Posted inଜାତୀୟ

ଜି୨୦ରେ ବିଶ୍ୱନେତା

ନୂଆଦିଲ୍ଲୀ,୯ା୯: ଭାରତ ଅଧ୍ୟକ୍ଷତା କରୁଥିବା ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ଙ୍କ ସମେତ ଅନେକ ବିଶ୍ୱନେତା ନୂଆଦିଲ୍ଲୀରେ ପହଞ୍ଚତ୍ଲେଣି। ଶନିବାର ଓ ରବିବାର ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀ ପାଇଁ ଜାତୀୟ ରାଜଧାନୀ ଦିଲ୍ଲୀ ସଜେଇ ହୋଇଛି। ବିଭିନ୍ନ ସରକାରୀ ଦପ୍ତରଠୁ ନେଇ ଲାଲକିଲ୍ଲା ପର୍ଯ୍ୟନ୍ତ ତ୍ରିରଙ୍ଗାର ଆଲୋକମାଳାରେ ସଜ୍ଜିତ।
ଅତିଥିମାନଙ୍କୁ ଦେଶର ବିଭିନ୍ନ ଭାଗରୁ ଅସିଥିବା କଳାକାରଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ପରିବେଷଣ ସହ ସ୍ବାଗତ କରାଯାଇଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ମୁଖ୍ୟ କ୍ରିଷ୍ଟିଲନିନା ଜେଓଜିଏଭା ସଙ୍ଗୀତର ତାଳେ ତାଳେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଯଥାକ୍ରମେ କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ଓ ଦର୍ଶନା ଜାର୍ଦ୍ଦୋଶ ସ୍ବାଗତ କରିଛନ୍ତି। ଋଷି ସୁନକଙ୍କୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ସ୍ବାଗତ କରିଥିବାବେଳେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଅଲବେର୍ଟୋ ଫର୍ନାଣ୍ଡିଜ୍‌ଙ୍କୁ କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ପାଲାମ ବିମାନବନ୍ଦରରୁ ପାଛୋଟି ନେଇଥିଲେ। କୋମୋରୋସ୍‌ ରାଷ୍ଟ୍ରପତି ଅଜାଲି ଅସୋଉମାନି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ପ୍ରତିନିଧିତ୍ୱ କରୁଥିବା ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍‌ଙ୍କୁ ମଧ୍ୟ ଭବ୍ୟ ସ୍ବାଗତ କରାଯାଇଥିଲା। ଓମାନ୍‌ ଉପପ୍ରଧାନମନ୍ତ୍ରୀ ସୟୈଦ ଫହଦ୍‌ ବିନ୍‌ ମହମ୍ମଦ ଅଲ୍‌ ସୈଦ୍‌ଙ୍କୁ ମଧ୍ୟ ଅଶ୍ୱିନୀ ସ୍ବାଗତ କରିଥିଲେ।
ଯୋଗଦେବା ପାଇଁ ଇଜିପ୍ଟ ରାଷ୍ଟ୍ରପତି ଅବ୍‌ଦେଲ ଫତହ ଏଲ୍‌-ସିସି, ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟେଓଲ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲ୍‌ବାନେସେ ଏବଂ ୟୁଏଇ ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ୍‌ ଅଲ୍‌ ନହ୍ୟାନ୍‌ ମଧ୍ୟ ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କୁ ଏହି ବୈଶ୍ୱିକ ସଙ୍ଗଠନର ଅଧିକାରୀମାନେ ସ୍ବାଗତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମାଇକ୍ରୋବ୍ଲଗିଂ ସାଇଟ୍‌ରେ ବିଶ୍ୱନେତାଙ୍କୁ ସ୍ବାଗତ କରି ପୋଷ୍ଟ କରିଛନ୍ତି, ଆମ ଅତିଥିମାନେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଓ ସତ୍କାରକୁ ଉପଭୋଗ କରିବେ ବୋଲି ଆଶା।

ପ୍ରତିନିଧିଙ୍କୁ ସେମାନଙ୍କ ଭାଷାରେ ସ୍ବାଗତ

ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ ଡେଲିଗେଶନ୍‌ ସେଣ୍ଟରରେ ଜି୨୦ ପ୍ରତିନିଧି ଓ ଅନ୍ୟ ଅନ୍ତର୍ଜାତୀୟ ଅତିଥିମାନଙ୍କୁ ସେମାନଙ୍କ ନିଜସ୍ବ ଭାଷାରେ ଅଭିନନ୍ଦନ ଜଣାଇ ସ୍ବାଗତ କରାଯିବ। ଭାରତ ମଣ୍ଡପମ୍‌ କମ୍ପ୍ଲେକ୍ସର ହଲ୍‌ ନମ୍ବର ୧୪ରେ କରାଯାଇଥିବା ଡେଲିଗେଶନ୍‌ ଅଫିସରେ ଆନୁଷ୍ଠାନିକ ସ୍ବାଗତ ବ୍ୟବସ୍ଥା କରାଯାଇଛି। ସେଠାରେ ଜି୨୦ର ସବୁ ସଦସ୍ୟ ତଥା ନିମନ୍ତ୍ରିତ ରାଷ୍ଟ୍ରର ଭାଷାରେ ‘ବସୁଧୈବ କୁଟୁମ୍ବକମ୍‌’ ଏବଂ ‘ସ୍ବାଗତଂ’ ଲେଖାଯାଇଛି। ଜର୍ମାନ ଭାଷାରେ ‘ଓ୍ବିଲକୋମେନ୍‌’ଠାରୁ ନେଇ ଇଣ୍ଡୋନେସୀୟ ଭାଷାରେ ‘ସେଲାମତ୍‌ ଦତାଙ୍ଗ୍‌’, ସ୍ପାନିଶ୍‌ରେ ‘ବାଇଏନଭେନିଡୋ’ ଏବଂ ତୁର୍କୀ ଭାଷାରେ ‘ହୋସ୍‌ଗେଲଡିନିଜ୍‌’ ପର୍ଯ୍ୟନ୍ତ ଉଲ୍ଲେଖ କରାଯାଇଛି।

୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଲକ୍ଷ୍ୟକୁ ନେଇ ନେତୃତ୍ୱ

ଜି୨୦ ରାଷ୍ଟ୍ରଗୁଡ଼ିକ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଲକ୍ଷ୍ୟ ଉପରେ ଧ୍ୟାନଦେବା ସହ ଜଳବାୟୁ ନ୍ୟାୟ ପର୍ଯ୍ୟବସିତ ଆସ୍ଥାକୁ ପୁନଃ ଅବସ୍ଥାପିତ କରି ଏବଂ ଉପଯୁକ୍ତ ଓ ସବୁଜ ଅର୍ଥନୀତି ଜରିଆରେ ସହଜ ପରିବର୍ତ୍ତନକୁ ଗୁରୁତ୍ୱ ପ୍ରଦାନ ପୂର୍ବକ ନେତୃତ୍ୱ ପ୍ରଦର୍ଶନ କରିବା ଉଚିତ ବୋଲି ଶୁକ୍ରବାର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ପରାମର୍ଶ ଦେଇଛନ୍ତି। ଗୁଟେରସ୍‌ କହିଛନ୍ତି, ହରାଇବା ପାଇଁ ଆମ ପାଖରେ ସମୟ ନାହିଁ। ଯେତେ ଦୂର ଦେଖାଯାଉଛି ସବୁଠି ଆହ୍ବାନ ରହିଛି। ଜଳବାୟୁ ସଙ୍କଟ ନାଟକୀୟ ଭାବେ ଅତି ଖରାପ ସ୍ତରକୁ ଯିବାରେ ଲାଗିଛି। ବିଶ୍ୱର ୮୫% ମୋଟ ଘରୋଇ ଉତ୍ପାଦ (ଜିଡିପି) ଅବଦାନ ରଖୁଥିବା ଏବଂ ୮୦% ଅଙ୍ଗାରକାମ୍ଳ ଉର୍ତ୍ସଜନ ପାଇଁ ଦାୟୀ ଜି୨୦ ରାଷ୍ଟ୍ରଗୁଡ଼ିକ ଜଳବାୟୁ ଅଚଳାବସ୍ଥାକୁ ରୋକିବା ଏବଂ ନିରନ୍ତର ବିକାଶ ଲକ୍ଷ୍ୟକୁ ସୁରକ୍ଷା ଦେବା ଆଦି ଦୁଇଟି ପ୍ରାଥମିକ କ୍ଷେତ୍ରରେ ନେତୃତ୍ୱ ନିଅନ୍ତୁ ବୋଲି ଗୁଟେରସ୍‌ ଅନୁରୋଧ କରିଛନ୍ତି। ପ୍ରକାଶ ଯେ, ୨୦୧୫ରେ ଅନୁଷ୍ଠିତ ପ୍ୟାରିସ୍‌ ଜଳବାୟୁ ସମ୍ମିଳନୀରେ ଦେଶଗୁଡ଼ିକ ବିଶ୍ୱ ପରିତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ସୀମିତ ରଖିବା ପାଇଁ ସହମତି ପ୍ରକାଶ କରିଥିଲେ।

ମାନବକୈନ୍ଦ୍ରିକ ସମାବେଶୀ ବିକାଶର ନୂଆ ମାର୍ଗ ଆଙ୍କିବ: ମୋଦି

ଜି୨୦ ସମିଟ୍‌ ମାନବକୈନ୍ଦ୍ରିକ ଏବଂ ସମାବେଶୀ ବିକାଶର ନୂଆ ମାର୍ଗ ଆଙ୍କିବା ନେଇ ପୂର୍ଣ୍ଣ ବିଶ୍ୱାସ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀ ପୂର୍ବରୁ କହିଛନ୍ତି। ଏହି ଅବସରରେ ସେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ କହିଛନ୍ତି, ଧାଡ଼ିର ଶେଷ ଭାଗରେ ଥିବା ଅବହେଳିତମାନଙ୍କ ସେବା ଲାଗି ତାଙ୍କ ମିଶନ ଅନୁକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ବିକାଶକୁ ଆଗେଇ ନେବାକୁହେଲେ ମାନବକୈନ୍ଦ୍ରିକ ମାର୍ଗ ଉପରେ ଗାନ୍ଧିଜୀ ସର୍ବାଧିକ ଗୁରୁତ୍ୱ ଦେଉଥିଲେ। ଆମେ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ର ଦ୍ରୁତ ଅଗ୍ରଗତି ଚାହୁଁ। ସେହିପରି ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି ଏବଂ ଏକବିଂଶ ଶତାବ୍ଦୀ ନିମନ୍ତେ ବହୁପକ୍ଷୀୟ ଅନୁଷ୍ଠାନଗୁଡ଼ିକୁ ମଜଭୁତ କରିବା ଆମର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଯୁକ୍ତିଗତ ପରିବର୍ତ୍ତନ, ଡିଜିଟାଲ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର ଭଳି ଭବିଷ୍ୟତ ସେକ୍ଟରଗୁଡ଼ିକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ଲିଙ୍ଗଗତ ସମାନତା, ମହିଳା ସଶକ୍ତୀକରଣ ଏବଂ ବିଶ୍ୱଶାନ୍ତି ସୁନିଶ୍ଚିତ କରିବା ଦିଗରେ ଆମେ ସାମୂହିକ ଭାବେ କାର୍ଯ୍ୟ କରିବୁ । ଭାରତର ଜି୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ରହିଛି, ‘ବସୁଧୈବ କୁଟୁମ୍ବକମ୍‌- ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ଯାହା ଆମର ବିଶ୍ୱ ଅଭିମୁଖ୍ୟ ସମଗ୍ର ବିଶ୍ୱ ଏକ ପରିବାର ସହ ଗଭୀର ସମ୍ପର୍କ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri