ଭୁବନେଶ୍ୱର,୧୭।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ “ଏକ ପେଡ଼ ମା କେ ନାମ୍” ଅଭିଯାନର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶାରେ ୧,୪୯,୧୧,୩୩୯ ଚାରା ରୋପଣ କରି ବିଶ୍ୱ ରେକର୍ଡ ସ୍ଥାପନ ହୋଇଛି। ସୁନ୍ଦରଗଡ଼ ୧୪.୨୧ ଲକ୍ଷ, କୋରାପୁଟ ୧୧.୦୧ ଲକ୍ଷ ଓ କେନ୍ଦୁଝର ୧୦.୪୨ ଲକ୍ଷ ଚାରା ରୋପଣ ସହ ଶୀର୍ଷରେ ରହିଛି। ଏହି ଜନ ଆନ୍ଦୋଳନ ପରିବେଶ ସୁରକ୍ଷା ଓ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ପାଇଁ ସମାଜର ଏକଜୁଟ୍ ପ୍ରୟାସକୁ ପ୍ରତିଫଳିତ କରିଛି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି।