ତୃତୀୟ ବିଶ୍ୱଯୁଦ୍ଧ ଆଉ ବେଶୀ ଦୂର ନୁହେଁ: ବଡ଼ ଦାବି କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧ା୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ତୃତୀୟ ବିଶ୍ୱଯୁଦ୍ଧ ଆଉ ବେଶୀ ଦୂର ନୁହେଁ। ତେବେ ଏହାକୁ ଏଡ଼ାଇବା ପାଇଁ ମୋ ପାଖରେ ଯୋଜନା ରହିଛି। ମଧ୍ୟପ୍ରାଚ୍ୟ ଓ ୟୁକ୍ରେନ୍‌ରେ ଚାଲିଥିବା ସଂଘର୍ଷ ଉପରେ ସେ ନିଜ ପ୍ରତିକ୍ରିୟାରେ ଏଭଳି ମନ୍ତବ୍ୟ ଦେଇଛନ୍ତି।
ଫ୍ୟୁଚର ଇନ୍‌ଭେଷ୍ଟମେଣ୍ଟ ଇନିସିଏଟିଭ୍‌ ପ୍ରିଓରିଟି ସମିଟ୍‌କୁ ବୁଧବାର ସମ୍ବୋଧିତ କରି ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି, ତୃତୀୟ ବିଶ୍ୱଯୁଦ୍ଧକୁ ଏଡ଼ାଇବା ସହ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ପୃଥିବୀ ସାରା ଭ୍ରମଣ କରୁଛନ୍ତି। କାରଣ ସେ ବିଶ୍ୱରେ ରକ୍ତପାତ ଓ ଲୋକଙ୍କ ହତ୍ୟା ଦେଖିବାକୁ ଚାହୁଁନାହାନ୍ତି। ଟ୍ରମ୍ପ୍‌ ଆହୁରି କହିଛନ୍ତି, ମଧ୍ୟପ୍ରାଚ୍ୟରେ ଘଟୁଥିବା ଲୋକଙ୍କ ମୃତ୍ୟୁ ଏବଂ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ପ୍ରାଣହାନିକୁ ଦେଖ। ଆମେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଯାଉଛୁ। ତୃତୀୟ ବିଶ୍ୱଯୁଦ୍ଧ ହେଲେ କାହାରି କିଛି ଲାଭ ହେବ ନାହିଁ। ଏହି ଯୁଦ୍ଧ ବେଶି ଦୂର ନାହିଁ। ବର୍ତ୍ତମାନ ପୂର୍ବର ବାଇଡେନ୍‌ ପ୍ରଶାସନ ଥିଲେ, ଯୁଦ୍ଧ ଆହୁରି ବର୍ଷେ ପର୍ଯ୍ୟନ୍ତ ଲମ୍ବିଥାଆନ୍ତା। ଆପଣମାନେ ତୃତୀୟ ବିଶ୍ୱଯୁଦ୍ଧକୁ ଦେଖୁଥାଆନ୍ତେ। କିନ୍ତୁ ଆମ ପ୍ରଶାସନ ଏହାକୁ ହେବାକୁ ଦେବ ନାହିଁ। ଏହି ଅବସରରେ ୟୁକ୍ରେନ୍‌ ଯୁଦ୍ଧର ଅବସାନ ପାଇଁ ଆଲୋଚନାକୁ ସମର୍ଥନ କରିଥିବାରୁ ସାଉଦି ଆରବକୁ ଆମେରିକା ରାଷ୍ଟ୍ରପତି ଧନ୍ୟବାଦ ଦେଇଛନ୍ତି। ଏହାକୁ ସେ ଏକ ‘ବଡ଼ ପଦକ୍ଷେପ’ ବୋଲି ଅଭିହିତ କରିଛନ୍ତି। କେବଳ ଏତିକି ନୁହେଁ, ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଟ୍ରମ୍ପ୍‌ ସମାଲୋଚନା କରିବାକୁ ପଛାଇନାହାନ୍ତି। ସେ ଜେଲେନ୍‌ସ୍କିଙ୍କୁ ‘ବିନା ନିର୍ବାଚନରେ ଜଣେ ଏକଚ୍ଛତ୍ରବାଦୀ’ ବୋଲି ଅଭିହିତ କରିଛନ୍ତି। ଜଣେ ସଫଳ କମେଡିଆନ୍‌ (ହାସ୍ୟାଭିନେତା) ଯୁଦ୍ଧ ପାଇଁ ଆମେରିକାର ୩୫୦ ବିଲିୟନ୍‌ ଡଲାର ଖର୍ଚ୍ଚ କରାଇଦେଲେ। ତାହା ପୁଣି ଏଭଳି ଯୁଦ୍ଧ, ଯେଉଁଠି ବିଜୟ ଅସମ୍ଭବ ବୋଲି ଟ୍ରମ୍ପ୍‌ ତାଚ୍ଛଲ୍ୟ କରିଛନ୍ତି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଅମେରିକାର ପରିବର୍ତ୍ତନଶୀଳ ଆଭିମୁଖ୍ୟ ଟ୍ରମ୍ପ୍‌ଙ୍କ ଏହି ମନ୍ତବ୍ୟରୁ ପ୍ରତିଫଳିତ ହୋଇଛି।

ଇତିମଧ୍ୟରେ ଟ୍ରମ୍ପ୍‌ଙ୍କ ମାଲିକାନାରେ ଥିବା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଟ୍ରୁଥ୍‌ ସୋସିଆଲ’କୁ ୟୁକ୍ରେନ୍‌ ସାରା ବ୍ଲକ୍‌ କରିବାକୁ ରାଷ୍ଟ୍ରପତି ଜେଲେନ୍‌ସ୍କି ନିଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ କେତେକ ରିପୋର୍ଟ ପ୍ରକାଶ ପାଇଛି। ସେପଟେ ୟୁକ୍ରେନ୍‌ର ସାମରିକ ଗୋଇନ୍ଦା ଏଜେନ୍ସି ‘ଜିୟୁଆର୍‌’ ମୁଖ୍ୟ କିରିଲୋ ବୁଡାନୋଭ୍‌ କହିଛନ୍ତି, ପ୍ରାୟ ୩ ବର୍ଷ ଧରି ରୁଷିଆ ସହ ଚାଲିଥିବା ଯୁଦ୍ଧ ୨୦୨୫ରେ ଶେଷ ହୋଇପାରେ। ଯୁଦ୍ଧାବସାନର ଯଥେଷ୍ଟ ସମ୍ଭାବନା ରହିଥିବା ସେ ଦେଖିବାକୁ ପାଉଛନ୍ତି ବୋଲି ଏକ ସାକ୍ଷାତ୍‌କାରରେ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ୨୦୨୨ ଫେବୃଆରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ଆକ୍ରମଣ ପାଇଁ ନିଜ ସେନାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସପ୍ତାହେ ଭିତରେ ସମଗ୍ର ୟୁକ୍ରେନ୍‌କୁ ରୁଷୀୟ ସୈନ୍ୟ ଦଖଲ କରିବେ ବୋଲି ସେ ବାହୁସ୍ଫୋଟ ମାରିଥିଲେ। କିନ୍ତୁ ଏବେ ଯୁଦ୍ଧକୁ ୩ ବର୍ଷ ପୂରିବାକୁ ଯାଉଛି, ଯାହାର ଦୁଷ୍ପରିଣାମ ସାରା ବିଶ୍ୱକୁ ଭୋଗିବାକୁ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ’ ଖବରର ପ୍ରଭାବ: ଜଗନ୍ନାଥପ୍ରସାଦ ମୁଖ୍ୟ ବଜାରରୁ ହଟିଲା ଅଳିଆ ପାହାଡ଼, ସ୍ୱଚ୍ଛତା ଅଭିଯାନରେ ନିଜେ ସାମିଲ ହେଲେ ବିଡିଓ

ଜଗନ୍ନାଥପ୍ରସାଦ, ୧।୭(ବିଭୁ ପ୍ରସାଦ ପଟ୍ଟନାୟକ): ଅଞ୍ଚଳର ସମସ୍ୟାକୁ ପ୍ରଶାସନର ସାମ୍ନାକୁ ଆଣିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିବା ହିଁ ଜଣେ ସଚେତନ ଖବରଦାତାଙ୍କ ପ୍ରକୃତ କର୍ତ୍ତବ୍ୟ।…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri