Posted inଜାତୀୟ

ଜି୨୦ରେ ବିଶ୍ୱନେତା

ନୂଆଦିଲ୍ଲୀ,୯ା୯: ଭାରତ ଅଧ୍ୟକ୍ଷତା କରୁଥିବା ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ଙ୍କ ସମେତ ଅନେକ ବିଶ୍ୱନେତା ନୂଆଦିଲ୍ଲୀରେ ପହଞ୍ଚତ୍ଲେଣି। ଶନିବାର ଓ ରବିବାର ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀ ପାଇଁ ଜାତୀୟ ରାଜଧାନୀ ଦିଲ୍ଲୀ ସଜେଇ ହୋଇଛି। ବିଭିନ୍ନ ସରକାରୀ ଦପ୍ତରଠୁ ନେଇ ଲାଲକିଲ୍ଲା ପର୍ଯ୍ୟନ୍ତ ତ୍ରିରଙ୍ଗାର ଆଲୋକମାଳାରେ ସଜ୍ଜିତ।
ଅତିଥିମାନଙ୍କୁ ଦେଶର ବିଭିନ୍ନ ଭାଗରୁ ଅସିଥିବା କଳାକାରଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ପରିବେଷଣ ସହ ସ୍ବାଗତ କରାଯାଇଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ମୁଖ୍ୟ କ୍ରିଷ୍ଟିଲନିନା ଜେଓଜିଏଭା ସଙ୍ଗୀତର ତାଳେ ତାଳେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଯଥାକ୍ରମେ କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ଓ ଦର୍ଶନା ଜାର୍ଦ୍ଦୋଶ ସ୍ବାଗତ କରିଛନ୍ତି। ଋଷି ସୁନକଙ୍କୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ସ୍ବାଗତ କରିଥିବାବେଳେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଅଲବେର୍ଟୋ ଫର୍ନାଣ୍ଡିଜ୍‌ଙ୍କୁ କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ପାଲାମ ବିମାନବନ୍ଦରରୁ ପାଛୋଟି ନେଇଥିଲେ। କୋମୋରୋସ୍‌ ରାଷ୍ଟ୍ରପତି ଅଜାଲି ଅସୋଉମାନି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ପ୍ରତିନିଧିତ୍ୱ କରୁଥିବା ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍‌ଙ୍କୁ ମଧ୍ୟ ଭବ୍ୟ ସ୍ବାଗତ କରାଯାଇଥିଲା। ଓମାନ୍‌ ଉପପ୍ରଧାନମନ୍ତ୍ରୀ ସୟୈଦ ଫହଦ୍‌ ବିନ୍‌ ମହମ୍ମଦ ଅଲ୍‌ ସୈଦ୍‌ଙ୍କୁ ମଧ୍ୟ ଅଶ୍ୱିନୀ ସ୍ବାଗତ କରିଥିଲେ।
ଯୋଗଦେବା ପାଇଁ ଇଜିପ୍ଟ ରାଷ୍ଟ୍ରପତି ଅବ୍‌ଦେଲ ଫତହ ଏଲ୍‌-ସିସି, ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟେଓଲ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲ୍‌ବାନେସେ ଏବଂ ୟୁଏଇ ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ୍‌ ଅଲ୍‌ ନହ୍ୟାନ୍‌ ମଧ୍ୟ ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କୁ ଏହି ବୈଶ୍ୱିକ ସଙ୍ଗଠନର ଅଧିକାରୀମାନେ ସ୍ବାଗତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମାଇକ୍ରୋବ୍ଲଗିଂ ସାଇଟ୍‌ରେ ବିଶ୍ୱନେତାଙ୍କୁ ସ୍ବାଗତ କରି ପୋଷ୍ଟ କରିଛନ୍ତି, ଆମ ଅତିଥିମାନେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଓ ସତ୍କାରକୁ ଉପଭୋଗ କରିବେ ବୋଲି ଆଶା।

ପ୍ରତିନିଧିଙ୍କୁ ସେମାନଙ୍କ ଭାଷାରେ ସ୍ବାଗତ

ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ ଡେଲିଗେଶନ୍‌ ସେଣ୍ଟରରେ ଜି୨୦ ପ୍ରତିନିଧି ଓ ଅନ୍ୟ ଅନ୍ତର୍ଜାତୀୟ ଅତିଥିମାନଙ୍କୁ ସେମାନଙ୍କ ନିଜସ୍ବ ଭାଷାରେ ଅଭିନନ୍ଦନ ଜଣାଇ ସ୍ବାଗତ କରାଯିବ। ଭାରତ ମଣ୍ଡପମ୍‌ କମ୍ପ୍ଲେକ୍ସର ହଲ୍‌ ନମ୍ବର ୧୪ରେ କରାଯାଇଥିବା ଡେଲିଗେଶନ୍‌ ଅଫିସରେ ଆନୁଷ୍ଠାନିକ ସ୍ବାଗତ ବ୍ୟବସ୍ଥା କରାଯାଇଛି। ସେଠାରେ ଜି୨୦ର ସବୁ ସଦସ୍ୟ ତଥା ନିମନ୍ତ୍ରିତ ରାଷ୍ଟ୍ରର ଭାଷାରେ ‘ବସୁଧୈବ କୁଟୁମ୍ବକମ୍‌’ ଏବଂ ‘ସ୍ବାଗତଂ’ ଲେଖାଯାଇଛି। ଜର୍ମାନ ଭାଷାରେ ‘ଓ୍ବିଲକୋମେନ୍‌’ଠାରୁ ନେଇ ଇଣ୍ଡୋନେସୀୟ ଭାଷାରେ ‘ସେଲାମତ୍‌ ଦତାଙ୍ଗ୍‌’, ସ୍ପାନିଶ୍‌ରେ ‘ବାଇଏନଭେନିଡୋ’ ଏବଂ ତୁର୍କୀ ଭାଷାରେ ‘ହୋସ୍‌ଗେଲଡିନିଜ୍‌’ ପର୍ଯ୍ୟନ୍ତ ଉଲ୍ଲେଖ କରାଯାଇଛି।

୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଲକ୍ଷ୍ୟକୁ ନେଇ ନେତୃତ୍ୱ

ଜି୨୦ ରାଷ୍ଟ୍ରଗୁଡ଼ିକ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଲକ୍ଷ୍ୟ ଉପରେ ଧ୍ୟାନଦେବା ସହ ଜଳବାୟୁ ନ୍ୟାୟ ପର୍ଯ୍ୟବସିତ ଆସ୍ଥାକୁ ପୁନଃ ଅବସ୍ଥାପିତ କରି ଏବଂ ଉପଯୁକ୍ତ ଓ ସବୁଜ ଅର୍ଥନୀତି ଜରିଆରେ ସହଜ ପରିବର୍ତ୍ତନକୁ ଗୁରୁତ୍ୱ ପ୍ରଦାନ ପୂର୍ବକ ନେତୃତ୍ୱ ପ୍ରଦର୍ଶନ କରିବା ଉଚିତ ବୋଲି ଶୁକ୍ରବାର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ପରାମର୍ଶ ଦେଇଛନ୍ତି। ଗୁଟେରସ୍‌ କହିଛନ୍ତି, ହରାଇବା ପାଇଁ ଆମ ପାଖରେ ସମୟ ନାହିଁ। ଯେତେ ଦୂର ଦେଖାଯାଉଛି ସବୁଠି ଆହ୍ବାନ ରହିଛି। ଜଳବାୟୁ ସଙ୍କଟ ନାଟକୀୟ ଭାବେ ଅତି ଖରାପ ସ୍ତରକୁ ଯିବାରେ ଲାଗିଛି। ବିଶ୍ୱର ୮୫% ମୋଟ ଘରୋଇ ଉତ୍ପାଦ (ଜିଡିପି) ଅବଦାନ ରଖୁଥିବା ଏବଂ ୮୦% ଅଙ୍ଗାରକାମ୍ଳ ଉର୍ତ୍ସଜନ ପାଇଁ ଦାୟୀ ଜି୨୦ ରାଷ୍ଟ୍ରଗୁଡ଼ିକ ଜଳବାୟୁ ଅଚଳାବସ୍ଥାକୁ ରୋକିବା ଏବଂ ନିରନ୍ତର ବିକାଶ ଲକ୍ଷ୍ୟକୁ ସୁରକ୍ଷା ଦେବା ଆଦି ଦୁଇଟି ପ୍ରାଥମିକ କ୍ଷେତ୍ରରେ ନେତୃତ୍ୱ ନିଅନ୍ତୁ ବୋଲି ଗୁଟେରସ୍‌ ଅନୁରୋଧ କରିଛନ୍ତି। ପ୍ରକାଶ ଯେ, ୨୦୧୫ରେ ଅନୁଷ୍ଠିତ ପ୍ୟାରିସ୍‌ ଜଳବାୟୁ ସମ୍ମିଳନୀରେ ଦେଶଗୁଡ଼ିକ ବିଶ୍ୱ ପରିତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ସୀମିତ ରଖିବା ପାଇଁ ସହମତି ପ୍ରକାଶ କରିଥିଲେ।

ମାନବକୈନ୍ଦ୍ରିକ ସମାବେଶୀ ବିକାଶର ନୂଆ ମାର୍ଗ ଆଙ୍କିବ: ମୋଦି

ଜି୨୦ ସମିଟ୍‌ ମାନବକୈନ୍ଦ୍ରିକ ଏବଂ ସମାବେଶୀ ବିକାଶର ନୂଆ ମାର୍ଗ ଆଙ୍କିବା ନେଇ ପୂର୍ଣ୍ଣ ବିଶ୍ୱାସ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀ ପୂର୍ବରୁ କହିଛନ୍ତି। ଏହି ଅବସରରେ ସେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ କହିଛନ୍ତି, ଧାଡ଼ିର ଶେଷ ଭାଗରେ ଥିବା ଅବହେଳିତମାନଙ୍କ ସେବା ଲାଗି ତାଙ୍କ ମିଶନ ଅନୁକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ବିକାଶକୁ ଆଗେଇ ନେବାକୁହେଲେ ମାନବକୈନ୍ଦ୍ରିକ ମାର୍ଗ ଉପରେ ଗାନ୍ଧିଜୀ ସର୍ବାଧିକ ଗୁରୁତ୍ୱ ଦେଉଥିଲେ। ଆମେ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ର ଦ୍ରୁତ ଅଗ୍ରଗତି ଚାହୁଁ। ସେହିପରି ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି ଏବଂ ଏକବିଂଶ ଶତାବ୍ଦୀ ନିମନ୍ତେ ବହୁପକ୍ଷୀୟ ଅନୁଷ୍ଠାନଗୁଡ଼ିକୁ ମଜଭୁତ କରିବା ଆମର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଯୁକ୍ତିଗତ ପରିବର୍ତ୍ତନ, ଡିଜିଟାଲ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର ଭଳି ଭବିଷ୍ୟତ ସେକ୍ଟରଗୁଡ଼ିକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ଲିଙ୍ଗଗତ ସମାନତା, ମହିଳା ସଶକ୍ତୀକରଣ ଏବଂ ବିଶ୍ୱଶାନ୍ତି ସୁନିଶ୍ଚିତ କରିବା ଦିଗରେ ଆମେ ସାମୂହିକ ଭାବେ କାର୍ଯ୍ୟ କରିବୁ । ଭାରତର ଜି୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ରହିଛି, ‘ବସୁଧୈବ କୁଟୁମ୍ବକମ୍‌- ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ଯାହା ଆମର ବିଶ୍ୱ ଅଭିମୁଖ୍ୟ ସମଗ୍ର ବିଶ୍ୱ ଏକ ପରିବାର ସହ ଗଭୀର ସମ୍ପର୍କ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri