Posted inଜାତୀୟ

୧୭୦ ଘଣ୍ଟା ଭାରତନାଟ୍ୟମ୍‌ ନୃତ୍ୟ କରି ବିଶ୍ୱ ରେକର୍ଡ

ମାଙ୍ଗାଲୁରୁ, ୩୧ା୭
କର୍ନାଟକର ମାଙ୍ଗାଲୋରସ୍ଥିତ ସେଣ୍ଟ ଆଲୋୟସିଅସ୍‌ ୟୁନିଭର୍ସିଟିର ଛାତ୍ରୀ ରେମୋନା ଏଭେଟ ପେରେରା ୧୭୦ ଘଣ୍ଟା ପର୍ଯ୍ୟନ୍ତ ଭାରତନାଟ୍ୟମ୍‌ ନୃତ୍ୟ ପ୍ରଦର୍ଶନ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଗୋଲ୍ଡେନ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକଡର୍‌ସରେ ତାଙ୍କ ନାମ ସ୍ଥାନ ପାଇଛି। ଏହାସହ ସର୍ବାଧିକ ସମୟ ପର୍ଯ୍ୟନ୍ତ ନିରନ୍ତର ଭାବେ କୌଣସି ଶାସ୍ତ୍ରୀୟ ଭାରତୀୟ ନୃତ୍ୟ ପ୍ରଦର୍ଶନ କରିବାରେ ରେମୋନା ପ୍ରଥମ ବ୍ୟକ୍ତି ହୋଇପାରିଛନ୍ତି।
ବିଏ ଶେଷ ବର୍ଷର ଛାତ୍ରୀ ରେମୋନା ଜୁଲାଇ ୨୧ ପୂର୍ବାହ୍ନ ୧୦ଟାରେ ସେଣ୍ଟ ଆଲୋୟସିଅସ୍‌ ୟୁନିଭର୍ସିଟିର ରୋବର୍ଟ ସେକ୍ୟୁରା ହଲ୍‌ରେ ଭାରତନାଟ୍ୟମ୍‌ ନୃତ୍ୟ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ଜୁଲାଇ ୨୮ ମଧ୍ୟାହ୍ନ ୧୨ଟାରେ ସେ ତାଙ୍କ ଅନବରତ ନୃତ୍ୟ ପ୍ରଦର୍ଶନକୁ ସମାପ୍ତ କରି ବିଶ୍ୱ ରେକର୍ଡ ହାସଲ କରିଥିଲେ। ଏହାପରେ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଗୋଲ୍ଡେନ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକଡର୍‌ସର ଭାରତ ପ୍ରତିନିଧି ମନୀଷ ବିଷ୍ଣୋଇ ରେମୋନାଙ୍କୁ ବିଶ୍ୱ ରେକର୍ଡର ପ୍ରମାଣପତ୍ର ପ୍ରଦାନ କରିଥିଲେ। ସେଣ୍ଟ ଆଲୋୟସିଅସ୍‌ ୟୁନିଭର୍ସିଟିସ୍ଥିତ ରଙ୍ଗା ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ କ୍ରିଷ୍ଟୋଫର ଡିସୁଜା କହିଛନ୍ତି, ରେମୋନା ନିଜ ମାରାଥନ ନୃତ୍ୟ ସମୟରେ ପ୍ରତି ୩ ଘଣ୍ଟାରେ ମାତ୍ର ୧୫ ମିନିଟ ପାଇଁ ଏକ ଛୋଟ ବିରତି ନେଉଥିଲେ। ଏହି ସମୟରେ ସେ କଦଳୀ, ପଇଡ ପାଣି, ଦହି, ନରମ ରନ୍ଧାଭାତ ଖାଉଥିଲେ। ବିଶ୍ୱବିଦ୍ୟାଳୟରେ ରେମୋନାଙ୍କ ଅନବରତ ନୃତ୍ୟ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଡାକ୍ତରୀ ଦଳ ଏବଂ ଆମ୍ବୁଲାନ୍ସ କର୍ମଚାରୀ ଉପସ୍ଥିତ ଥିଲେ। ରେମୋନାଙ୍କର ଏହି ସଫଳତାକୁ ନେଇ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
ରେମୋନା ମାତ୍ର ୩ ବର୍ଷ ବୟସରୁ ପ୍ରସିଦ୍ଧ ଗୁରୁ ଶୀବିଦ୍ୟା ମୁରଲୀଧରଙ୍କଠାରୁ ଭାରତନାଟ୍ୟମ୍‌ ନୃତ୍ୟର ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ। ଏହି ବିଶ୍ୱ ରେକର୍ଡ ପାଇଁ ସେ ନିଜ ପାଠ୍ୟକ୍ରମ ସହ ଦୈନିକ ୫ରୁ ୬ ଘଣ୍ଟା ଭାରତନାଟ୍ୟମ୍‌ ନୃତ୍ୟର ଅଭ୍ୟାସ କରୁଥିଲେ। ରେମୋନାଙ୍କ ନୃତ୍ୟ ପ୍ରଦର୍ଶନ ସ୍ଥଳରେ ତାଙ୍କ ସହପାଠୀ, ଅଧ୍ୟାପିକା ଏବଂ ଅଧ୍ୟାପକ, ପରିବାର ଲୋକେ ରହି ତାଙ୍କ ଉତ୍ସାହ ବଢ଼ାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri