Posted inଫୁରସତ

ଆଉ ଶୁଭୁନି ଘରଚଟିଆଙ୍କ କିଚିରିମିଚିରି ଶବ୍ଦ

ଘରଚଟିଆମାନଙ୍କ କିଚିରିମିଚିରି ଶବ୍ଦ ଏବେ ଅନେକ ଲୋକଙ୍କ ପିଲାଦିନର ସ୍ମୃତିର ଏକ ଅଂଶ ପାଲଟିଯାଇଛି। ଏକ ସମୟ ଥିଲା ଯେତେବେଳେ ସବୁଠି ଚଢ଼େଇ ଦେଖାଯାଉଥିଲେ, ତାହା ଗାଁର ସକାଳର ଶାନ୍ତି ହେଉ କିମ୍ବା ସହରଗୁଡ଼ିକର ବ୍ୟସ୍ତବହୁଳ ରାସ୍ତା। କିନ୍ତୁ ଗତ କିଛି ଦଶନ୍ଧି ମଧ୍ୟରେ, ଏହି ଛୋଟ ପକ୍ଷୀଟି ଆମ ଦୁନିଆରୁ ଲୋପ ପାଇବାକୁ ଲାଗିଛି। ସେମାନଙ୍କର ହ୍ରାସ ପାଉଥିବା ସଂଖ୍ୟା ଚିନ୍ତାର ବିଷୟ ପାଲଟିଛି। ଆମେ କାହିଁକି ଘରଚଟିଆ ଦିବସ ପାଳନ କରୁ? ଚଳିତ ବର୍ଷ ଏହାର ବିଷୟବସ୍ତୁ କ’ଣ ଏବଂ ଘରଚଟିଆମାନଙ୍କୁ ବଞ୍ଚାଇବା ପାଇଁ ଆମେ ସମସ୍ତେ ଏକାଠି କ’ଣ କରିପାରିବା ସେ ସମ୍ପର୍କରେ ଜାଣନ୍ତୁ…

ଏହି ସୁନ୍ଦର ପକ୍ଷୀଙ୍କ ହ୍ରାସ ପାଉଥିବା ସଂଖ୍ୟା ବିଷୟରେ ଲୋକଙ୍କୁ ସଚେତନ କରିବା ଏବଂ ଏହାକୁ ବଞ୍ଚାଇବା ପାଇଁ ପ୍ରେରଣା ଦେବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ‘ବିଶ୍ୱ ଘରଚଟିଆ ଦିବସ’ପାଳନ କରାଯାଏ। ଏହି ବର୍ଷର ବିଷୟବସ୍ତୁ ହେଉଛି ‘ମୁଁ ଚଢ଼େଇମାନଙ୍କୁ ଭଲ ପାଏ’। ଏହି ଥିମ୍‌ର ଲକ୍ଷ୍ୟ ହେଉଛି ଲୋକଙ୍କ ମଧ୍ୟରେ ଚଢ଼େଇ ପ୍ରତି ପ୍ରେମ ବା ଭଲପାଇବା ବୃଦ୍ଧି କରିବା ଏବଂ ସେମାନଙ୍କର ସଂରକ୍ଷଣ କରିବା।

ଘରଚଟିଆ କେବଳ ଏକ ପକ୍ଷୀ ନୁହେଁ ବରଂ ଆମ ପରିବେଶର ଏକ ବାରୋମିଟର। ଯଦି ଏହା ଅଦୃଶ୍ୟ ହୋଇଯାଉଛି, ତେବେ ବୁଝିଯାଅ ଯେ, ପ୍ରକୃତି ସହିତ କିଛି ଭୁଲ୍‌ ଘଟୁଛି। ଜୈବ ବିବିଧତା ଏବଂ ପରିସଂସ୍ଥା ପାଇଁ ସେମାନଙ୍କର ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଘରଚଟିଆଙ୍କୁ ବଞ୍ଚାଇବା ପାଇଁ ଛୋଟ ଛୋଟ ପ୍ରୟାସ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣ ମଧ୍ୟ ଏଥିରେ ଯୋଗଦାନ କରିପାରିବେ। ଘରଚଟିଆମାନଙ୍କୁ ବଞ୍ଚାଇବା ପାଇଁ, ଆପଣଙ୍କ ଘର ବାହାରେ ଛୋଟ ବସାଟିଏ ରଖନ୍ତୁ। ପାଣି ଏବଂ ଶସ୍ୟର ବ୍ୟବସ୍ଥା କରନ୍ତୁ। ଯଥାସମ୍ଭବ କମ୍‌ କୀଟନାଶକ ବ୍ୟବହାର କରନ୍ତୁ। ଉଦ୍ୟାନ ଏବଂ ସବୁଜ ଗଛଗୁଡ଼ିକୁ ରକ୍ଷା କରନ୍ତୁ। ଟେରାସ ଏବଂ ବାଲକୋନିରେ ପାଣି ଏବଂ ଶସ୍ୟ ରଖନ୍ତୁ। ଘରଚଟିଆଙ୍କୁ ବଞ୍ଚାଇବା ଦାୟିତ୍ୱ କେବଳ ସରକାର କିମ୍ବା ପରିବେଶବିତ୍‌ଙ୍କର ନୁହେଁ, ବରଂ ଆମ ସମସ୍ତଙ୍କର। ଯଦି ଆମେ ଏକାଠି ଛୋଟ ଛୋଟ ପକ୍ଷକ୍ଷେପ ନେବା, ତେବେ ଏହି ସୁନ୍ଦର ପକ୍ଷୀଟି ପୁଣି ଆମ ଚାରିପାଖରେ ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

ଅଂଶୁଘାତରେ ନିର୍ବାହୀ ଅଧିକାରୀ ଗୁରୁତର

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପିଇଓ କାଳିଆ ମଲ୍ଲିକ ମଙ୍ଗଳବାର ଅଂଶୁଘାତରେ ଗୁରୁତର...

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି...

୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’

ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୨ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

ଛାଉଣୀ ନଥିବାରୁ ପ୍ରତିବାଦ: ପେଟ୍ରୋଲ ପମ୍ପକୁ ବନ୍ଦ କଲା ନାଗରିକ ମଞ୍ଚ

ବରଗଡ଼, ୨୨।୪(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ତାତି ବଢି ଚାଲିଛି। ଏଥିରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। କିନ୍ତୁ ଏଭଳି ସ୍ଥିତିରେ ବରଗଡ଼ ସହରର...

ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ୪ ବର୍ଷ କାରାଦଣ୍ଡ

ମେଲବୋର୍ନ,୨୨ା୪: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ମାଇକେଲ ସ୍ଲାଟରଙ୍କୁ ୪ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। କିନ୍ତୁ ପୋଲିସ ହେପାଜତରେ ଏକ ବର୍ଷରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri