Posted inଜାତୀୟ

୧୭୦ ଘଣ୍ଟା ଭାରତନାଟ୍ୟମ୍‌ ନୃତ୍ୟ କରି ବିଶ୍ୱ ରେକର୍ଡ

ମାଙ୍ଗାଲୁରୁ, ୩୧ା୭
କର୍ନାଟକର ମାଙ୍ଗାଲୋରସ୍ଥିତ ସେଣ୍ଟ ଆଲୋୟସିଅସ୍‌ ୟୁନିଭର୍ସିଟିର ଛାତ୍ରୀ ରେମୋନା ଏଭେଟ ପେରେରା ୧୭୦ ଘଣ୍ଟା ପର୍ଯ୍ୟନ୍ତ ଭାରତନାଟ୍ୟମ୍‌ ନୃତ୍ୟ ପ୍ରଦର୍ଶନ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଗୋଲ୍ଡେନ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକଡର୍‌ସରେ ତାଙ୍କ ନାମ ସ୍ଥାନ ପାଇଛି। ଏହାସହ ସର୍ବାଧିକ ସମୟ ପର୍ଯ୍ୟନ୍ତ ନିରନ୍ତର ଭାବେ କୌଣସି ଶାସ୍ତ୍ରୀୟ ଭାରତୀୟ ନୃତ୍ୟ ପ୍ରଦର୍ଶନ କରିବାରେ ରେମୋନା ପ୍ରଥମ ବ୍ୟକ୍ତି ହୋଇପାରିଛନ୍ତି।
ବିଏ ଶେଷ ବର୍ଷର ଛାତ୍ରୀ ରେମୋନା ଜୁଲାଇ ୨୧ ପୂର୍ବାହ୍ନ ୧୦ଟାରେ ସେଣ୍ଟ ଆଲୋୟସିଅସ୍‌ ୟୁନିଭର୍ସିଟିର ରୋବର୍ଟ ସେକ୍ୟୁରା ହଲ୍‌ରେ ଭାରତନାଟ୍ୟମ୍‌ ନୃତ୍ୟ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ଜୁଲାଇ ୨୮ ମଧ୍ୟାହ୍ନ ୧୨ଟାରେ ସେ ତାଙ୍କ ଅନବରତ ନୃତ୍ୟ ପ୍ରଦର୍ଶନକୁ ସମାପ୍ତ କରି ବିଶ୍ୱ ରେକର୍ଡ ହାସଲ କରିଥିଲେ। ଏହାପରେ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଗୋଲ୍ଡେନ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକଡର୍‌ସର ଭାରତ ପ୍ରତିନିଧି ମନୀଷ ବିଷ୍ଣୋଇ ରେମୋନାଙ୍କୁ ବିଶ୍ୱ ରେକର୍ଡର ପ୍ରମାଣପତ୍ର ପ୍ରଦାନ କରିଥିଲେ। ସେଣ୍ଟ ଆଲୋୟସିଅସ୍‌ ୟୁନିଭର୍ସିଟିସ୍ଥିତ ରଙ୍ଗା ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ କ୍ରିଷ୍ଟୋଫର ଡିସୁଜା କହିଛନ୍ତି, ରେମୋନା ନିଜ ମାରାଥନ ନୃତ୍ୟ ସମୟରେ ପ୍ରତି ୩ ଘଣ୍ଟାରେ ମାତ୍ର ୧୫ ମିନିଟ ପାଇଁ ଏକ ଛୋଟ ବିରତି ନେଉଥିଲେ। ଏହି ସମୟରେ ସେ କଦଳୀ, ପଇଡ ପାଣି, ଦହି, ନରମ ରନ୍ଧାଭାତ ଖାଉଥିଲେ। ବିଶ୍ୱବିଦ୍ୟାଳୟରେ ରେମୋନାଙ୍କ ଅନବରତ ନୃତ୍ୟ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଡାକ୍ତରୀ ଦଳ ଏବଂ ଆମ୍ବୁଲାନ୍ସ କର୍ମଚାରୀ ଉପସ୍ଥିତ ଥିଲେ। ରେମୋନାଙ୍କର ଏହି ସଫଳତାକୁ ନେଇ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
ରେମୋନା ମାତ୍ର ୩ ବର୍ଷ ବୟସରୁ ପ୍ରସିଦ୍ଧ ଗୁରୁ ଶୀବିଦ୍ୟା ମୁରଲୀଧରଙ୍କଠାରୁ ଭାରତନାଟ୍ୟମ୍‌ ନୃତ୍ୟର ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ। ଏହି ବିଶ୍ୱ ରେକର୍ଡ ପାଇଁ ସେ ନିଜ ପାଠ୍ୟକ୍ରମ ସହ ଦୈନିକ ୫ରୁ ୬ ଘଣ୍ଟା ଭାରତନାଟ୍ୟମ୍‌ ନୃତ୍ୟର ଅଭ୍ୟାସ କରୁଥିଲେ। ରେମୋନାଙ୍କ ନୃତ୍ୟ ପ୍ରଦର୍ଶନ ସ୍ଥଳରେ ତାଙ୍କ ସହପାଠୀ, ଅଧ୍ୟାପିକା ଏବଂ ଅଧ୍ୟାପକ, ପରିବାର ଲୋକେ ରହି ତାଙ୍କ ଉତ୍ସାହ ବଢ଼ାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର; ମହଜୁଦ ରହିଛି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଭୟଭୀତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଭାରତ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶ ଭିତରେ ପର୍ଯ୍ୟାପ୍ତ ପରିମାଣରେ…

ଗ୍ୟାସ୍‌ ସଙ୍କଟ ମଧ୍ୟରେ ସରକାର ନେଲେ ବଡ଼ ପଦକ୍ଷେପ: ଏଣିକି ଅଧିକରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୨୫ା୩: ଏଲପିଜି ସଙ୍କଟ ମଧ୍ୟରେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଅଭାବର ଗୁଜବକୁ ମଧ୍ୟ ସ୍ପଷ୍ଟ କରାଯାଇଛି। ଲୋକଙ୍କୁ ଏଥିପ୍ରତି ଧ୍ୟାନ…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ଯୁଦ୍ଧ ଭିତରେ ୧ ଏପ୍ରିଲରୁ ବଦଳିଯିବ ୫ ନିୟମ, ରୋଷେଇ ଘରରୁ ପେଟ୍ରୋଲ ଯାଏ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୫।୩: ୧ ଏପ୍ରିଲରୁ ଆର୍ଥିକ ନିୟମାବଳୀରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଖର୍ଚ୍ଚ ଉପରେ ସିଧାସଳଖ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri