Posted inଫୁରସତ

ଭିକ୍ଷାବୃତ୍ତିରେ ବିଶ୍ୱର ସବୁଠୁ ଧନୀ: ଭିକାରୀ ୭.୫ କୋଟି ସମ୍ପତ୍ତିର ମାଲିକ

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ରେଲଓ୍ବେ ଷ୍ଟେଶନ୍‌ ଅଞ୍ଚଳ ତାଙ୍କ କାର୍ଯ୍ୟାଳୟ। ସକାଳେ କର୍ମଚାରୀମାନେ ଯେମିତି କାମ କରିବା ପାଇଁ ଅଫିସ୍‌ରେ ପହଞ୍ଚତ୍ୟାନ୍ତି ସେମିତି ଭାରତ ଜୈନ ପ୍ରତିଦିନ କାମ କରିବାକୁ ଚାଲିଆସନ୍ତି ରାସ୍ତା କଡ଼କୁ। ପେସାରେ ଭିକାରୀ କିନ୍ତୁ କୋଟି କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ଭାରତ। କହିବାକୁ ଗଲେ ଭିକମାଗିବା ହେଲା ତାଙ୍କ ବୃତ୍ତି। ମୁମ୍ବାଇର ରାଜରାସ୍ତାରେ ଥାଳ ଧରି ଭିକ ମାଗୁଥିବା ଏହି କୋଟି ପତିଙ୍କ ପାଖରେ ଅଛି ୭.୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଭାରତଙ୍କୁ ବିଶ୍ୱର ସବୁଠୁ ଧନୀ ଭିକାରୀ ବୋଲି କୁହାଯାଇଛି।
ପିଲାବେଳେ ଅଭାବ ଅନାଟନରେ ଦିନ କାଟିଥିବା ଭାରତଙ୍କ ପାଠପଢ଼ା ଅଧାରେ ରହିଯାଇଥିଲା। ଏହାପରେ ସେ ଭିକ୍ଷାବୃତ୍ତିକୁ ଆପଣାଇ ନିଜ ପରିବାର ପ୍ରତିପୋସଣ କରିବା ଆରମ୍ଭ କଲେ। ଘରେ ତାଙ୍କର ସ୍ତ୍ରୀ, ୨ ପୁଅ, ବାପା ଓ ଭାଇ ରହୁଛନ୍ତି। ମାସକୁ ସେ ୬୦,୦୦୦ରୁ ୭୫,୦୦୦ ଟଙ୍କା ରୋଜଗାର କରୁଛନ୍ତି। ମୁମ୍ବାଇରେ ତାଙ୍କର ୧.୨ କୋଟି ଟଙ୍କା ମୂଲ୍ୟର ୨ବିଏଚ୍‌କେର ଫ୍ଲାଟ ଅଛି। ଥାଣେରେ ୨ଟି ଦୋକାନ ଭଡ଼ା ଲାଗିଥିବାବେଳେ ସେଥିରୁ ମାସିକ ୩୦,୦୦୦ ରୋଜଗାର ତାଙ୍କର ହୋଇଯାଉଛି। ପ୍ରତିଦିନ ୧୦ରୁ ୧୨ ଘଣ୍ଟା ରାସ୍ତାରେ ଭିକ ମାଗୁଥିବା ଭାରତଙ୍କ ଦୈନିକ ଆୟ ୨,୦୦୦ରୁ ୨,୫୦୦ ଟଙ୍କା ।
ପାରେଲସ୍ଥିତ ୧ବିଏଚ୍‌କେ ଡୁପ୍ଲେକ୍ସରେ ଭାରତ ପରିବାର ସହ ରହୁଛନ୍ତି। ତାଙ୍କ ପିଲାମାନେ କନ୍‌ଭେଣ୍ଟ ସ୍କୁଲରେ ପାଠ ପଢ଼ୁଥିବାବେଳେ ସେମାନଙ୍କ ପାଢ଼ା ଶେଷ ହୋଇଯାଇଥିବା କୁହାଯାଉଛି। ଭିକ୍ଷାବୃତ୍ତି ବନ୍ଦ କରିବା ପାଇଁ ପରିବାର ଲୋଲେ ବହୁବାର କହିଲେ ମଧ୍ୟ ଭାରତ ସେଥିରେ ରାଜି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri