Posted inଫୁରସତ

ପୁନଶ୍ଚ ଏକତ୍ରିତ ହେବା: ପ୍ରମାଣରୁ ବାସ୍ତବ ପାଇଁ

ବିଶ୍ୱରେ ସବୁଠାରୁ ଉଚ୍ଚରେ ରହିଛି ମା’ ସ୍ଥାନ। ଏପରି କି କବି କହିଛନ୍ତି-ମୁଁ ତ କେବେ ଭଗବାନଙ୍କୁ ଦେଖିନାହିଁ, ମାତ୍ର ମୁଁ ନିଶ୍ଚିତ ଯେ ଭଗବାନଙ୍କ ରୂପ ମୋ ମା’ଙ୍କ ରୂପଠାରୁ କଦାପି ଅଲଗା ନୁହେଁ। ଗୋଟିଏ ସନ୍ତାନ ଗର୍ଭ ସଞ୍ଚାର ହେଲେ ସାଧାରଣ ମା’ଟିଏ ସୃଷ୍ଟି ହୋଇଥାଏ, ଅର୍ଥାତ୍‌ ଗର୍ଭବତୀ ମା’ ପ୍ରସବ ପରେ ସେ ସବୁଦିନ ପାଇଁ ମା’ ହୋଇଯାଏ।
ଆଗରୁ ଗର୍ଭଜନିତ, ପ୍ରସବଜନିତ ଓ ପ୍ରସବ ପରବର୍ତ୍ତୀ ବିଭିନ୍ନ ଅବସ୍ଥା ଯୋଗୁ ଅଧିକ ସଂଖ୍ୟକ ମା’ମାନେ ଅକାଳରେ ମୃତ୍ୟୁମୁଖରେ ପଡୁଥିଲେ। ପୁନଶ୍ଚ ମା’ ଓ ଶିଶୁର ସ୍ବାସ୍ଥ୍ୟ ପରସ୍ପର ସହିତ ଜଡିତ ଥିବାରୁ ତାହା ଶିଶୁ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଥିଲା ଓ ସ୍ଥଳ ବିଶେଷରେ ଶିଶୁଟି ମଧ୍ୟ ମୃତ୍ୟୁମୁଖରେ ପଡୁଥିଲା।
ସାଧାରଣ ସେବିକା (ଡାକ୍ତରୀ ସେବିକା)ମାନେ ଦୁଇଗୋଟି ମୁଖ୍ୟ କାର୍ଯ୍ୟ ନିର୍ବାହ କରିଥାଆନ୍ତି, ଯାହାକି ରୋଗୀର ଯତ୍ନ ଓ ସେବା ଅର୍ଥାତ୍‌ ନର୍ସିଂ ଓ ଦ୍ୱିତୀୟରେ ପ୍ରସବ ସମୟରେ ଯତ୍ନ, ପ୍ରସବ ଏବଂ ପ୍ରସବ ପରବର୍ତ୍ତୀ ଯତ୍ନ-ଏସବୁ ହେଉଛି ଧାତ୍ରୀ ସେବା ବା ମିଡ୍‌ଓ୍ବାଇଫେରି (Midwifery)।
ମିଡ୍‌ଓ୍ବାଇଫେରି ଶବ୍ଦ ସହିତ ଅନେକେ ପରିଚିତ ନ ଥିବେ। କିନ୍ତୁ ବର୍ତ୍ତମାନ ଏହା ଅନେକ ଗୁରୁତ୍ୱ ବହନ କରିଛି। ଏହାଦ୍ୱାରା ମା’ର ସମ୍ପୂର୍ଣ୍ଣ ଯତ୍ନ ନିଆଯାଇ ତାକୁ ସାଧାଣ ଶିଶୁ ପ୍ରସବ ପାଇଁ ପ୍ରସ୍ତୁତ କରାଯାଇପାରୁଛି ଏବଂ ଅସ୍ତ୍ରୋପଚାରଜନିତ ପ୍ରସବ ଅନେକ ହ୍ରାସ କରାଯାଇପାରୁଛି। ଏଠାରେ ଜାଣିବା ଉଚିତ ଯେ ଅସ୍ତ୍ରୋପଚାରଜନିତ ପ୍ରସବ ଏକ ଜଟିଳ ଏବଂ ମା’କୁ ଦୀର୍ଘଦିନ ଶଯ୍ୟାଶାୟୀ କରୁଥିବା ପ୍ରଣାଳୀ। ଅତି ଆବଶ୍ୟକ ନ ହେଲେ ଏହା କରିବା ଅନୁଚିତ।
ଆମ ରାଜ୍ୟରେ ‘ମିଡଓ୍ବାଇଫେରି ଇନିସିଏଟିଭ୍‌’ ଆରମ୍ଭ ହୋଇସାରିଛି। ଏଥିଲାଗି ୨୦୨୧ରୁ ଶ୍ରୀରାମଚନ୍ଦ୍ର ଭଞ୍ଜ ନର୍ସିଂ କଲେଜରେ ୩୦ ଜଣ ନର୍ସ ଅଧିକାରୀଙ୍କୁ ଏ ବିଷୟରେ ତାଲିମ ଦିଆଯାଉଛି। ସେମାନଙ୍କୁ ଛଅ ଜଣ ମିଡ୍‌ଓ୍ବାଇଫେରି ଟ୍ରେନର ତାଲିମ ଦେଉଛନ୍ତି। ସେହିପରି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନର୍ସିଂ କଲେଜରେ ୨୦୨୨ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଚଳିତବର୍ଷ ବୁର୍ଲା ଭିମ୍‌ସାର ନର୍ସିଂ କଲେଜରେ ଏହା ଆରମ୍ଭ କରାଯିବ। ଏଥିପାଇଁ ରାଜ୍ୟ ସରକାର, ଜାତୀୟ ସ୍ବାସ୍ଥ୍ୟ ମିଶନ, କେନ୍ଦ୍ର ସରକାରଙ୍କ ସହିତ ୟୁନିସେଫ୍‌ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଛନ୍ତି।
ଏହାର ମୁଖ୍ୟ ଉଦ୍ଦ୍ୟେଶ ହେଲା- ସମ୍ମାନର ସହିତ ଗର୍ଭବତୀମାନଙ୍କର ଯତ୍ନ ନେବା ଓ ସେମାନଙ୍କୁ ଖାଦ୍ୟ, ବ୍ୟାୟାମ, ଟିକାକରଣ ଓ ମାନସିକ ସ୍ତରରେ ସାଧାରଣ ପ୍ରସବ ନିମନ୍ତେ ପ୍ରସ୍ତୁତ କରିବା। ଯେହେତୁ ୮୫ ପ୍ରତିଶତରୁ ଅଧିକ ପ୍ରସବ ସାଧାରଣ ଭାବେ କରାଯାଇପାରିବ, ତେଣୁ ଏହାକୁ ତାଲମପ୍ରାପ୍ତ ସେବିକା ଧାତ୍ରୀ (ଏନ୍‌ପିଏମ୍‌)ମାନେ ପରିଚାଳନା କରିପାରିବେ। ଏହାଦ୍ୱାରା ଉଭୟ ମା’ ଓ ପରିବାର ଉପରୁ ଚାପ ହ୍ରାସ ସହିତ ଡାକ୍ତରମାନଙ୍କ କାମ କମ୍‌ କରାଯାଇପାରିବ। ଅସ୍ତ୍ରୋପଚାର ଦ୍ୱାରା କରାଯାଉଥିବା ପ୍ରସବ ହ୍ରାସ ପାଇବ ଓ କେବଳ ଅତ୍ୟନ୍ତ ଦରକାର ଥିବା କେସ୍‌ଗୁଡିକରେ ଏହା କରାଯିବା ଜରୁରୀ। ଅସ୍ତ୍ରୋପଚାର ଦ୍ୱାରା ପ୍ରସବ ବା ସିଜରିଆନ ସେକ୍ସନ ଅନୁଶୀଳନ ଓ ଅଡିଟ୍‌ ପାଇଁ ଏବେ ସରକାରୀ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇଛି।
‘ବିଶ୍ୱଧାତ୍ରୀ ଦିବସ’ ୧୯୯୨ ଠାରୁ ଆରମ୍ଭ କରାଯାଇଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ହେଉଛି ‘ପୁନଶ୍ଚ ଏକତ୍ରିତ ହେବା: ପ୍ରମାଣରୁ ବାସ୍ତବ ପାଇଁ’ (Together again: from evidence to reality)। ପ୍ରମାଣ ହେଲା ଯେ ମା’ମାନେ ପ୍ରସବ ପାଁଇ ଆଦୌ ଭୟଭୀତ ହେବା ଅନୁଚିତ। ଗର୍ଭଧାରଣ ସମୟରେ ସେବିକାଧାତ୍ରୀମାନଙ୍କର ଯତ୍ନ, ପରାମର୍ଶ, ତାଲିମ ଓ ବ୍ୟାୟାମ ଇତ୍ୟାଦି ଦ୍ୱାରା ଅଧିକାଂଶ ପ୍ରସବ ସାଧାରଣ ଭାବରେ କରାଯାଇପାରିବ। ଆମର ଲକ୍ଷ୍ୟ ରହିଛି ପ୍ରତି ୧ଲକ୍ଷ ପ୍ରସବ କ୍ଷେତ୍ରରେ ମାତୃ ମୃତ୍ୟୁ ହାର ୭୦କୁ କମାଇବା, ଯାହା ପାଇଁ ପ୍ରୟାସ ଜାରି ରହିଛି। ଆମ ଦେଶରେ ପ୍ରତିଦିନ ପାଖାପାଖି ୭୪ ଜଣ ମା’ ପ୍ରସବଜନିତ ମୃତ୍ୟୁମୁଖରେ ପଡିଥାଆନ୍ତି। ଏହି ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାରକୁ ଆମ ରାଜ୍ୟରେ ସଫଳ ଭାବରେ ହ୍ରାସ କରାଯାଇପାରିଛି। ଏ କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି।
ମିଡ୍‌ଓ୍ବାଇଫେରିମାନଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଲା: ସାଧାରଣ ପ୍ରସବ ଓ ମା’ମାନଙ୍କୁ ସଫଳ ଭାବେ ଏଥିପାଇଁ ପ୍ରସ୍ତୁତି। ସେବିକା ଧାତ୍ରୀମାନେ ମା’ମାନଙ୍କର ଜୀବନ ରକ୍ଷା କରିଥାଆନ୍ତି। ଏହା ଏକ ସଫଳ ପଦକ୍ଷେପ, ତାଲିମ ଓ ତା’ଠାରୁ ଅଧିକ ଅନୁଭବ। ଦୀର୍ଘସ୍ଥାୟୀ ବ୍ୟବସ୍ଥା, ଉଚ୍ଚମାନର ଟ୍ରେନିଂ ମଡେଲର ପ୍ରତିଷ୍ଠା, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞମାନଙ୍କ ସହିତ ସହଭାଗିତା ଓ ଏଥିଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉପଯୁକ୍ତ ଅର୍ଥ ବରାଦ ଇତ୍ୟାଦି ଗୁରୁତ୍ୱ ବହନ କରେ।
ଏହାର କ୍ଷେତ୍ରଗୁଡିକ ହେଲା- ସେବିକା ଧାତ୍ରୀମାନଙ୍କର ଯତ୍ନ, ପ୍ରସବ କ୍ଷେତ୍ରରେ ଭୂମିକା, ମା’ମାନଙ୍କର ସ୍ବାସ୍ଥ୍ୟ, ଧାତ୍ରୀ ବିଜ୍ଞାନ ଓ ସେବିକା ପ୍ରାକ୍ଟିସର ବିଭିନ୍ନ ସମ୍ଭାବନା, ମା’ମାନଙ୍କର ନର୍ସିଂ ସ୍ବାସ୍ଥ୍ୟ, ଗର୍ଭ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଯତ୍ନ, ଗର୍ଭ ସଞ୍ଚାର ଆଗର ଯତ୍ନ, ଗର୍ଭ ଓ ପ୍ରସବ ଯତ୍ନ, ତମାଖୁ ବର୍ଜନ, ଡାକ୍ତରଖାନାର ସେବିକା ଧାତ୍ରୀମାନଙ୍କର ଭୂମିକା, ସ୍ତନ୍ୟପାନ ତାଲିମ, ଜନ୍ମଠାରୁ ମା’ର ଯତ୍ନ, ପରିବାର କଲ୍ୟାଣ ଓ ହିପ୍ନୋବାର୍ଥତ୍ଙ୍ଗ ଅର୍ଥାତ, କଷ୍ଟରହିତ ପ୍ରସବ।
-ଡା. ରାମଚନ୍ଦ୍ର ରାଉତ
ସେବିକା ନିର୍ଦ୍ଦେଶକ, ଓଡ଼ିଶା
ମୋ- ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri