Posted inଜାତୀୟ

ବିଶ୍ୱ ପାଣିପାଗ ସଂଗଠନର ଚେତାବନୀ: ୫ ବର୍ଷରେ ସର୍ବକାଳୀନ ରେକର୍ଡ ଛୁଇଁପାରେ ବିଶ୍ୱ ତାପମାତ୍ରା

ନୂଆଦିଲ୍ଲୀ, ୨୯ା୫ (ଆଇଏଏନ୍‌ଏସ୍‌):ଆସନ୍ତା ୫ ବର୍ଷ ମଧ୍ୟରେ ବିଶ୍ୱର ହାରାହାରି ତାପମାତ୍ରା ବୃଦ୍ଧି ପାଇ ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିପାରେ କିମ୍ବା ଏହା ପାଖାପାଖି ରହିପାରେ। ବ୍ରିଟେନ୍‌ର ମେଟ୍‌ ଅଫିସ୍‌ ଦ୍ୱାରା ଗୁରୁବାର ପ୍ରକାଶିତ ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ)ର ରିପୋର୍ଟରେ ଏହି ଆଶଙ୍କା କରାଯାଇଛି। ଏହାସହିତ ଆର୍କଟିକ ଅଞ୍ଚଳ (ପୃଥିବୀର ଉତ୍ତର ଭାଗରେ ଥିବା ଅତି ଶୀତଳ ଅଞ୍ଚଳ)ରେ ତାପମାତ୍ରାର ଅସ୍ବାଭାବିକତା ବିଶ୍ୱର ହାରାହାରି ତାପମାତ୍ରା ଅପେକ୍ଷା ଅଧିକ ରହିବ ବୋଲି ଏଥିରେ କୁହାଯାଇଛି।
ରିପୋର୍ଟ ଅନୁଯାୟୀ, ଆଗାମୀ ୫ ବର୍ଷ ମଧ୍ୟରେ ହାରାହାରି ତାପମାତ୍ରା ପ୍ରାକ୍‌-ଶିଳ୍ପାୟନ ସ୍ତର (ପ୍ରି-ଇଣ୍ଡଷ୍ଟ୍ରିଆଲ ଲେଭଲ) ତୁଳନାରେ ୧.୫ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ହେବାର ସମ୍ଭାବନା ରହିଛି। ତେବେ ଏହାକୁ ପ୍ୟାରିସ୍‌ ଚୁକ୍ତିନାମାର ଉଲ୍ଲଂଘନ ବୋଲି କୁହାଯାଇପାରିବ ନାହିଁ, କାରଣ ପ୍ୟାରିସ୍‌ ଚୁକ୍ତିନାମାରେ ସାଧାରଣତଃ ୨୦ ବର୍ଷର ଦୀର୍ଘକାଳୀନ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ହିଁ ବିଚାରକୁ ନିଆଯାଇଥାଏ। ୨୦୨୬ ରୁ ୨୦୩୦ ମଧ୍ୟରେ ବାର୍ଷିକ ବିଶ୍ୱର ହାରାହାରି ପୃଷ୍ଠଭାଗ ତାପମାତ୍ରା ୧୮୫୦-୧୯୦୦ର ହାରାହାରି ତାପମାତ୍ରା ତୁଳନାରେ ୧.୩ ରୁ ୧.୯ ଡିଗ୍ରୀ ସେଲ୍‌ସିୟସ ଅଧିକ ରହିବା ନେଇ ପୂର୍ବାନୁମାନ କରାଯାଇଛି।
