ବିଶ୍ୱ ଅର୍ଥନୀତି ପ୍ରଭାବିତ

ମସ୍କୋ/ଓ୍ବାଶିଂଟନ/ଲଣ୍ଡନ,୭ା୩: ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନ୍‌ ଆକ୍ରମଣକୁ ନେଇ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ ଆର୍ଥିକ କଟକଣା ଜାରି କରିବାରେ ଲାଗିଛନ୍ତି। ଆଧୁନିକ ବିଶ୍ୱର ଇତିହାସରେ ଅଦ୍ୟାବଧି କୌଣସି ବୃହତ୍‌ ଅର୍ଥନୀତି ବିରୋଧରେ ଏତେ କଠୋର କଟକଣା ଲାଗି ନ ଥିଲା। ଫେବୃୟାରୀ ୨୪ରେ ରୁଷୀୟ ସୈନ୍ୟ ୟୁକ୍ରେନ୍‌କୁ ଟାର୍ଗେଟ କରିବା ପରଠାରୁ ଆମେରିକା ସମେତ ୟୁରୋପୀୟ ସଂଘ (ଇୟୁ) ସଦସ୍ୟ ରାଷ୍ଟ୍ରଗୁଡ଼ିକ ଲଗାଇଥିବା କଟକଣା ପ୍ରଭାବରେ ରୁଷିଆ ଅର୍ଥନୀତି ବହୁଳ ପ୍ରଭାବିତ ହୋଇଛି। ଏହାର ମୁଦ୍ରା ରୁବଲ ୩୮% ତଳକୁ ଖସିଛି। ଏସବୁ ସତ୍ତ୍ୱେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଯୁଦ୍ଧଖୋର ମନୋବୃତ୍ତି ନରମିବା ଦେଖାଯାଉନାହିଁ। ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୦ ବର୍ଷର ରେକର୍ଡ ଭାଙ୍ଗି ବ୍ୟାରେଲ ପିଛା ୧୨୦ ଡଲାର ନିକଟତର ହୋଇଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରୁଷିଆର ତେଲ ଉପରେ କଟକଣା ଜାରି କଲେ କ୍ରୁଡ୍‌ ମୂଲ୍ୟ ୧୫୦ ଡଲାରକୁ ଛୁଇଁବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ବିଶ୍ୱ ଅର୍ଥନୀତି ମହାମାରୀ କବଳରୁ ମୁକୁଳି ଅଣ୍ଟା ସଳଖି ଛିଡ଼ା ହେବାକୁ ଉଦ୍ୟମ କରୁଥିବାବେଳେ ବର୍ତ୍ତମାନର ତୈଳ ଦର ବୃଦ୍ଧିଜନିତ ମୁଦ୍ରାସ୍ଫୀତି ଯୋଗୁ ଜରୁରୀ ସାମଗ୍ରୀର ଦରଦାମ ବଢ଼ିବାରେ ଲାଗିଛି। ଯୁଦ୍ଧ ଓ ତଜ୍ଜନିତ କଟକଣା ଯୋଗୁ କେବଳ ରୁଷିଆ ନୁହେଁ, ବରଂ ଭାରତ ସମେତ ସମଗ୍ର ବିଶ୍ୱର ଅର୍ଥନୀତି ପ୍ରଭାବିତ ହେବ। ଏଥିରେ ୟୁରୋପୀୟ ରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ହେବେ ବୋଲି ଅର୍ଥନୀତିଜ୍ଞମାନେ ସତର୍କ କରାଇଛନ୍ତି।
ରୁଷିଆ ଆକ୍ରମଣ କରୁଥିବାବେଳେ ୟୁକ୍ରେନ୍‌ ଆମତ୍ରକ୍ଷା କରୁଛି। କିନ୍ତୁ ମନେହେଉଛି, ସତେଯେପରି ଯୁଦ୍ଧ ଭିତରେ ବିଶ୍ୱ ଅର୍ଥନୀତି ଫସିଯାଇଛି। ରୁଷିଆ ଉପରେ ଆର୍ଥିକ ସଙ୍କଟର ବାଦଲ ପ୍ରଥମ ଥର ଦେଖାଦେଇନି। ୨୫ ବର୍ଷ ମଧ୍ୟରେ ମସ୍କୋ ଏପରି କଟକଣା ୪ ଥର ଦେଖିସାରିଛି। ୧୯୯୮-୯୯ରେ ରୁଷିଆ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଋଣ ପରିଶୋଧରେ ଖିଲାପି (ଡେଟ୍‌ ଡିଫଲ୍ଟ) କରିଥିଲା। ସେତେବେଳେ ରୁବଲ ୭୦% ତଳକୁ ଖସିଥିଲା। ୨୦୦୮-୦୯ରେ ବିଶ୍ୱ ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିବାବେଳେ ରୁଷିଆ ଜର୍ଜିଆ ବିରୋଧରେ ଯୁଦ୍ଧ କରି ସ୍ଥିତିକୁ ଆହୁରି ସଙ୍ଗିନ କରିଦେଇଥିଲା। ସେହିପରି ୨୦୧୪-୧୫ରେ ମସ୍କୋର କ୍ରିମିଆ ଦଖଲ ବେଳେ ବିଦେଶୀ ନିବେଶକ ରୁଷିଆ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିନେଇଥିଲେ। ଏବେ ୟୁକ୍ରେନ୍‌ ଆକ୍ରମଣ କରି ରୁଷିଆ କେବଳ ନିଜ ପାଇଁ ନୁହେଁ, ବରଂ ପାଶ୍ଚାତ୍ୟ ଦେଶଗୁଡ଼ିକ ଲାଗି ଗାତ ଖୋଳିଛି। ମୁଡିଜ୍‌ ରୁଷିଆର ରେଟିଂ କମାଇ ‘ଜଙ୍କ୍‌’ କରିଦେଇଛି। ଫିଚ୍‌ ରୁଷିଆକୁ ଡାଉନ୍‌ଗ୍ରେଡ୍‌ କରି ‘ବି’ ରେଟିଂ ଦେବା ସହ ‘ନେଗେଟିଭ୍‌ ଓ୍ବାଚ୍‌ଲିଷ୍ଟ’ରେ ରଖିଛି। ଆମେରିକୀୟ ଫାଇନାନ୍ସ କମ୍ପାନୀ ଏମ୍‌ଏସ୍‌ସିଆଇ ରୁଷିଆକୁ ‘ଇମର୍ଜିଂ ମାର୍କେଟ ଇଣ୍ଡେକ୍ସ’ରୁ ହଟାଇଦେଇଛି। ଏମ୍‌ଏସ୍‌ସିଆଇ ମୁତାବକ ରୁଷିଆର ଇକ୍ୱିଟିଗୁଡ଼ିକ ନିବେଶଯୋଗ୍ୟ ହୋଇ ରହିନାହିଁ। ଲଣ୍ଡନ ଷ୍ଟକ୍‌ ଏକ୍ସଚେଞ୍ଜ ଗ୍ରୁପ୍‌ର ଏଫ୍‌ଟିଏସ୍‌ଇ ରସେଲ୍‌ ରୁଷୀୟ ଶେୟାରଗୁଡ଼ିକୁ ନିଜ ଇଣ୍ଡେକ୍ସରୁ ହଟାଇଦେଇଛି। ବିଶ୍ୱବ୍ୟାଙ୍କ ରୁଷିଆ ଓ ଏହାର ସହଯୋଗୀ ବେଲାରୁଷର ସବୁ ପ୍ରୋଜେକ୍ଟ ଉପରେ ରୋକ ଲଗାଇଛି। କରେନ୍ସି ମାର୍କେଟ କଥା ଦେଖିଲେ ରୁଷିଆର ରୁବଲ ଇତିମଧ୍ୟରେ ୩୮% ନିମ୍ନଗାମୀ ହୋଇଛି। ଏସବୁ ସତ୍ତ୍ୱେ ରୁଷିଆକୁ ସହାୟକ ହୋଇଛି ଏହାର ଫରେନ୍‌ ଏକ୍ସଚେଞ୍ଜ ରିଜର୍ଭସ୍‌ ବା ଫରେକ୍ସ ରିଜର୍ଭସ୍‌। ବିଦେଶୀ ମୁଦ୍ରା, ସୁନା, ବ୍ୟାଙ୍କ ନୋଟ୍‌, ଟ୍ରେଜେରି ବିଲ୍‌, ଗଭର୍ନମେଣ୍ଟ ସିକ୍ୟୁରିଟିଜ୍‌ ଆଦିକୁ ନେଇ ରୁଷିଆର ଫରେକ୍ସ ରିଜର୍ଭସ୍‌ ମଜଭୁତ ସ୍ଥିତିରେ ଥିବାରୁ ମସ୍କୋକୁ ଆର୍ଥିକ ଚିନ୍ତା ସେତେଟା ଘାରୁନାହିଁ ବୋଲି କୁହାଯାଉଛି। ୨୦୧୫ରୁ ଅଦ୍ୟାବଧି ରୁଷିଆର ଫରେକ୍ସ ରିଜର୍ଭସ୍‌ ୭୧% ବଢ଼ିଛି। ୨୦୨୨ ଜାନୁୟାରୀରେ ରୁଷିଆର ଫରେକ୍ସ ରିଜର୍ଭସ୍‌ ୬୪୦ ବିଲିୟନ୍‌ ଡଲାର ଥିଲା। ଏହି ୭ ବର୍ଷ ମଧ୍ୟରେ ରୁଷିଆ ଗୋଲ୍ଡ ଏବଂ ଚାଇନା କରେନ୍ସି ୟୁଆନ୍‌ରେ ସର୍ବାଧିକ ନିବେଶ କରିଛି। କିନ୍ତୁ ଏବେ ପାଶ୍ଚାତ୍ୟର କଟକଣା ଯୋଗୁ ୭୦% ରିଜର୍ଭ ଫ୍ରିଜ୍‌ ହୋଇଯାଇଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ଯୁଦ୍ଧ ରୋକିବା ପାଇଁ ରୁଷିଆର ଅନେକ ବ୍ୟାଙ୍କକୁ ସୋସାଇଟି ଫର୍‌ ଓ୍ବାଲର୍‌ଡଓ୍ବାଇଡ୍‌ ଇଣ୍ଟରବ୍ୟାଙ୍କ ଫାଇନାନ୍ସିଆଲ ଟେଲିକମ୍ୟୁନିକେଶନ୍ସ (ସ୍ବିଫ୍ଟ) ଗ୍ଲୋବାଲ ବ୍ୟାଙ୍କ ପେମେଣ୍ଟ ସିଷ୍ଟମ୍‌ରୁ ବାହାର କରିଦେଇଛନ୍ତି। ଆମେରିକା, ଜାପାନ ଓ ଅନେକ ୟୁରୋପୀୟ ରାଷ୍ଟ୍ର ରୁଷିଆ ରିଜର୍ଭ ବ୍ୟାଙ୍କକୁ ଏହାର ଫରେକ୍ସ ରିଜର୍ଭକୁ ଆକ୍‌ସେସ୍‌ କରିବା ଉପରେ କଟକଣା ଲଗାଇଛନ୍ତି।

ଅଭିବୃଦ୍ଧି ହାର ୧% ହ୍ରାସ ପାଇବ

ୟୁକ୍ରେନ୍‌ ସହ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷିଆ ଉପରେ ଅଧିକ କଟକଣା ଜାରି କଲେ ବିଶ୍ୱ ଅର୍ଥନୀତି ବହୁଳ ପ୍ରଭାବିତ ହେବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ ସତର୍କ କରାଯାଇଛି। ଖାଦ୍ୟ ଓ ଶକ୍ତି କ୍ଷେତ୍ରରେ ମୂଲ୍ୟ ବଢ଼ିଚାଲିଥିବାବେଳେ ଅତିରିକ୍ତ କଟକଣାଜନିତ ମୁଦ୍ରାସ୍ଫୀତି ଚାପକୁ ନୀତି ନିର୍ଦ୍ଧାରକମାନେ ସମ୍ଭାଳିପାରିବେ ନାହିଁ ବୋଲି ଶନିବାର ଆଇଏମ୍‌ଏଫ୍‌ କହିଛି। ସେହିପରି ଜେପି ମୋର୍ଗାନ୍‌ ଚେସ୍‌ ଆଣ୍ଡ କୋ ଅର୍ଥନୀତିଜ୍ଞମାନେ ବିଶ୍ୱ ଅର୍ଥନୀତି ପାଇଁ ପୂର୍ବରୁ ଚଳିତ ବର୍ଷ ଲାଗି ଅଭିବୃଦ୍ଧିର ଯେଉଁ ହାର ଆକଳନ କରିଥିଲେ, ସେଥିରେ ୧% ହ୍ରାସ କରିଛନ୍ତି। ଏଥିସହ ମୁଦ୍ରାସ୍ଫୀତି ୧% ଅଧିକ ବଢ଼ିବ ବୋଲି କହିଛନ୍ତି। ୟୁକ୍ରେନ୍‌ ସଙ୍କଟ ପରିପ୍ରେକ୍ଷୀରେ ବିଶ୍ୱବ୍ୟାପୀ ଷ୍ଟକ୍‌ ପ୍ରାଇସ୍‌ ପ୍ରଭାବିତ ହୋଇଛି। ବିଶେଷକରି ଗରିବ ପରିବାର ଉପରେ ଏହି ବୋଝ ବଢ଼ିଛି। ଦୁଇଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଲେ ଆର୍ଥିକ କ୍ଷତି ମଧ୍ୟ ବଢ଼ିବ। ରୁଷିଆ ଉପରେ କଟକଣା ବୃଦ୍ଧି ବିଶ୍ୱ ଅର୍ଥନୀତି ଓ ଆର୍ଥିକ ବଜାର ପାଇଁ ଅତିରିକ୍ତ କ୍ଷତି ଆଣିଦେବ ବୋଲି ଆଇଏମ୍‌ଏଫ୍‌ ସତର୍କ କରାଇଛି। ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଆଇଏମ୍‌ଏଫ୍‌କୁ ୧.୪ ବିଲିୟନ୍‌ ଡଲାର ଆର୍ଥିକ ସହାୟତା ମାଗିଛି। ଏହା ଉପରେ ଆଇଏମ୍‌ଏଫ୍‌ ଅଧିକାରୀମାନେ ଆସନ୍ତା ସପ୍ତାହରେ ନିଷ୍ପତ୍ତି ନେବେ ବୋଲି ଏକ ବିବୃତିରେ କୁହାଯାଇଛି। ତେବେ ଉଭୟ ରୁଷିଆ ଓ ବିଶ୍ୱ ଅର୍ଥନୀତି ପାଇଁ ଯୁଦ୍ଧ ବନ୍ଦ ହେବା ଜରୁରୀ ହୋଇପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri