ବିଶ୍ୱର ସବୁଠୁ ବଡ଼ ଟ୍ରେନ୍‌ ଦୁର୍ଘଟଣା, ଜାଣନ୍ତୁ କେତେ ଲୋକଙ୍କର ହୋଇଥିଲା ମୃତ୍ୟୁ

କଲମ୍ବୋ,୩ା୬: ଶୁକ୍ରବାର ଓଡ଼ିଶାର ବାଲେଶ୍ୱର ଜିଲାର ବାହାନଗା ଷ୍ଟେଶନରେ ଟ୍ରେନ ଦୁର୍ଘଟଣା ଭାରତକୁ ଥରାଇ ଦେଇଛି। ଏହା ଭାରତର ଦ୍ୱିତୀୟ ବୃହତ୍ତମ ରେଳ ଦୁର୍ଘଟଣା ବୋଲି କୁହାଯାଉଛି। ଯେଉଁଥିରେ ଖବର ଲେଖିବା ପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ ୧୯୮୧ରେ ବିହାରରେ ଭାରତର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ଘଟିଥିଲା। ସେତେବେଳେ ଟ୍ରେନ୍‌ଟି ନଦୀରେ ଖସିପଡ଼ିଥିଲା ଏବଂ ଏହି ଦୁର୍ଘଟଣାରେ ପ୍ରାୟ ୮୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ଦୁନିଆର ସବୁଠୁ ବଡ଼ ରେଳ ଦୁର୍ଘଟଣା ସାମ୍ନାରେ ଏହି ସଂଖ୍ୟା ବହୁତ କମ୍‌ ଅଟେ। ଏହି ଦୁର୍ଘଟଣା ଶ୍ରୀଲଙ୍କାରେ ଘଟିଥିଲା ଏପରି ଭୟଙ୍କର ଦୁର୍ଘଟଣା ଯାହା ଲୋକମାନେ ପୂର୍ବରୁ କେବେ ଦେଖି ନ ଥିଲେ।

ଏହି ଟ୍ରେନ ଦୁର୍ଘଟଣା ଖ୍ରୀଷ୍ଟମାସର ଗୋଟିଏ ଦିନ ପରେ ଅର୍ଥାତ୍‌ ୨୬ ଡିସେମ୍ବର ୨୦୦୪ରେ ଶ୍ରୀଲଙ୍କାରେ ସୁନାମୀ ସମୟରେ ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ, ସମୁଦ୍ରଦେବୀ ନାମକ ଏହି ଟ୍ରେନ୍‌ କଲମ୍ବୋ ସହରରୁ ଗାଲେ ସହରକୁ ଯାଉଥିଲା। ଏହି ଟ୍ରେନ୍‌ କଲମ୍ବୋ ଫୋର୍ଟ ଷ୍ଟେଶନରୁ ସକାଳ ୬.୩୦ରେ ଛାଡ଼ିଥିଲା। ଯେଉଁଥିରେ ୧୫୦୦ ଦେୟ ଯାତ୍ରୀ (ଯାହାର ଟିକେଟ ଥିଲା) ଏବଂ ଅନେକ ଅନାଦେୟ ଯାତ୍ରୀ (ଯାହାର ଟିକେଟ ନ ଥିଲା କିମ୍ବା ଟ୍ରାଭେଲ ପାସ୍‌ ଧାରକ ଥିଲେ) ଛାଡ଼ିଥିଲେ। ଏହି ଟ୍ରେନ୍‌ ସମୁଦ୍ରଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଶ୍ରୀଲଙ୍କାର ଦକ୍ଷିଣ-ପଶ୍ଚିମ ଉପକୂଳ ନିକଟ ତେଲଓ୍ବାଟା ଦେଇ ଯାଇଥିଲା।

ରାତି ୯.୩୦ରେ ଟ୍ରେନ ତେଲଓ୍ବାଟା ନିକଟସ୍ଥ ପେରିଆଲିଆ ଗ୍ରାମରେ ପହଞ୍ଚିଥିଲା ଯେତେବେଳେ ଭୂକମ୍ପରେ ସୁନାମୀ ଆସିଥିଲା। ପ୍ରଥମ ଢେଉ ସମୁଦ୍ର କୂଳକୁ ଆସିଥିଲା। ଢେଉ ଏତେ ଶକ୍ତିଶାଳୀ ଥିଲା ଯେ, ଏହା ସମୁଦ୍ର କୂଳକୁ ଜଳମଗ୍ନ କରି ଟ୍ରେନକୁ ଆଚ୍ଛାଦନ କରିବା ସହିତ ପାଣିରେ ବୁଡ଼ି ରହିଥିଲା। ଭିତରକୁ ପାଣି ପଶିବା ପରେ ଲୋକମାନେ ଭୟଭୀତ ହୋଇ ଟ୍ରେନ୍‌ ଉପରକୁ ଚଢ଼ିଯାଇଥିଲେ। ଅନେକ ଲୋକ ଟ୍ରେନ୍‌ ପଛରେ ଠିଆ ହୋଇଥିଲେ।

କିନ୍ତୁ ଯେତେବେଳେ ଦ୍ୱିତୀୟ ଲହଡ଼ି ୧୦ ମିନିଟ୍‌ ପରେ ଆସିଲା, ଏହାର ରୂପ ଏତେ ଭୟଙ୍କର ଥିଲା ଯେ, ଏହା ସମଗ୍ର ଟ୍ରେନକୁ ଧ୍ବଂସ କରିଦେଇଥିଲା। ଟ୍ରେନ୍‌ ନିକଟସ୍ଥ ଘର ଓ ଗଛ ସହିତ ଧକ୍କା ହୋଇଥିଲା। ଫଳରେ ଏହି ଦୁର୍ଘଟଣାରେ ପ୍ରାୟ ୧୭୦୦ ଲୋକ ପ୍ରାଣ ହରାଇଥିଲେ। ସରକାରୀ ଆକଳନ ୧୭୦୦ ଥିଲା କିନ୍ତୁ ରିପୋର୍ଟ ଅନୁଯାୟୀ ଏହି ସଂଖ୍ୟା ୨୦୦୦ରୁ ଅଧିକ ଥିଲା। ୯୦୦ ମୃତଦେହ ଉଦ୍ଧାର କରାଯାଇଥିଲା। ଆଉ ସବୁ ମୃତଦେହ ସମୁଦ୍ରରେ ଭାସିଯାଇଥିଲ। ଏହି ଦୁର୍ଘଟଣାରେ କେବଳ ୧୫୦ ଜଣଙ୍କ ଜୀବନ ରକ୍ଷା ହୋଇପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri