Posted inଫୁରସତ

ବିଶ୍ୱକୁ ପ୍ରଦୂଷଣ ଚିନ୍ତା

ମଣିଷ ବଞ୍ଚି ରହିବା ପାଇଁ ପ୍ରଦୁଷଣ ମୁକ୍ତ ପରିବେଶ ଅପରିହାର୍ଯ୍ୟ। ସେହିପରି ପ୍ରଦୂଷଣ ମୁକ୍ତ ପରିବେଶ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମଗ୍ର ବିଶ୍ୱ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ପ୍ରଦୂଷଣ I ଏହା ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ଜଳ ପ୍ରଦୂଷଣ,କିମ୍ବା ଖାଦ୍ୟ ପ୍ରଦୂଷଣ ବି ହୋଇପାରେ I ଯାହାଦ୍ୱାରା ଆମର ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଥାଏ I
ଭିନ୍ନ ଭିନ୍ନ କାରଣ ପାଇଁ ପ୍ରଦୂଷଣ ବ୍ୟାପି ଥାଏ। ପ୍ରଦୂଷଣର ପ୍ରଭାବ ସମଗ୍ର ବିଶ୍ୱ ଉପରେ ଅନୁଭୂତ ହେଉଛି I ଏହାର ବିଭିନ୍ନ ପ୍ରତିକୂଳ ପ୍ରଭାବ ମଧ୍ୟ ଧୀରେ ଧୀରେ ସାମ୍ନାକୁ ଆସୁଛି I ଏ ବିଷୟରେ ଜନ ମାନସକୁ ସଚେତନ କରିବା ପାଇଁ ପ୍ରତିବର୍ଷ ୨ ଡିସେମ୍ବରକୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ଭାବରେ ପାଳନ କରାଯାଇ ଥାଏ I
ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରଦୂଷଣରୁ ମୁକ୍ତି ପାଇବା ଏବଂ ଲୋକଙ୍କୁ ଏହା ବିଷୟରେ ଅବଗତ କରାଇବା I ଯାହା ଦ୍ୱାରା ପ୍ରକୃତିକୁ ଏଥିରୁ ରକ୍ଷା କରାଯାଇପାରିବ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ପ୍ରଦୂଷଣ ପ୍ରଭାବରେ ପ୍ରତିବର୍ଷ ୭ ନିୟୁତ ଲୋକଙ୍କ ଅକାଳ ମୃତ୍ୟୁ ଘଟୁଛିI ଏଥିରୁ ଅନୁମାନ କରାଯାଇ ପାରେ ପ୍ରଦୂଷଣର ପ୍ରଭାବ ମଣିଷର ସ୍ବାସ୍ଥ୍ୟ ଉପରେ କେତେ ମାତ୍ରାରେ ପଡୁଛି I
ଭୟଙ୍କର ଭୋପାଳ ଗ୍ୟାସ ଟ୍ରାଜେଡିରେ ପୀଡିତ ତଥା ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ପ୍ରତିବର୍ଷ ଡିସେମ୍ବର ୨ରେ ଏହି ଦିବସ ପାଳିତ ହୋଇଥାଏ। ୧୯୮୪ ଡିସେମ୍ବର ୨ ରାତିରେ ଭୋପାଳର ୟୁନିଅନ କାର୍ବାଇଡ ରାସାୟନିକ କାରଖାନାରୁ ମିଥାଇଲ ଆଇସୋସିଆନେଟ ଏବଂ ଅନ୍ୟ ବିଷାକ୍ତ ଗ୍ୟାସ ର୍ନିଗତ ହୋଇଥିଲା।
ପାଞ୍ଚ ଲକ୍ଷରୁ ଅଧିକ ଲୋକ ବିଷାକ୍ତ ଗ୍ୟାସର ସଂସ୍ପର୍ଶରେ ଆସିଥିଲେ ଏବଂ ପରବର୍ତ୍ତୀ ଦିନରେ ଅତି କମରେ ୪,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ବର୍ଷଗୁଡିକରେ ଗ୍ୟାସ ଲିକର ପ୍ରଭାବ ଯୋଗୁ ବହୁ ଲୋକଙ୍କ ମୃତ୍ୟୁ ଘଟିଥିଲା।
ବଞ୍ଚିଥିବା ଲୋକଙ୍କଠାରେ କର୍କଟ ଏବଂ ଜନ୍ମଗତ ବିଭିନ୍ନ ସମସ୍ୟା ସହିତ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇବା ସମସ୍ୟା ସୃଷ୍ଟି ହୋଇଥିଲା।
ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ଷ୍ଟ୍ରୋକ, ହୃଦଘାତ, ମଧୁମେହ, ଫୁସଫୁସ କର୍କଟ, କ୍ରନିକ ଫୁସଫୁସ ସମସ୍ୟା ସୃଷ୍ଟି ହୋଇଥାଏ। ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ ଅବସରରେ ବାୟୁ, ଜଳ ଏବଂ ମୃତ୍ତିକା ପ୍ରଦୂଷଣ ଦ୍ୱାରା ମାନବ ଜୀବନ ଉପରେ କିଭଳି ପ୍ରଭାବ ଅନୁଭୁତ ହେଉଛି ସେ ନେଇ ସଚେତନତା ସୃଷ୍ଟି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri