Posted inଖେଳ

ହ୍ବାଇଟ ବଲ ସିରିଜରୁ ବାହାର ହେଲେ ବିଶ୍ୱକପ ହିରୋ ଶାମି, କାରଣ…

କୋଲକାତା,୨।୧୨ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଅନେକ ଭାରତୀୟ ଖେଳାଳି ଆଗାମୀ ଯାତ୍ରା ପାଇଁ ବ୍ଲୁ ଟିମ କୁ ଫେରିଛନ୍ତି। ଅନେକ ଭେଟେରାନ ମଧ୍ୟ ନିରାଶ ହୋଇଛନ୍ତି। ବିଶ୍ୱକପରେ ଦୃଷ୍ଟି ଆକର୍ଷଣ କରିଥିବା ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ଶାମି ହ୍ବାଇଟ ବଲ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି। ଏକଦିବସୀୟ ଏବଂ ଟତ-୨୦ ଫର୍ମାଟରେ ଶାମିଙ୍କୁ ଅନ୍ତର୍ଭୁକ୍ତ ନ କରିବାର ନିଷ୍ପତ୍ତିରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିଶ୍ୱକପରେ ତାଙ୍କର ଉତ୍କୃଷ୍ଟ ବୋଲିଂ ପରେ ତାଙ୍କୁ ହ୍ବାଇଟ ବଲ ସିରିଜ ପାଇଁ ନିଶ୍ଚିତ ଭାବେ ଭାରତୀୟ ଦଳରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି ପ୍ରଶଂସକମାନେ ସୋସିଆଲ ମିଡିଆରେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଛନ୍ତି।

୩୩ ବର୍ଷୀୟ ଦ୍ରୁତ ବୋଲରଙ୍କ ସମ୍ପର୍କରେ ବିସିସିଆଇ ଏକ ବିବୃତ୍ତି ଜାରି କରିଛି। କୁହାଯାଇଛି ଶାମି ବର୍ତ୍ତମାନ ନିଜର ଚିକିତ୍ସା କରୁଛନ୍ତି। ଏହା ବ୍ୟତୀତ ଶାମି ତାଙ୍କ ଫିଟନେସ ଉପରେ ମଧ୍ୟ କାମ କରୁଛନ୍ତି। ଫିଟ ହୋଇଗଲେ ସେ ଶୀଘ୍ର ହ୍ବାଇଟ ବଲ କ୍ରିକେଟରେ ଭାଗ ନେବେ।

ସୂଚନାଯୋଗ୍ୟ ଆଫ୍ରିକୀୟ ଗସ୍ତରେ ଟେଷ୍ଟ ସିରିଜ ପାଇଁ ଶାମିଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି, କିନ୍ତୁ ସେ ସୀମିତ ଓଭର ଫର୍ମାଟରୁ ବାହାରେ ଅଛନ୍ତି। ଟେଷ୍ଟ ସିରିଜ ସମୟରେ ସେ ଦଳ ପାଇଁ ଫିଟ ହେବେ ବୋଲି ଆଶା କରାଯାଉଛି।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ ୨୬ ଡିସେମ୍ବରରେ ଖେଳାଯିବ ଏବଂ ଦ୍ୱିତୀୟ ମ୍ୟାଚ ୩ ଜାନୁଆରୀରେ ଖେଳାଯିବ।

ବିଶ୍ୱକପ ୨୦୨୩ରେ ସର୍ବାଧିକ ୱିକେଟ ନେଇଥିବା ବୋଲର ଥିଲେ ମହମ୍ମଦ ଶାମି। ସେ ଟୁର୍ନାମେଣ୍ଟରେ ଟିମ ପାଇଁ ମୋଟ ୭ ଟି ମ୍ୟାଚ ଖେଳିଥିଲେ। ଏହି ସମୟରେ ସେ ହାରାହାରି ୧୦.୭୦ ହାରରେ ୭ ଟି ଇନିଂସରେ ସର୍ବାଧିକ ୨୪ ୱିକେଟ ନେବାରେ ସଫଳ ହୋଇଥିଲେ। ଏହି ଅବଧିରେ ସେ ଚାରିଟି ୱିକେଟ ଥରେ ଏବଂ ତିନି ଥର ୫ ୱିକେଟ ନେଇବାର ସଫଳତା ହାସଲ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri