Posted inଫୁରସତ

ବିଶ୍ୱର ସବୁଠୁ ପୁରୁଣା ଗଛ ‘ଗ୍ରେଟ୍‌ ଗ୍ରାଣ୍ଡଫାଦର’

ସାଣ୍ଟିଆଗୋ: ସାଧାରଣତଃ ଗଛର ଜୀବନକାଳ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ଥିବା ଆମେ ଜାଣିଛେ। ଏପରି କିଛି ଗଛ ଅଛି, ଯାହା ତା’ଠାରୁ ବି ଅଧିକ ବର୍ଷ ବଞ୍ଚିଥାଏ। ନିକଟରେ ଅନୁସନ୍ଧାନକାରୀମାନେ ଏପରି ଏକ ଅଛ ଠାବ କରିଛନ୍ତିି, ଯାହା ପାଖାପାଖି ୫୦୦୦ରୁ ୬୫୦୦ ବର୍ଷ ଧରି ଠିଆହୋଇ ପ୍ରକୃତିକୁ ଜୀବନ୍ତ ରଖିପାରିଛି। ଦକ୍ଷିଣ ଆମେରିକାର ଚିଲିରେ ଥିବା ଏହି ଗଛକୁ ‘ଗ୍ରେଟ୍‌ ଗ୍ରାଣ୍ଡଫାଦର’ ଭାବେ ନାମକରଣ କରାଯାଇଛି, ଯାହା ବିଶ୍ୱର ସବୁଠୁ ପୁରୁଣା ଗଛ ଭାବେ ରେକର୍ଡ କରିଛି। ଏହି ଗଛ ବିଶ୍ୱର ସମସ୍ତ ଜଳବାୟୁ ପରିବର୍ତ୍ତନ ସହିତ ପ୍ରାକୃତିକ ଦୈବଦୁର୍ବିପାକକୁ ସହ୍ୟ କରି ଦଶନ୍ଧି ଦଶନ୍ଧି ଧରି ଠିଆ ହୋଇଛି। ଏହା ପୂର୍ବରୁ ବିଶ୍ୱର ସବୁଠୁ ପୁରୁଣା ଗଛ ଭାବେ ଆଖ୍ୟା ପାଇଥିବା ‘ମିଥ୍ୟୁସେଲ୍‌ହା’ ଯାହା ଆମେରିକାର କାଲିଫର୍ନିଆର ଜଙ୍ଗଲରେ ଅବସ୍ଥିତ। ଏହି ବୃକ୍ଷ ୪୮୫୦ ବର୍ଷ ହେବ ପ୍ରକୃତିର ଜଳବାୟୁ ପରିବର୍ତ୍ତନ ସହ ନିଜକୁ ଖାପ ଖୁଆଇ ସେହି ସ୍ଥାନରେ ଠିଆ ହୋଇପାରିଛି। ‘ମିଥ୍ୟୁସେଲ୍‌ହା’ ପାଇନ ପ୍ରଜାତିର ବୃକ୍ଷ ହୋଇଥିବାବେଳେ ‘ଗ୍ରେଟ୍‌ ଗ୍ରାଣ୍ଡଫାଦର’ କାଏପ୍ରେସ ପ୍ରଜାତିର ଅଟେ, ଯାହା ଫିର୍ର୍‌ଜରୋୟା କୁପ୍ରେସୋଏଡିସ୍‌ ଏବଂ ପାଟାଗୋନିୟନ୍‌ କାଏପ୍ରେସ ଭାବେ ଜଣାଶୁଣା। ଏହାର ଉଚ୍ଚତା ୨୮ ମିଟର ହୋଇଥିବାବେଳେ ମୋଟେଇ ୪ ମିଟର ହେବ। ଏହା ଏକ ବହୁ ପୁରାତନ ବୃକ୍ଷ ହୋଇଥିବାରୁ ପର୍ଯ୍ୟଟକମାନେ ଏହି ସ୍ଥାନକୁ ଯାଇ ଏହି ବୃକ୍ଷର ଫଟୋ ଉଠାଇଛନ୍ତି। ଏହାର କାଣ୍ଡକୁ ଲୋକେ ଘର ତିଆରି ପାଇଁ ମଧ୍ୟ ବ୍ୟବହାର କରୁଥିଲେ। ହେଲେ ଏବେ ‘ଗ୍ରେଟ୍‌ ଗ୍ରାଣ୍ଡଫାଦର’ର ସୁରକ୍ଷାରେ ଧ୍ୟାନ ରଖିବାକୁ ପଡିବ। ଏଥିପାଇଁ ପାର୍କର ରେଞ୍ଜରଙ୍କ ସଂଖ୍ୟା ବୃଦ୍ଧି କରାଯିବ। ଏଥିସହ ପର୍ଯ୍ୟଟକଙ୍କ ପ୍ରବେଶରେ ପ୍ରତିବନ୍ଧକ ଲଗାଇବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଏହି ବୃକ୍ଷ ଊନବିଂଶ ଶତାବ୍ଦୀରେ ବହୁଳ ପରିମାଣରେ ଲଗାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri