ପୂଜା ଓ ବୟସ

ବାର ମାସରେ ତେର ପର୍ବର ଦେଶ ଭାରତ ହୋଇଥିବାରୁ ପର୍ବପର୍ବାଣି ଆମ ସମସ୍ତଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପର୍ବପର୍ବାଣି କଥା ଉଠିଲା ମାତ୍ରେ ପୂଜା କଥା ଆପଣାଛାଏଁ ମନକୁ ଆସିଥାଏ। ବିନା ପୂଜାରେ ଭାରତରେ ପର୍ବ ପାଳନ ଏକରକମ ଅସମ୍ଭବ। ତେଣୁ ବେଶ୍‌ ଛୋଟବେଳରୁ ମଣିଷ ପର୍ବପର୍ବାଣିରେ ଈଶ୍ୱରଙ୍କୁ ପୂଜା କରିବାର ପରମ୍ପରା ସହ ଯୋଡି ହୋଇଥାଏ।
ପିଲାଦିନେ ବେଶ୍‌ ଆଗ୍ରହର ସହ ମଣିଷ ସକାଳୁ ଉଠି ଗାଧେଇ ପାଧୋଇ ପୂଜା କରିବା ପାଇଁ ବାହାରି ଥାଏ। ସେ ସରସତୀ ପୂଜା ହେଉ କି ଗଣେଶ ପୂଜା ମଣିଷ ମନରେ ପୂଜାକୁ ନେଇ ବେଶ୍‌ ଉତ୍ସାହ ଥାଏ। ନୂଆ ପୋଷାକ ପିନ୍ଧି ଗାଁ ସାହି ବୁଲିବା ହେଉ କିମ୍ବା ପଙ୍ଗତରେ ବସି ଭୋଜିରେ ପୁରି ଖିରି ଖାଇବା ଏସବୁ ଭିତରେ ପୂଜାକୁ ନେଇ ପିଲା ମନରେ ଧୀରେ ଧୀରେ ନୂଆ ନୂଆ ଆକର୍ଷଣ ସବୁ ଦାନା ବାନ୍ଧୁଥାଏ। ସେ ବୁଝି ନ ଥାଏ ଈଶ୍ୱର କ’ଣ । ସେ ଏକଥା ବି ବୁଝି ନ ଥାଏ ଯେ ପୂଜା କାହିଁକି ହେଉଛି ? ତଥାପି ସେ ଆନନ୍ଦ ଉଠାଏ। ଭୋଗକୁ ଉପଭୋଗ କରେ । ନୂଆ ପୋଷାକ ପିନ୍ଧି ରଙ୍ଗିନ ପ୍ରଜାପତି ପରି ଉଡି ବୁଲୁଥାଏ । ଟିକିଏ ବଡ ହେଲା ପରେ ପିଲାଟି ଆଉ ପୂଜାକୁ ଦେଖୁଥିବା ଦର୍ଶକ ହୋଇ ରହେନାହିଁ ବରଂ ଛୋଟକାଟିଆ ସହାୟକ ହୋଇ ଯାଇଥାଏ। ଗୁରୁଙ୍କ ନିର୍ଦ୍ଦେଶରେ ନିମନ୍ତ୍ରଣପତ୍ର ବାଣ୍ଟିବା ହେଉ ବା ଗାଁର ଆମ୍ବତୋଟାର ପତ୍ର, ନତୁବା ଗେଣ୍ଡୁଫୁଲ ଆଣି ମାଳ କରି ସ୍କୁଲ ଘର ସଜାଇବା ହେଉ ସେ ସବୁଥିରେ ସେ ଆନନ୍ଦ ପାଏ। ନୂଆ ପୋଷାକ ଆଉ ସୁମିଷ୍ଟ ଭୋଜନ ତା’ ପାଇଁ ଆକର୍ଷଣ ପାଲଟି ଥାଏ। ଧୀରେ ଧୀରେ ସେ ବୁଝି ସାରିଥାଏ ଯେ ପୂଜା ଗୋଟେ ଏମିତି ସାମାଜିକ କାର୍ଯ୍ୟକ୍ରମ ଯେଉଁଥିରେ ତା’ର ଉପସ୍ଥିତି ଅନିବାର୍ଯ୍ୟ।
ଶିଶୁଟି କିଶୋର ଅବସ୍ଥାରେ ପହଞ୍ଚିଲା ବେଳକୁ ସହାୟକରୁ ଆୟୋଜକ ପାଲଟି ଯାଇଥାଏ। ପୂଜା କରିବା ଭିତରେ ବୁଝିଯାଇଥାଏ ଯେ ପୂଜା ପାଇଁ ବ୍ୟାପକ ଅର୍ଥ ଦରକାର। ଚାନ୍ଦା ମାଗିବା ହେଉ କିମ୍ବା ଫୁଲ ଚୋରି ହେଉ ଏ ସବୁ କଳା ଆୟତ୍ତ କରିବା ଭିତରେ କିଶୋର ଜଣଙ୍କ ପୋଖତ ଆୟୋଜକ ବନି ଯାଇଥାଏ। ସେ ଜାଣି ଯାଇଥାଏ ଯେ ବହୁତ ଲୋକଙ୍କଠାରୁ କିଛି କିଛି ଝଡେଇ ପାରିଲେ ହିଁ ବଡ ବଡ ପୂଜା କରିବା ସମ୍ଭବ ହୁଏ। ସେ କାହାଠାରୁ ଅର୍ଥ ତ ଆଉ କାହାଠାରୁ ରାଶନ ଯୋଗାଡ କରିବାରେ ଲାଗିପଡେ। ସେ ବୁଝି ପାରିଥାଏ ଯେ ପୂଜା ଖାଲି ଗୋଟିଏ ବାହାନା, ବରଂ କ୍ଷମତାକୁ ଧରି ରଖିବାକୁ ହେଲେ ଏହି ପୂଜା ଆଉ ପର୍ବକୁ ବାହନ କରିବା ଜରୁରୀ। ବୋଧହୁଏ ଏହା ହିଁ ତାକୁ ବଡ ହେଲେ ଆହୁରି ବଡ ଓ ତହୁଁ ବଡ ପୂଜା କରିବାର ସ୍ବପ୍ନ ଦେଖାଇଥାଏ।
ଆୟୋଜକରୁ ପ୍ରଯୋଜକ ପାଲଟି ଯାଏ। ନିଜର ପତିଆରା ଦେଖାଇବା ପାଇଁ ପକେଟରୁ ପାଞ୍ଚ ପଚିଶ କାଢି ପୂଜା ପେଣ୍ଡାଲର ଭାଇ ବନି ଯାଇଥାଏ। ପୂଜା ହେଉ ବା ଭସାଣି ତା’ ନାମର ଜୟ ଜୟକାର ଶୁଣିବା ପାଇଁ ସେ ବ୍ୟସ୍ତ ହେଉଥାଏ। ଏମିତିରେ ବେଶ୍‌ କିଛି ବର୍ଷ ସେ କାଟି ଦେଇଥାଏ। ସେ ଭାବୁଥାଏ ଯେ ପୂଜା ତା’ ପାଇଁ ହିଁ ହେଉଛି। ସେ ନ ଥିଲେ ବୋଧହୁଏ ପୂଜା ହୋଇପାରି ନ ଥାନ୍ତା। ପୂଜାକୁ ଧୁମଧାମରେ କରିବା ନିଶାରେ ନିଜ ପ୍ରତିଷ୍ଠାକୁ ବଢାଇବାକୁ ସେ ଲାଗି ପଡିଥାଏ। କେତେବେଳେ ପୂଜା କମିଟି ସମ୍ପାଦକ ତ ଆଉ କେତେବେଳେ ସାହି ସଭାପତି ଏ ସବୁ ଉପାଧି ଗୋଟାଉ ଗୋଟାଉ ସେ ନିଜକୁ ପୂଜାଠାରୁ ବଡ ବୋଲି ପ୍ରମାଣିତ କରି ଦେଇଥାଏ।
ବୟସ ବଢି ବଳ ହଟି ସାରିଥାଏ। ପୂଜା ପେଣ୍ଡାଲ ବୁଲିବା ତା’ପାଇଁ କଷ୍ଟକର ହୁଏ। ସେ ହଠାତ୍‌ ନିଜକୁ ନିଃସଙ୍ଗ ମନେକରେ। ତା’ଘର ଚାରିପାଖେ ବାଜୁଥିବା ଲାଉଡ୍‌ସ୍ପିକର ଅସହ୍ୟ ମନେହୁଏ। ରାତି ସାରା ଜଳୁଥିବା ନିଅନ ଆଲୁଅ ତା’ ଆଖିକୁ କଷ୍ଟ ଦିଏ। ଭିଡ ଭିତରେ ସେ ଏକୁଟିଆ ମନେକରେ । ତାକୁ ଲାଗେ ମୂର୍ତ୍ତି ଭିତରେ ଈଶ୍ୱର ନାହାନ୍ତି । ସେ ଖୋଜି ବୁଲେ ହାତ ତିଆରି ଫୁଲମାଳ, ପଙ୍ଗତ ଭୋଜନ ଓ ନିରଡାମ୍ବର ଆୟୋଜନ କିନ୍ତୁ ସେ ସବୁ ଆଉ ମିଳେ ନାହିଁ ବରଂ ଏସବୁ କାହିଁ କେଉଁ କାଳରୁ କାଳର କରାଳ ଗର୍ଭରେ ବିଲୀନ ହୋଇ ଯାଇଥାଏ । ପୂଜାରୁ ଭକ୍ତି ହଟି ସାରିଥାଏ। ସିଏ ଭୁଲିଯାଇଥାଏ ଯେ ପର୍ବକୁ ବିଷାକ୍ତ କରି ବାହ୍ୟ ଚାକଚକ୍ୟର ଏ ଆଡମ୍ବର ସେ ଅତୀତରେ ନିଜେ ହିଁ ଆରମ୍ଭ କରିଥିଲା। ପୂଜାକୁ ବଡ କରି ବାହାବା ନେବାର କୁତ୍ସିତ ପରମ୍ପରାର ଜନକ ବି ସେ ନିଜେ। କେବଳ ମନଦୁଃଖ କରିବା କିମ୍ବା ଅନୁଶୋଚନା କରିବା ବ୍ୟତୀତ ଅନ୍ୟ କିଛି କରିବାର ଯୁ ନ ଥାଏ।
ମୋଟ ଉପରେ ଦର୍ଶକରୁ ସହାୟକ ଆଉ ସହାୟକରୁ ଆୟୋଜକ ଏବଂ ଆୟୋଜକର ଜୀବନଚକ୍ର ପୂରା ହେଲା ପରେ ମଣିଷ ପୂଜାଠାରୁ ନିଜେ ଦୂରେଇ ଯାଇଥାଏ ଆଉ ପୂଜାକୁ ଅନ୍ୟମାନଙ୍କଠାରୁ ଦୂରେଇ ନେଇଥାଏ। ଜୀବନର ଶେଷ ସମୟରେ ପୂଜା, ପର୍ବ ଆଉ ଏହାଜନିତ ସ୍ମୃତିକୁ ଧରି ନିଃସଙ୍ଗତାରେ ଜୀବନ କାଟିଥାଏ।

ରୁଦ୍ର ପ୍ରସନ୍ନ ରଥ
ଧବଳଗିରି ଯାଜପୁର ରୋଡ଼
୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?