Posted inଖେଳ

ଭାରତ-ପାକ୍‌ ବ୍ୟତିତ ଅନ୍ୟ ମ୍ୟାଚ କାର୍ଯ୍ୟସୂଚୀରେ ହୋଇପାରେ ପରିବର୍ତ୍ତନ: ଜୟ ଶାହା

ନୂଆଦିଲ୍ଲୀ,୨୮।୭: ଭାରତଠାରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ଆଣିବାକୁ ଆଇସିସିର ତିନିଜଣ ପୂର୍ଣ୍ଣ ସଦସ୍ୟ ଆଇସିସିକୁ ଚିଠି ଲେଖି କାର୍ଯ୍ୟସୂଚୀରେ ପରିବର୍ତ୍ତନ ଆଣିବାକୁ ଅନୁରୋଧ କରିଛନ୍ତି। ଏନେଇ ବିସିସିଆଇର ସଚିବ ଜୟ ଶାହା କହିଛନ୍ତି। ବିଶ୍ୱକପ ମ୍ୟାଚ ଆୟୋଜନ କରୁଥିବା ଆସୋସିଏଶନ ସହିତ କଥା ହେବା ପରେ ବିସିସିଆଇ ସଚିବ କହିଛନ୍ତି ଯେ, କାର୍ଯ୍ୟସୂଚୀରେ ପରିବର୍ତ୍ତନ ପ୍ରସଙ୍ଗ ୩ରୁ ୪ଦିନ ମଧ୍ୟରେ ସମାଧାନ ହୋଇଯିବ।

ଜୟ ଶାହା କହିଛନ୍ତି, କାର୍ଯ୍ୟସୂଚୀରେ ପରିବର୍ତ୍ତନ ପାଇଁ ତିନିଜଣ ସଦସ୍ୟ ଆଇସିସିକୁ ଚିଠି ଲେଖିଛନ୍ତି। କେବଳ ତାରିଖ ଏବଂ ସମୟ ପରିବର୍ତ୍ତନ କରାଯିବ, ସ୍ଥାନଗୁଡିକ ପରିବର୍ତ୍ତନ ହେବ ନାହିଁ । ଯଦି ମ୍ୟାଚରେ ୬ଦିନର ବ୍ୟବଧାନ ରହିବ, ତେବେ ଆମେ ଏହାକୁ ୪-୫ ଦିନକୁ ହ୍ରାସ କରିବାକୁ ଚେଷ୍ଟା କରୁଛୁ। ତିନିରୁ ଚାରି ଦିନ ମଧ୍ୟରେ ଚିତ୍ର ସ୍ପଷ୍ଟ ହୋଇଯିବ। ଆଇସିସି ସହିତ ପରାମର୍ଶ କରି ପରିବର୍ତ୍ତନ କରାଯିବ।

ଏହାପୂର୍ବରୁ ଖବର ଆସିଥିଲା ଯେ, ଗୁଜରାଟରେ ନବରାତ୍ରୀ ଯୋଗୁ ଭାରତ ଏବଂ ପାକିସ୍ତାନ ମ୍ୟାଚରେ ପରିବର୍ତ୍ତନ ହୋଇପାରେ। ନବରାତ୍ରୀ ଉପରେ ନଜର ରଖି ସୁରକ୍ଷା ଉଲ୍ଲେଖ କରାଯାଇଥିଲା। ମିଡିଆ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଭାରତ-ପାକିସ୍ତାନ ମ୍ୟାଚ ଅକ୍ଟୋବର ୧୪ରେ ହେବ, କିନ୍ତୁ ଆଇସିସି କାର୍ଯ୍ୟସୂଚୀ ଅନୁଯାୟୀ ୧୪ ତାରିଖ ପୂର୍ବରୁ ଦୁଇଟି ମ୍ୟାଚ ଅନୁଷ୍ଠିତ ହେବ।

ଏଭଳି ପରିସ୍ଥିତିରେ ଗୋଟିଏ ଦିନରେ ତିନୋଟି ମ୍ୟାଚ କରିବା ସମ୍ଭବ ନୁହେଁ। ଯେତେବେଳେ ଇଣ୍ଡିଆ-ପାକ୍‌ ମ୍ୟାଚର କାର୍ଯ୍ୟସୂଚୀରେ ପରିବର୍ତ୍ତନ ବିଷୟରେ ଜୟ ଶାହାଙ୍କୁ ପଚରାଗଲା, ଜୟ ଶାହା କହିଛନ୍ତି ଯେ ସୁରକ୍ଷା ଏକ ପ୍ରସଙ୍ଗ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଇରାନର ବଡ଼ ନିଷ୍ପତ୍ତି: ରଖିଲା ଏମିତି ସର୍ତ୍ତ, ବିଶ୍ୱ ବଜାରରେ ହଇଚଇ

ଓ୍ବାଶିଂଟନ୍‌,୧୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ ବିଶ୍ୱ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ ତେଲ ଏବଂ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri