ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ

ଯାଜପୁର,୧୨।୧୦: ଯାଜପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ‘ଓ୍ବଲ୍ଡ ମେଣ୍ଟାଲ ହେଲଥ ଡେ’ ବା ‘ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ’ ପାଳିତ ହୋଇଯାଇଛି। ଯାଜପୁର ରୋଡ଼ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କନଫରେନ୍ସ ହଲରେ ଏହା ଅନୁଷ୍ଠିତ ହୋଇଛି । ଏ ବର୍ଷର ମାନସିକ ସ୍ବାସ୍ଥ୍ୟ ଦିବସର ଥିମ ରହିଛି କର୍ମକ୍ଷେତ୍ରରେ ମାନସିକ ସ୍ବାସ୍ଥ୍ୟ। ଏହାକୁ ନେଇ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ଏକ କାର୍ଯ୍ୟକ୍ରମର ଆଲୋଚନା କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର କହ୍ନେଇପୁରରେ ଥିବା ମିସନ ଚାରିଟିର ନିର୍ଦେଶକ ଅନୁରଞ୍ଜନ ଡୁଙ୍ଗଡୁଙ୍ଗ , ସମ୍ମାନିତ ଅତିଥି ଭାବେ ରାଜେଶ କୁମାର ରାଉତ ଏବଂ ମୁଖ୍ୟବକ୍ତା ଭାବେ ଯଯାତିକେଶରୀ ମେଡିକାଲ କଲେଜ ଆଣ୍ଡ ହସପିଟାଲର ସାଇକାଆର୍ଟିଷ୍ଟ ନର୍ସ ବିନ୍ଦୁଲତା ପଲେଇ ଯୋଗ ଦେଇ କର୍ମକ୍ଷେତ୍ରରେ ମାନସିକ ସ୍ବାସ୍ଥ୍ୟର ଗୁରୁତ୍ୱ ବିଷୟରେ ଆଲୋଚନା କରିଛନ୍ତି।

ଆଜିକାଲି କେବଳ ଯୁବପିଢି ନୁହନ୍ତି ପ୍ରତ୍ୟେକ ବର୍ଗର ଲୋକଙ୍କ ଠାରେ ମାନସିକ ରୋଗ ଚିହ୍ନଟ ହେଉଛି । ଆଉ ଏହି ମାନସିକ ରୋଗ ବିଷୟରେ ଅନେକ ଅଜଣା ଥିବାବେଳେ , ଜାଣିଥିବା କିଛି ଲୋକ ଏହାକୁ ନେଇ ଆଲୋଚନା କରିବାକୁ ଡରୁଛନ୍ତି ତଥା ଆଲୋଚନା କରିବାକୁ ଚାହୁଁ ନାହାନ୍ତି । ତା’ ଛଡା ବର୍ତମାନ ପରିସ୍ଥିତିରେ ନିଜର କର୍ମକ୍ଷେତ୍ରରେ ଲୋକମାନେ କିପରି ବିଭିନ୍ନ ମାନସିକ ଚାପରେ ପ୍ରଭାବିତ ହେଉଛନ୍ତି ଏବଂ ଏହାର ନିରାକରଣ ବିଷୟରେ ଆଲୋଚନା ହୋଇଛି। କେବଳ ଯୁବଗୋଷ୍ଠୀଙ୍କ ଠାରେ ନୁହେଁ ଆଜିକାଲି ଛୋଟ ପିଲାଙ୍କ ଠାରେ ମଧ୍ୟ ମାନସିକ ରୋଗର ଅନେକ ଲକ୍ଷଣ ଦେଖିବାକୁ ମିଳୁଛି । ତେବେ ପ୍ରତ୍ୟେକ ପରିସ୍ଥିତିରେ ମାନସିକ ଭାରସାମ୍ୟରେ କିପରି ସନ୍ତୁଳନ ବଜାୟ ରଖିବା ଏ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ସଭାରେ ମତ ରଖିଯାଇଛି । ଏହା ସହ ମାନସିକ ସାସ୍ଥ୍ୟ ସମସ୍ୟା, ଲକ୍ଷଣ ଓ ନିରାକରଣ ବିଷୟରେ ଉପସ୍ଥିତ ଥିବା ସଦସ୍ୟମାନଙ୍କର ଯାହା ଦ୍ୱନ୍ଦ୍ୱ ଥିଲା ସେମାନେ ମୁଖ୍ୟବକ୍ତାଙ୍କ ଠାରୁ ପଚାରି ବୁଝିଥିଲେ। ତେବେ ଏହି ସଭାରେ ଫାଉଣ୍ଡେସନର କୋଷାଧ୍ୟକ୍ଷ ପ୍ରତାପ କେଶରୀ ମହାପାତ୍ର, ଗଣେଶ ତରାଇ,ଶ୍ରୀରାମ ଚନ୍ଦ୍ର ସାହୁ, ତନ୍ମୟ କୁମାର ଦାସ, ରାଜେନ୍ଦ୍ର ତରାଇ, ବାସନ୍ତୀ ଲତା ଯେନା, ଦିପ୍ତିମୟୀ ଦାସ, ସରୋଜ ପ୍ରଧାନ, ସାଇଶରୀ ଦାସ, ପ୍ରଣତୀ ଦାସ, ଅରବିନ୍ଦ ସାହୁ, ଚିନ୍ମୟ କୁମାର ଦାସ, ଭରତ ଚନ୍ଦ୍ର ସାହୁ,ସ୍ମୃତିମୟୀ ବେହେରା, ଶଶିକାନ୍ତ,ବାସୁଦେବ ଆଦି ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରାଇଛନ୍ତି। କାର୍ଯ୍ୟକ୍ରମଟିକୁ ଫାଉଣ୍ଡେସନର ସଦସ୍ୟ ପ୍ରଦୀପ କୁମାର ଦାସ ସୂଚାରୁରୂପେ ପରିଚାଳନା କରିଥିବା ବେଳେ ଫାଉଣ୍ଡେସନର ସଭାପତି ମନୋଜ କୁମାର ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ତତ୍ପରତା ଦେଖାଇଲା ଜିଲା ପ୍ରଶାସନ, ଜେସିବି ମେଶିନ ସାହାଯ୍ୟରେ ହଟାଗଲା ହମ୍ପସ

ବଞ୍ଚୋ,୫ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଛକ ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

ସାଙ୍ଗ ନେଲା ସାଙ୍ଗର ଜୀବନ, ହତ୍ୟା କରି ଜରିରେ କରିଦେଲେ ପ୍ୟାକ୍‌, ୫ ଦିନ ପରେ ମିଳିଲା…

ବ୍ରଜରାଜନଗର, ୫।୨(ବିଜୟ ବରାଡ଼): ଝାରସୁଗୁଡା ବ୍ରଜରଜନଗର ଥାନା ରାମପୁର ଫାଣ୍ଡି ଆନ୍ତର୍ଗତ କୁକୁରିକାନୀ ପଡ଼ାର ଟାଙ୍ଗର ଘାଟ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି…

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ଧାନ କିଣାକୁ ନେଇ ଅବ୍ୟବସ୍ଥା: ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଚାଷୀ

ଲଇକେରା, ୫।୨(ରଞ୍ଜନ କୁମାର ମେହେର ): ଝାରସୁଗୁଡା ଜିଲାରେ ବର୍ତ୍ତମାନ ଧାନ କିଣାକୁ ନେଇ ଘୋର ଅବ୍ୟବସ୍ଥା ଲାଗି ରହିଛି। ଗୁରୁବାର ସକାଳୁ ମଣ୍ଡିକୁ ଟ୍ରାକ୍ଟରରେ ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri