Posted inଖେଳ

ଫାଇନାଲରେ ଏହିସବୁ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି

ନୂଆଦିଲ୍ଲୀ,୨୩।୫: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଲଣ୍ଡନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳିବା ମାତ୍ରେ ସର୍ବାଧିକ ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ୱ ନେଇଥିବା ଅଧିନାୟକ ହୋଇଯିବେ। ଯଦି ଏହି ମ୍ୟାଚରେ ସେ ଭାରତକୁ ବିଜୟୀ କରାନ୍ତି ତେବେ ସେ ଦୁନିଆର ସବୁଠାରୁ ସଫଳ ଅଧିନାୟକ ତାଲିକାରେ ଚାରି ନମ୍ବର ସ୍ଥାନ ଅଧିକାର କରିବେ। କୋହଲି ଏପର୍ଯ୍ୟନ୍ତ ୬୦ଟି ଟେଷ୍ଟରେ ଭାରତର ନେତୃତ୍ୱ ନେଇଛନ୍ତି ଏବଂ ସେ ଏବେ ମହେନ୍ଦ୍ର ସିଂ ଧୋନୀଙ୍କ ସହ ସମାନରେ ଅଛନ୍ତି। ଭାରତ ପାଇଁ ସର୍ବାଧିକ ଟେଷ୍ଟ ମ୍ୟାଚ ଅଧିନାୟକ କୋହଲିଙ୍କ ରେକର୍ଡ ଅକ୍ଟୋବର ୧୮ରେ ଇଂଲଣ୍ଡର ସାଉଥମ୍ପଟନରେ ଡବ୍ଲୁଟିଏସି ଫାଇନାଲ ଆରମ୍ଭ ହେବା ମାତ୍ରେ ଭାଙ୍ଗିବ।
୨୦୧୪ରେ ପ୍ରଥମ ଥର ପାଇଁ ଟେଷ୍ଟ ଦଳର ଅଧିନାୟକ ହୋଇଥିବା କୋହଲି ୬୦ଟି ମ୍ୟାଚ ମଧ୍ୟରୁ ୩୬ଟି ଜିତିଛନ୍ତି। ଯାହାକି ଏକ ଭାରତୀୟ ରେକର୍ଡ। ୬୦ଟି ମ୍ୟାଚରୁ ୨୭ ଟି ବିଜୟ ସହ ଧୋନୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ସମୟ ମଧ୍ୟରେ ଏକ ବିଜୟ କୋହଲିଙ୍କୁ ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ଲାଇବ୍‌ ଲଏଡଙ୍କୁ ସର୍ବାଧିକ ମ୍ୟାଚ ଜିତିଥିବା ଅଧିନାୟକ ତାଲିକାରେ ମଧ୍ୟ ପଛରେ ପକାଇବାର ସମ୍ଭାବନା ରହିଛି।
କ୍ଲାଇବ୍‌ ଲଏଡଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ୍‌ ୭୪ଟି ମ୍ୟାଚ ଖେଳି ସେଥିମଧ୍ୟରୁ ୩୬ଟି ଜିତିଥିଲା। ଅଧିନାୟକ ଭାବରେ ସର୍ବାଧିକ ମ୍ୟାଚ ଜିତିବାର ରେକର୍ଡ ଦକ୍ଷିଣ ଆଫ୍ରିକାର ଗ୍ରାମ ସ୍ମିଥଙ୍କ ନାମରେ ନାମିତ ହୋଇଛି (୧୦୯ ମ୍ୟାଚରେ ୫୩ଟି ବିଜୟ) । ଏହାପରେ ଅଷ୍ଟ୍ରେଲିଆର ରିକି ପଣ୍ଟିଙ୍ଗ (୭୭ ମ୍ୟାଚରୁ ୪୮ଟି ବିଜୟ) ଏବଂ ଷ୍ଟିଭ ୱ (୫୭ ଟି ମ୍ୟାଚରୁ ୪୧ଟି ବିଜୟ) ରହିଛି।
ଭାରତୀୟ ଦଳ ଜୁନ ୨ରୁ ସାଢେ ତିନି ମାସର ବ୍ରିଟେନ୍‌ ଯାତ୍ରା ଆରମ୍ଭ କରିବ। ଡବ୍ଲୁଟିସି ଫାଇନାଲ ବ୍ୟତୀତ ଦଳ ଆୟୋଜକ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ଟେଷ୍ଟ ସିରିଜ ମଧ୍ୟ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଷ୍ଟେଶନରୁ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌: ବାପା ହିଁ ରଚିଥିଲେ ଷଡଯନ୍ତ୍ର: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନିରାକାରପୁର,୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେଶନରେ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌। ଶିଶୁ ଚୋରି କାହାଣୀ ବାପା ନିଜେ ରଚିଥିବା…

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri