏ। ପିଲା ଦୁହିଁଙ୍କ ଭବିଷ୍ୟତ ଗଢିବାରେ ମୋର ସମସ୍ତ ବିଦ୍ୟାକୁ ସେମାନଙ୍କ ପଛରେ ଲଗେଇ ଦେଇଛି । ସେମାନଙ୍କୁ ଟ୍ୟୁଶନ ଦରକାର ପଡୁ ନ ଥିଲା। ମୁଁ ପରିପୂର୍ଣ୍ଣ ଅନୁଭବ କରେ ଯେ, ମୁଁ ମୋ ପିଲାଙ୍କୁ ଭଲ ମଣିଷ କରି ପାରିଛି। ତା’ସହ ଶାଶୁଘର ଓ ବାପଘରର ସମସ୍ତ ଦାୟିତ୍ୱ ବି ତୁଲେଇ ପାରିଛି। ସ୍ବାମୀଙ୍କର ସବୁବେଳେ ସମର୍ଥନ ମିଳିଛି। ସେତେବେଳେ ପ୍ରଥମ ରୋଜଗାର ୧୦୦ ଟଙ୍କାରେ ଯେଉଁ ଖୁସି ମିଳିଥିଲା ଏବେର କୌଣସି ରୋଜଗାର ତା’ସହ ସମାନ ନୁହଁ। ଏବେ ବି ଚାହିଁଲେ ଗଣିତ, ବିଜ୍ଞାନ ପଢେଇ ରୋଜଗାର କରି ପାରିବି। କିନ୍ତୁ ଏବେ ମୋ ମନ ସାହିତ୍ୟମନସ୍କ ହୋଇଯାଇଛି। କବିତା, ଶିଶୁଲେଖା, ଶିକ୍ଷା ଭିତ୍ତିକ ଆଲେଖ୍ୟ, ବିଜ୍ଞାନ ଭିତ୍ତିକ ଆଲେଖ୍ୟ ଲେଖି ଚାଲିଛି। ବିଭିନ୍ନ ପ୍ରତିଷ୍ଠିତ ଖବରକାଗଜ ଓ ପତ୍ରପତ୍ରିକାରେ ମୋ ଲେଖା ବାହାରୁଛି। ଶ୍ରଦ୍ଧା ଓ ସମ୍ମାନ ମିଳୁଛି । ସେହି ବିମଳ ଖୁସିରେ ମୁଁ ବହୁତ ଖୁସି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri