ତୃତୀୟ ବିଶ୍ୱଯୁଦ୍ଧ ଆଉ ବେଶୀ ଦୂର ନୁହେଁ: ବଡ଼ ଦାବି କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧ା୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ତୃତୀୟ ବିଶ୍ୱଯୁଦ୍ଧ ଆଉ ବେଶୀ ଦୂର ନୁହେଁ। ତେବେ ଏହାକୁ ଏଡ଼ାଇବା ପାଇଁ ମୋ ପାଖରେ ଯୋଜନା ରହିଛି। ମଧ୍ୟପ୍ରାଚ୍ୟ ଓ ୟୁକ୍ରେନ୍‌ରେ ଚାଲିଥିବା ସଂଘର୍ଷ ଉପରେ ସେ ନିଜ ପ୍ରତିକ୍ରିୟାରେ ଏଭଳି ମନ୍ତବ୍ୟ ଦେଇଛନ୍ତି।
ଫ୍ୟୁଚର ଇନ୍‌ଭେଷ୍ଟମେଣ୍ଟ ଇନିସିଏଟିଭ୍‌ ପ୍ରିଓରିଟି ସମିଟ୍‌କୁ ବୁଧବାର ସମ୍ବୋଧିତ କରି ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି, ତୃତୀୟ ବିଶ୍ୱଯୁଦ୍ଧକୁ ଏଡ଼ାଇବା ସହ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ପୃଥିବୀ ସାରା ଭ୍ରମଣ କରୁଛନ୍ତି। କାରଣ ସେ ବିଶ୍ୱରେ ରକ୍ତପାତ ଓ ଲୋକଙ୍କ ହତ୍ୟା ଦେଖିବାକୁ ଚାହୁଁନାହାନ୍ତି। ଟ୍ରମ୍ପ୍‌ ଆହୁରି କହିଛନ୍ତି, ମଧ୍ୟପ୍ରାଚ୍ୟରେ ଘଟୁଥିବା ଲୋକଙ୍କ ମୃତ୍ୟୁ ଏବଂ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ପ୍ରାଣହାନିକୁ ଦେଖ। ଆମେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଯାଉଛୁ। ତୃତୀୟ ବିଶ୍ୱଯୁଦ୍ଧ ହେଲେ କାହାରି କିଛି ଲାଭ ହେବ ନାହିଁ। ଏହି ଯୁଦ୍ଧ ବେଶି ଦୂର ନାହିଁ। ବର୍ତ୍ତମାନ ପୂର୍ବର ବାଇଡେନ୍‌ ପ୍ରଶାସନ ଥିଲେ, ଯୁଦ୍ଧ ଆହୁରି ବର୍ଷେ ପର୍ଯ୍ୟନ୍ତ ଲମ୍ବିଥାଆନ୍ତା। ଆପଣମାନେ ତୃତୀୟ ବିଶ୍ୱଯୁଦ୍ଧକୁ ଦେଖୁଥାଆନ୍ତେ। କିନ୍ତୁ ଆମ ପ୍ରଶାସନ ଏହାକୁ ହେବାକୁ ଦେବ ନାହିଁ। ଏହି ଅବସରରେ ୟୁକ୍ରେନ୍‌ ଯୁଦ୍ଧର ଅବସାନ ପାଇଁ ଆଲୋଚନାକୁ ସମର୍ଥନ କରିଥିବାରୁ ସାଉଦି ଆରବକୁ ଆମେରିକା ରାଷ୍ଟ୍ରପତି ଧନ୍ୟବାଦ ଦେଇଛନ୍ତି। ଏହାକୁ ସେ ଏକ ‘ବଡ଼ ପଦକ୍ଷେପ’ ବୋଲି ଅଭିହିତ କରିଛନ୍ତି। କେବଳ ଏତିକି ନୁହେଁ, ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଟ୍ରମ୍ପ୍‌ ସମାଲୋଚନା କରିବାକୁ ପଛାଇନାହାନ୍ତି। ସେ ଜେଲେନ୍‌ସ୍କିଙ୍କୁ ‘ବିନା ନିର୍ବାଚନରେ ଜଣେ ଏକଚ୍ଛତ୍ରବାଦୀ’ ବୋଲି ଅଭିହିତ କରିଛନ୍ତି। ଜଣେ ସଫଳ କମେଡିଆନ୍‌ (ହାସ୍ୟାଭିନେତା) ଯୁଦ୍ଧ ପାଇଁ ଆମେରିକାର ୩୫୦ ବିଲିୟନ୍‌ ଡଲାର ଖର୍ଚ୍ଚ କରାଇଦେଲେ। ତାହା ପୁଣି ଏଭଳି ଯୁଦ୍ଧ, ଯେଉଁଠି ବିଜୟ ଅସମ୍ଭବ ବୋଲି ଟ୍ରମ୍ପ୍‌ ତାଚ୍ଛଲ୍ୟ କରିଛନ୍ତି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଅମେରିକାର ପରିବର୍ତ୍ତନଶୀଳ ଆଭିମୁଖ୍ୟ ଟ୍ରମ୍ପ୍‌ଙ୍କ ଏହି ମନ୍ତବ୍ୟରୁ ପ୍ରତିଫଳିତ ହୋଇଛି।

ଇତିମଧ୍ୟରେ ଟ୍ରମ୍ପ୍‌ଙ୍କ ମାଲିକାନାରେ ଥିବା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଟ୍ରୁଥ୍‌ ସୋସିଆଲ’କୁ ୟୁକ୍ରେନ୍‌ ସାରା ବ୍ଲକ୍‌ କରିବାକୁ ରାଷ୍ଟ୍ରପତି ଜେଲେନ୍‌ସ୍କି ନିଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ କେତେକ ରିପୋର୍ଟ ପ୍ରକାଶ ପାଇଛି। ସେପଟେ ୟୁକ୍ରେନ୍‌ର ସାମରିକ ଗୋଇନ୍ଦା ଏଜେନ୍ସି ‘ଜିୟୁଆର୍‌’ ମୁଖ୍ୟ କିରିଲୋ ବୁଡାନୋଭ୍‌ କହିଛନ୍ତି, ପ୍ରାୟ ୩ ବର୍ଷ ଧରି ରୁଷିଆ ସହ ଚାଲିଥିବା ଯୁଦ୍ଧ ୨୦୨୫ରେ ଶେଷ ହୋଇପାରେ। ଯୁଦ୍ଧାବସାନର ଯଥେଷ୍ଟ ସମ୍ଭାବନା ରହିଥିବା ସେ ଦେଖିବାକୁ ପାଉଛନ୍ତି ବୋଲି ଏକ ସାକ୍ଷାତ୍‌କାରରେ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ୨୦୨୨ ଫେବୃଆରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ଆକ୍ରମଣ ପାଇଁ ନିଜ ସେନାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସପ୍ତାହେ ଭିତରେ ସମଗ୍ର ୟୁକ୍ରେନ୍‌କୁ ରୁଷୀୟ ସୈନ୍ୟ ଦଖଲ କରିବେ ବୋଲି ସେ ବାହୁସ୍ଫୋଟ ମାରିଥିଲେ। କିନ୍ତୁ ଏବେ ଯୁଦ୍ଧକୁ ୩ ବର୍ଷ ପୂରିବାକୁ ଯାଉଛି, ଯାହାର ଦୁଷ୍ପରିଣାମ ସାରା ବିଶ୍ୱକୁ ଭୋଗିବାକୁ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

Pakistan: ପାକିସ୍ତାନ ମୁଣ୍ଡରେ ପଡିଲା ଚଡକ, ଯୁଦ୍ଧ ପାଇଁ ବାହାରିଲେ ଏସବୁ ଦେଶ!

ଇସଲାମବାଦ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ସରକାର ଦେଶ ବିରୋଧୀଙ୍କ ବିରୋଦ୍ଧରେ ସ୍ପାଏୱାୟାର ବ୍ୟବହାର ଭୁଲ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯ା୪: ପେଗାସସ୍ ସ୍ପାଏୱାୟାର ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ସରକାର ଦେଶ ବିରୋଧୀ ତତ୍ତ୍ୱଙ୍କ ବିରୁଦ୍ଧରେ...

ପ୍ରଥମ-ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କୁ ଦିଆଯିବ ‘ଯାଦୁପେଡି’

ଭୁବନେଶ୍ୱର,୨୯।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ...

Pakistan: ପାକିସ୍ତାନରେ କାହା ପାଖରେ ଅଛି ପରମାଣୁ ଅସ୍ତ୍ରର ରିମୋଟ୍‌? ନାଁ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର

ବଲାଙ୍ଗୀର, ୨୯।୪- (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହର ଉପକଣ୍ଠରେ ବଲାଙ୍ଗୀର-ବେଲଗାଁ ୨୬ ନମ୍ବର ଜାତୀୟ ରାଜପଥର ସ୍ମାର୍ଟ ପାର୍କ ବୁଲାଣି ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା...

ପାକିସ୍ତାନରେ ହଇଚଇ: ଶେହବାଜ ମେଡିକାଲରେ ଭର୍ତ୍ତି, ପ୍ରେସକିପଶନରୁ ମିଳିଲା ସାଂଘାତିକ ତଥ୍ୟ!

ଇସଲାମାବାଦ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ଟ୍ରମ୍ପ ବିରୋଧୀ ମାର୍କ କାର୍ନିଙ୍କ ଜବରଦସ୍ତ ବିଜୟ: ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୯।୪: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ଲିବରାଲ ପାର୍ଟି ଜିତିବାରେ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି ମାର୍କ କାର୍ନି ଅଭିନନ୍ଦନ ଜଣାଇଛନ୍ତି।...

Pahalgam Attack: ପୁଣି ଭାଇରାଲ ହେଲା ଆକ୍ରମଣର ଛାତିଥରା ଭିଡିଓ, ଦେଖିଲେ ଥରି ଉଠିବେ…

ନୂଆଦିଲ୍ଲୀ,୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମ ଅଞ୍ଚଳରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଏକ ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ହରାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri