ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି । ଶିବଙ୍କ ଦର୍ଶନ ପାଇଁ ସକାଳଠାରୁ ପୀଠଗୁଡ଼ିକରେ ଭକ୍ତଙ୍କ ଗହଳି ଲାଗି ରହିଥିଲା। ଶ୍ରଦ୍ଧାଳୁମାନେ ଶିବଙ୍କ ନିକଟରେ ମନୋକାମନା ପୂରଣ ପାଇଁ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ପୀଠ ବୁଲି ଶିବଙ୍କ ଦର୍ଶନ କରିଥିଲେ।

ବଲାଙ୍ଗୀର ସହରର ପ୍ରସିଦ୍ଧ ମହାଦେବ ଟାଙ୍ଗେଶ୍ୱର ମନ୍ଦିର ଓ ଜିଲାର ପ୍ରମୁଖ ଶୈବପୀଠଗୁଡିକରେ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖୁବାକୁ ମିଳିଥିଲା। ଶ୍ରଦ୍ଧାଳୁମାନଙ୍କ ପାଇଁ ଧାଡ଼ି ଦର୍ଶନ, ମନ୍ଦିର ବେଢ଼ା ବାହାରେ ଦୀପ ଜାଳିବା ପାଇଁ କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରଯାଇଥିବା ଦେଖିବାକୁ ମିଳିଥିଲା। ଟାଙ୍ଗେଶ୍ୱର ମହାଦେବ ମନ୍ଦିରରେ ଅଧିବାସ ପରେ ଅଷ୍ଟପ୍ରହର ନାମଯଜ୍ଞ ଆରମ୍ଭ ହୋଇଯାଇଛି। ବିଭିନ୍ନ ଅଞ୍ଚଳରୁ ସଙ୍କୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ରହି ନାମ ସଂକୀର୍ତ୍ତନ ଚାଲୁ ରଖିଛନ୍ତି। ଶ୍ରଦ୍ଧାଳୁଙ୍କ ସୁରୁଖୁରୁରେ ଦର୍ଶନ ପାଇଁ ମନୋହରପୁର ଟାଙ୍ଗେଶ୍ୱର ମହାଦେବ ମନ୍ଦିର ପୋଲିସ କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ଠାକୁର ଦର୍ଶନ ଉପରେ ଗୁରୁତ୍ୱାରୋପ କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

Share