ଭାରତ ପାଇଁ ଚିନ୍ତାଜନକ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୧ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜ ଦେଶକୁ ଆମଦାନୀ ହେବାକୁ ଥିବା ଷ୍ଟିଲ୍‌ ଓ ଆଲୁମିନିୟମ୍‌ ଉପରେ ୨୫% ଟାରିଫ୍‌ ଲଗାଇବାକୁ ଧମକ ଦେଇଛନ୍ତି। ସେ ଖୁବ୍‌ଶୀଘ୍ର ଏନେଇ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ଟ୍ରମ୍ପ୍‌ ପ୍ରଶାସନ ତାଙ୍କର ଏହି ସମ୍ଭାବ୍ୟ ଏକ୍‌ିକ୍ୟୁଟିଭ୍‌ ଅର୍ଡରକୁ କାର୍ଯ୍ୟକାରୀ କଲେ ଭାରତୀୟ ବଜାରରେ ଷ୍ଟିଲ୍‌ ଓ ଆଲୁମିନିୟମ୍‌ ଶିଳ୍ପ ପାଇଁ ଦୁର୍ଦ୍ଦିନ ଆସିପାରେ ବୋଲି ଆଶଙ୍କା କରାଗଲାଣି।
ଟ୍ରମ୍ପ୍‌ ରବିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସେ ଖୁବ୍‌ଶୀଘ୍ର ନୂଆ ମେଟାଲ ଟାରିଫ୍‌ ଘୋଷଣା କରିବେ। ସେହିପରି ମଙ୍ଗଳବାର କିମ୍ବା ବୁଧବାର ଆଉ କେତେକ ଟାରିଫ୍‌ ଘୋଷଣା କରିବାକୁ ଯାଉଛନ୍ତି, ଯାହାକି ସବୁ ଦେଶ ପାଇଁ ତତ୍କାଳ ଲାଗୁହେବ। ଭାରତ ହେଉଛି ଆମେରିକାକୁ ଅନ୍ୟତମ ବୃହତ୍‌ ଲୌହ ଓ ଇସ୍ପାତ ସାମଗ୍ରୀ ରପ୍ତାନିକାରୀ ରାଷ୍ଟ୍ର। ଭାରତ ବାର୍ଷିକ ୩ ବିଲିୟନ୍‌ ଡଲାର ମୂଲ୍ୟର ଏଭଳି ସାମଗ୍ରୀ ଆମେରିକାକୁ ରପ୍ତାନି କରିଥାଏ। ଟ୍ରମ୍ପ୍‌ ନିଜ ପ୍ରଥମ କାର୍ଯ୍ୟକାଳ ବେଳେ ମଧ୍ୟ ଅନୁରୂପ ଟାରିଫ୍‌ ଘୋଷଣା କରିଥିଲେ। ଏଥିଯୋଗୁ ଭାରତୀୟ ରପ୍ତାନି ବହୁଳ ଭାବେ ପ୍ରଭାବିତ ହୋଇଥିଲା। ତେଣୁ ତାଙ୍କ ନୂଆ ଟାରିଫ୍‌ ଭାରତ ପାଇଁ ଅଡ଼ୁଆ ସ୍ଥିତି ଉପୁଜାଇପାରେ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏପରି କି ୟୁରୋପୀୟ ସଂଘ (ଇୟୁ) ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଭାରତରୁ ରପ୍ତାନି ବାଧାପ୍ରାପ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଗତ ଡିସେମ୍ବରରେ ବାଣିଜ୍ୟ ବିଭାଗ ସହ ଏକ ବୈଠକରେ ଭାରତର ଇସ୍ପାତ ମନ୍ତ୍ରଣାଳୟ ଦେଶକୁ ଆମଦାନୀ ହେଉଥିବା କେତେକ ନିର୍ଦ୍ଦିଷ୍ଟ ଷ୍ଟିଲ୍‌ ଉତ୍ପାଦ ଉପରେ ୨୫% ସେଫ୍‌ଗାର୍ଡ ଡ୍ୟୁଟି ଲଗାଇବାକୁ ପ୍ରସ୍ତାବ ଦେଇଥିଲା।
ଷ୍ଟିଲ୍‌ ଉତ୍ପାଦନର ରାଜନୀତୀକରଣ ଚାଲିଛି। କେତେକଙ୍କ ମତରେ ଦେଶରେ ଜରୁରୀ ସମୟରେ ସେନାର ଚାହିଦା ପୂରଣ ପାଇଁ ଉଚ୍ଚ ଗୁଣବତ୍ତାଯୁକ୍ତ ଷ୍ଟିଲ୍‌ ଉତ୍ପାଦନର ଆବଶ୍ୟକତା ରହିଛି। ତେଣୁ ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ପଡ଼ିବ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri