ତୁର୍କୀ ଉପକୂଳରୁ ମିଳିଲା ବିଶ୍ୱର ସବୁଠୁ ପ୍ରାଚୀନ ଜାହାଜ ଅବଶେଷ

ଆଣ୍ଟାଲ୍ୟା(ତୁର୍କୀ),୧୬।୧୦: ତୁର୍କୀର ଦକ୍ଷିଣ-ପଶ୍ଚିମ ଉପକୂଳସ୍ଥ ‘କେକୋଭା’ ଅଞ୍ଚଳର ଅଗଭୀର ସମୁଦ୍ର ମଧ୍ୟରୁ ବିଶ୍ୱର ସବୁଠାରୁ ପ୍ରାଚୀନ ବୁଡ଼ି ଯାଇଥିବା ଜାହାଜର ଅବଶେଷ ଆବିଷ୍କୃତ ହୋଇଛି। ପ୍ରତ୍ନତତ୍ତ୍ୱବିତ୍‌ମାନଙ୍କ ଗବେଷଣା ଅନୁଯାୟୀ, ଏହି ପ୍ରାଚୀନ ବାଣିଜି୍ୟକ ଜାହାଜଟି ଖ୍ରୀଷ୍ଟପୂର୍ବ ୨୭୦୦ରୁ ୨୪୦୦ (ପ୍ରାୟ ୪,୫୦୦ ବର୍ଷ ପୂର୍ବେ) ସମୟର ବୋଲି ଆକଳନ କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ପୂର୍ବରୁ ଗ୍ରୀକ୍‌ର ‘ଡୋକୋସ୍‌’ ଉପକୂଳରୁ ମିଳିଥିବା ୪,୨୦୦ ବର୍ଷ ପୁରୁଣା ଜାହାଜ ଅବଶେଷକୁ ବିଶ୍ୱର ସବୁଠାରୁ ପ୍ରାଚୀନ ବୋଲି ବିବେଚନା କରାଯାଉଥିଲା। ତେବେ ନୂତନ ଆବିଷ୍କାର ପୂର୍ବ ମଧ୍ୟସାଗରୀୟ ଅଞ୍ଚଳର ପ୍ରାରମ୍ଭିକ ବ୍ରୋଞ୍ଜ ଯୁଗୀୟ ସାମୁଦ୍ରିକ ବାଣିଜ୍ୟ ଏବଂ ଐତିହାସିକ ସମ୍ପର୍କର ଏକ ନୂତନ ଦିଗ ଉନ୍ମୋଚନ କରିଛି।
ଆକ୍‌ଡେନିଜ୍‌ ବିଶ୍ୱବିଦ୍ୟାଳୟର ସହଯୋଗୀ ଅଧ୍ୟାପକ ହାକାନ ଓନିଜ୍‌ଙ୍କ ନେତୃତ୍ୱରେ ଚାଲିଥିବା ଏହି ଗବେଷଣାରେ ସମୁଦ୍ର ଜୀବଙ୍କ ଦ୍ୱାରା ଆଚ୍ଛାଦିତ ହୋଇଥିବା ପଥର ପାହାଡ଼ରୁ ଗତ ୪ ମାସ ଧରି ବୁଡ଼ାଳିମାନେ ପ୍ରାଚୀନ ମାଟିପାତ୍ର ଉଦ୍ଧାର କରିଛନ୍ତି। ଜାହାଜର କାଠ ଅଂଶଗୁଡ଼ିକ ସମୁଦ୍ର ଜଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲେ ହେଁ, ସେଥିରେ ବୋଝେଇ ହୋଇଥିବା ବିଶାଳକାୟ ମୃତ୍ତିକା ପାତ୍ରଗୁଡ଼ିକର ନିର୍ମାଣ ଶୈଳୀ ଓ ଗଠନରୁ ଏହାର ସମୟ ନିରୂପଣ କରାଯାଇଛି। ଏହି ସମୟ ଇଜିପ୍ଟର ପ୍ରସିଦ୍ଧ ଗିଜା ପିରାମିଡ ନିର୍ମାଣ କାଳ ସହ ସମସାମୟିକ। ଏହି ବିଶାଳ ମାଟିପାତ୍ରଗୁଡ଼ିକ ମଧ୍ୟରେ ଅଲିଭ୍‌ ତେଲ, ମଦ୍ୟ କିମ୍ବା ବୃକ୍ଷ ରସ ପରି ପଦାର୍ଥ ପରିବହନ କରାଯାଉଥିବା ଅନୁମାନ କରାଯାଉଛି। ପ୍ରାଥମିକ ନିରୀକ୍ଷଣରୁ ଏହି ପାତ୍ରଗୁଡ଼ିକ କେନ୍ଦ୍ରୀୟ ଜୋର୍ଡାନ ଉପତ୍ୟକାରୁ ଆସିଥିବା ସଙ୍କେତ ମିଳିଛି।

ଐତିହାସିକ ଗବେଷକମାନଙ୍କ ମତରେ, ଏହି ଜାହାଜଟି ଦକ୍ଷିଣ ତୁର୍କୀ ଉପକୂଳ ଦେଇ ଯାତ୍ରା କରୁଥିବା ବେଳେ ସାମୁଦ୍ରିକ ଝଡ଼ର ଶିକାର ହୋଇ ଦୁଇଟି ଦ୍ୱୀପ ମଧ୍ୟରେ ଥିବା ପଥରରେ ପିଟିହୋଇ ବୁଡ଼ିଯାଇଥିଲା। ପ୍ରାଚୀନ ମିଶରୀୟମାନେ ସେହି ସମୟରେ ଲେବାନନର ‘ବିବ୍ଲୋସ୍‌’ ବନ୍ଦର ଦେଇ ଦେଶରେ ଅଭାବ ଥିବା ସିଡାର କାଠ, ଟିଣ, ଶିଶା, ତେଲ ଓ ସୁନାରୁପା ଆଦାନପ୍ରଦାନ କରୁଥିଲେ। ଏହି ନୂତନ ଜାହାଜ ଅବଶେଷ ସୂଚାଉଛି ଯେ, ତତ୍କାଳୀନ ସମୟରେ ମଧ୍ୟସାଗରୀୟ ଅଞ୍ଚଳରେ ଏକ ବ୍ୟାପକ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜି୍ୟକ ନେଟୱର୍କ ସକ୍ରିୟ ଥିଲା। ସମ୍ପୂର୍ଣ୍ଣ ବୈଜ୍ଞାନିକ ଫୋରେନ୍‌ସିକ ଓ ପ୍ରତ୍ନତାତ୍ତ୍ୱିକ ବିଶ୍ଳେଷଣ ଶେଷ ହେବା ପରେ ଏହି ସମ୍ପର୍କିତ ଗବେଷଣାପତ୍ର ‘ପିର୍‌-ରିଭ୍ୟୁଡ୍‌’ ଜର୍ନାଲରେ ପ୍ରକାଶ ପାଇବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?