୨୦୨୬ରୁ ୨୦୩୦ ମଧ୍ୟରେ ଯେକୌଣସି ଗୋଟିଏ ବର୍ଷ, ପୂର୍ବର ସବୁଠାରୁ ଗରମ ବର୍ଷ ଥିବା ୨୦୨୪ର ରେକର୍ଡକୁ ଭାଙ୍ଗି ସବୁଠାରୁ ଗରମ ବର୍ଷ ସାବ୍ୟସ୍ତ ହେବାର ୮୬% ସମ୍ଭାବନା ଅଛି। ସେହିପରି ୯୧% ସମ୍ଭାବନା ରହିଛି ଯେ ୨୦୨୬-୨୦୩୦ ମଧ୍ୟରେ ଅନ୍ତତଃ ପକ୍ଷେ ଏକ ବର୍ଷ ପାଇଁ ବିଶ୍ୱର ହାରାହାରି ପୃଷ୍ଠଭାଗ ତାପମାତ୍ରା ଅସ୍ଥାୟୀ ଭାବେ ୧.୫ ଡିଗ୍ରୀ ସେଲ୍‌ସିୟସ ସୀମା ଅତିକ୍ରମ କରିଯିବ। ଏହି ସୀମା ପୂର୍ବରୁ ୨୦୨୪ ମସିହାରେ ମଧ୍ୟ ଅସ୍ଥାୟୀ ଭାବେ ଅତିକ୍ରମ କରିଥିଲା, ଯେତେବେଳେ ବିଶ୍ୱର ହାରାହାରି ପୃଷ୍ଠଭାଗ ତାପମାତ୍ରା ପ୍ରାକ୍‌-ଶିଳ୍ପାୟନ ସ୍ତରଠାରୁ ପ୍ରାୟ ୧.୫୫ ଡିଗ୍ରୀ ସେଲସିୟସ ଅଧିକ ଥିଲା।
ରିପୋର୍ଟର ମୁଖ୍ୟ ଲେଖକ ଡକ୍ଟର ଲିଓନ୍‌ ହରମାନସନ୍‌ କହିଛନ୍ତି, ‘୨୦୨୬ ଶେଷ ଆଡ଼କୁ ‘ଏଲ ନିନୋ’ ପ୍ରକ୍ରିୟା ସୃଷ୍ଟିହେବା ପୂର୍ବାନୁମାନ କରାଯାଉଛି। ଏହାଦ୍ୱାରା ତା’ର ପରବର୍ତ୍ତୀ ବର୍ଷ ଅର୍ଥାତ୍‌ ୨୦୨୭ ବିଶ୍ୱର ସବୁଠାରୁ ଗରମ ବର୍ଷ ଭାବେ ନୂଆ ରେକର୍ଡ ସୃଷ୍ଟି କରିବାର ସମ୍ଭାବନା ଅଧିକ ରହିଛି। କେନ୍ଦ୍ରୀୟ କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ (ନିନୋ ୩.୪ ରିଜନ) ରେ ଆଗାମୀ ୫ ବର୍ଷର ପୂର୍ବାନୁମାନ କରାଯାଇଥିବା ହାରାହାରି ତାପମାତ୍ରା ସ୍ପଷ୍ଟ କରୁଛି ଯେ, ୨୦୨୭ ଏବଂ ୨୦୨୮ରେ ଏଲ୍‌ ନିନୋ ସ୍ଥିତି ସକ୍ରିୟ ରହିବ।
ପ୍ୟାରିସ୍‌ ଚୁକ୍ତିନାମା ଅନୁଯାୟୀ, ବିଶ୍ୱର ଦୀର୍ଘକାଳୀନ ହାରାହାରି ତାପମାତ୍ରା ବୃଦ୍ଧିକୁ ପ୍ରାକ୍‌-ଶିଳ୍ପାୟନ ସ୍ତରଠାରୁ ୨ ଡିଗ୍ରୀ ସେଲସିୟସ୍‌ରୁ ଯଥେଷ୍ଟ କମ୍‌ ରଖିବା ଏବଂ ଏହାକୁ ୧.୫ ଡିଗ୍ରୀ ସେଲସିୟସ ମଧ୍ୟରେ ସୀମିତ ରଖିବା ପାଇଁ ସମସ୍ତ ଦେଶ ସହମତି ପ୍ରକାଶ କରିଥିଲେ। ବୈଜ୍ଞାନିକ ସମୁଦାୟ ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି ଯେ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ହେଲେ ଏହା ବିଶ୍ୱରେ ଭୟଙ୍କର ଜଳବାୟୁ ପରିବର୍ତ୍ତନ ଏବଂ ପ୍ରତିକୂଳ ପାଣିପାଗ ସୃଷ୍ଟିକରିବ, ଯାହା ମାନବ ସମାଜ ପାଇଁ ବିପଜ୍ଜନକ ହେବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?