Posted inଖେଳ

ଟ୍ରଫି ସହ ଆକାଶରେ ନାଁ ଲେଖି ବିଶ୍ୱକପ ବିଜେତାଙ୍କୁ ଦିଆଯିବ ଅଭିନନ୍ଦନ, ପୂର୍ବତନ ବିଶ୍ୱବିଜେତା କ୍ୟାପଟେନଙ୍କର ହେବ ପରେଡ

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ ଇତିହାସରେ ଏମିତି ପ୍ରଥମ ଥର ହେବାକୁ ଯାଉଛି ଟ୍ରଫି ସହିତ ଆକାଶରେ ବିଶ୍ୱ ଚାମ୍ପିୟନର ନାମ ଲେଖାଯିବ। ୧୨୦୦ ଡ୍ରୋନ ଦ୍ୱାରା ଫିଙ୍ଗାଯାଇଥିବା ଆଲୋକ ମାଧ୍ୟମରେ ଏହା ସମ୍ଭବ ହେବ। ଟ୍ରଫି ବିଜେତାଙ୍କୁ ଦିଆଯିବା ପରେ ସମଗ୍ର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ନିଆରା ଆତସବାଜିରେ ଆଲୋକିତ କରାଯିବ। ସୂର୍ଯ୍ୟ କିରଣଙ୍କ ଏରିଆଲ ଶୋ ବ୍ୟତୀତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମଧ୍ୟ ଏକ ଲେଜର ଶୋ ଏବଂ ସଙ୍ଗୀତଜ୍ଞ ପ୍ରୀତମଙ୍କ ଦ୍ୱାରା ଏକ ମ୍ୟୁଜିକାଲ ଶୋ ଆୟୋଜନ କରିଛି। କେବଳ ଏତିକି ନୁହେଁ, ଏହି ଅବସରରେ ପୂର୍ବତନ ବିଶ୍ୱ ବିଜେତା ଅଧିନାୟକଙ୍କୁ କେବଳ ନିମନ୍ତ୍ରଣ କରାଯାଇ ସମ୍ମାନିତ କରାଯିବ ନାହିଁ ବରଂ ଷ୍ଟାଡିୟମରେ ସେମାନଙ୍କ ପରେଡ ମଧ୍ୟ ନିଆଯିବ।

ଆଇସିସି ବିଶ୍ୱକପର ଉଦଘାଟନୀ ସମାରୋହ ଆୟୋଜନ କରି ନାହିଁ, କିନ୍ତୁ ଚୂଡ଼ାନ୍ତ ଦିବସକୁ ସ୍ମରଣୀୟ କରିବା ପାଇଁ ଏହା କୌଣସି ଅଭାବ ଛାଡି ନାହିଁ। ମ୍ୟାଚ ପୂର୍ବରୁ ସୂର୍ଯ୍ୟ କିରଣଙ୍କ ୯ଟି ବିମାନ ନରେନ୍ଦ୍ର ମୋଦି ଷ୍ଟାଡିୟମ ଉପରେ ଦଳର ଅଧିନାୟକ ୱିଙ୍ଗ କମାଣ୍ଡର ସିଦ୍ଧେଶ କାର୍ତ୍ତିକଙ୍କ ନେତୃତ୍ୱରେ କ୍ରିକେଟ ପ୍ରେମୀଙ୍କୁ ବିମୋହିତ ପକାଇବ।
ପ୍ରଥମ ଇନିଂସ ଶେଷ ହେବା ପରେ ରାତ୍ରୀ ଭୋଜନରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଅଧିନାୟକ କ୍ଲାଇଭ ଲାୟଡ (ୱେଷ୍ଟଇଣ୍ଡିଜ), କପିଲ ଦେବ (ଭାରତ), ଏଲନ ବର୍ଡର (ଅଷ୍ଟ୍ରେଲିଆ), ଅର୍ଜୁନ ରଣତୁଙ୍ଗା (ଶ୍ରୀଲଙ୍କା), ରିକି ପଣ୍ଟିଙ୍ଗ (ଅଷ୍ଟ୍ରେଲିଆ), ମହେନ୍ଦ୍ର ସିଂ ଧୋନି (ଭାରତ), ଇୟାନ ମୋର୍ଗାନ (ଇଂଲଣ୍ଡ) ଙ୍କୁ ଆଇସିସି ବ୍ଲେଜର ସହିତ ସମ୍ମାନିତ କରାଯିବ। ଏହି ପରେଡରେ ଇମ୍ରାନ ଖାନ, ଷ୍ଟିଭ ୱାହ, ମାଇକେଲ କ୍ଲାର୍କଙ୍କ ଅଂଶଗ୍ରହଣ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏହି କ୍ୟାପଟେମାନଙ୍କଠାରୁ ସେମାନଙ୍କର ସ୍ମୃତି ଶୁଣାଯିବ । ସେମାନଙ୍କର ଟ୍ରଫି ଏବଂ ପ୍ରଦର୍ଶନ ବଡ ପରଦାରେ ପ୍ରଦର୍ଶିତ ହେବ।
ଏହି ସମୟ ମଧ୍ୟରେ ପ୍ରୀତମଙ୍କ ସଂଗୀତ ଗ୍ରୁପ ଦ୍ୱାରା ଦିଲ ଜଶନ ବୋଲ ଆୟୋଜିତ ହେବ। ଏହି ସମୟ ମଧ୍ୟରେ କେସରିଆ, ଲେହରା ଦୋ, ଜିତେଗା-ଜିତେଗା ଭଳି ଗୀତ ଶୁଣିବାକୁ ମଳିପାରେ। ଦ୍ୱିତୀୟ ଇନିଂସର ପାନୀୟ ବିରତି ସମୟରେ ଏକ ଲେଜର ଶୋ ହେବ ଏବଂ ଶେଷରେ ବିଜେତା ଆକାଶରେ ତାଙ୍କ ନାମ ଲେଖି ମୁକୁଟ ପିନ୍ଧିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri