ନଭେମ୍ବର ୨୫ରୁ ଭାରତରେ ବିଶ୍ୱ ସମବାୟ ସମ୍ମିଳନୀ

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଭାରତରେ ପ୍ରଥମ ଥର ପାଇଁ ଏକ ୬ ଦିନିଆ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪ ନଭେମ୍ବର ୨୫ରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌, ଆଇଟିପିଓ, ପ୍ରଗତି ମଇଦାନଠାରେ ଆରମ୍ଭ ହେବାକୁ ଯାଉଛି। ବିଶ୍ୱସ୍ତରରେ ସମବାୟ ଆନ୍ଦୋଳନ ନିମନ୍ତେ ରହିଥିବା ପ୍ରମୁଖ ତଥା ସର୍ବପୁରାତନ ସଂସ୍ଥା ଇଣ୍ଟରନ୍ୟାଶନାଲ କୋଅପରେଟିଭ ଆଲାଏନ୍ସ (ଆଇସିଏ)ର ଦୀର୍ଘ ୧୩୦ବର୍ଷ ଇତିହାସ ମଧ୍ୟରେ ପ୍ରଥମ ଥର ପାଇଁ ଇଫ୍‌କୋ ପ୍ରୟାସରେ ଆଇସିଏର ସାଧାରଣ ପରିଷଦ ବୈଠକ ଏବଂ ବିଶ୍ୱ ସମବାୟ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବ। ଉଲ୍ଲେଖଯୋଗ୍ୟ, ୨୦୨୩ ଜୁନ୍‌ ୨୮ରେ ବ୍ରସେଲ୍‌ସଠାରେ ଆୟୋଜିତ ଆଇସିଏ ସାଧାରଣ ପରିଷଦ ବୈଠକରେ ଇଫକୋ ଆଇସିଏର ସାଧାରଣ ପରିଷଦ ବୈଠକ ଏବଂ ବିଶ୍ୱ ସମବାୟ ସମ୍ମିଳନୀ ଭାରତରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା ଏବଂ ବୋର୍ଡର ସଦସ୍ୟମାନେ ସେଥିରେ ରାଜି ହୋଇଥିଲେ। ପୁନଶ୍ଚ ଜାତିସଂଘ ସଙ୍ଗଠନ (ୟୁଏନଓ) ମୁଖ୍ୟ ଦପ୍ତରଠାରେ ଅନୁଷ୍ଠିତ ବୈଠକରେ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ଯେ ଭାରତରେ ବିଶ୍ୱ ସମବାୟ ସମ୍ମିଳନୀ ଅବସରରେ ଜାତିସଂଘ ଆନ୍ତର୍ଜାତିକ ସମବାୟ ବର୍ଷ (ୟୁଏନ ଆଇଓ୍‌ବାଇସି-୨୦୨୫) ର ଆନୁଷ୍ଠାନିକ ଶୁଭାରମ୍ଭ ମଧ୍ୟ କରାଯିବ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଏପରିକି ସେ ବିଶ୍ୱ ସମବାୟ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ମଧ୍ୟ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷତା କରିବେ। ସେହିଭଳି ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫ ଶୀର୍ଷକ ଉପରେ ଏକ ସ୍ମାରକୀ ଡାକଟିକେଟ ମଧ୍ୟ କାର୍ଯ୍ୟକ୍ରମ ଅବସରରେ ଉନ୍ମୋଚିତ ହେବ। ଏହି କାର୍ଯ୍ୟକ୍ରମକୁ ଭାରତର ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବା ନିମନ୍ତେ ନିବେଦନ କରାଯାଇଛି।
ଏ ସମ୍ପର୍କରେ ଆଇସିଏର ଡିଜି ଜେରୋଏନ୍‌ ଡଗ୍‌ଲାସ କହିଥିଲେ, ୨୦୨୪ ନଭେମ୍ବର ୨୫ ରୁ ୩୦ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌, ଆଇଟିପିଓ, ପ୍ରଗତି ମଇଦାନଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସହକାରିତା ମନ୍ତ୍ରଣାଳୟର ସଚିବ ଡ. ଆଶିଷ କୁମାର ଭୁଟାନି କହିଥିଲେ, ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ‘ସମବାୟ ସମସ୍ତଙ୍କ ପାଇଁ ସମୃଦ୍ଧି ନିର୍ମାଣ କରୁଛି’ଭାରତ ସରକାରଙ୍କ ସ୍ଲୋଗାନ ‘ସହକାର ସେ ସମୃଦ୍ଧି’ ଅନୁରୂପ ହୋଇଛି, ଯାହା ବାସ୍ତବରେ ‘ସହକାରିତା ଜରିଆରେ ସମୃଦ୍ଧି’କୁ ବୁଝାଉଛି। ଇଫ୍‌କୋ ଲିମିଟେଡର ଏମଡି ଡା. ୟୁ. ଏସ. ଅୱସ୍ଥି କହିଛନ୍ତି, ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ସମବାୟ ସମସ୍ତଙ୍କ ପାଇଁ ସମୃଦ୍ଧି ନିର୍ମାଣ କରେ’ ଯାହା ପଛରେ ଏକ ସମୃଦ୍ଧ ଏବଂ ସୁରକ୍ଷିତ ସମବାୟ ଆନ୍ଦୋଳନ ଗଢିତୋଳିବା ନିମନ୍ତେ ଆମର ଦୀର୍ଘସୂତ୍ରୀ ଲକ୍ଷ୍ୟ ରହିଛି। ବିଚାରଧାରାଗୁଡିକର ନିୟୋଜନକାରୀ ବିନିମୟ ନିମନ୍ତେ ଆମେ ନିଜ ସ୍ଥାନରେ ଆନ୍ତର୍ଜାତିକ ପ୍ରତିନିଧିମାନଙ୍କୁ ଏକତ୍ରିତ କରିବା ନେଇ ନିଜକୁ ଗୌରବାନ୍ବିତ ମନେ କରୁଛୁ। ଇଫକୋ ସର୍ବଦା ଭାରତୀୟ କୃଷକମାନଙ୍କର ସ୍ବାର୍ଥକୁ ଏହାର ହୃଦୟରେ ସ୍ଥାନ ଦେଇଆସିଛି। ସେଥିପାଇଁ ଏହି ସମ୍ମିଳନୀ ଅବସରରେ ଭାରତୀୟ ସମବାୟଗୁଡିକର ଉପତ୍ାଦ ଓ ସେବାଗୁଡିକୁ ଭାରତୀୟ ଗ୍ରାମ ବିଷୟକୁ ନେଇ ସ୍ଥାପନ କରାଯିବାକୁ ଥିବା ‘ହାଟ’ ସେଟ୍‌ଅପ୍‌ରେ ପ୍ରଦର୍ଶିତ କରାଯିବ। ସମବାୟ କ୍ଷେତ୍ରରେ ମହିଳାମାନଙ୍କର ଅଗ୍ରଣୀ ସ୍ବର ଏବଂ ବୋର୍ଡରେ ମହିଳା ଡାଇରେକ୍ଟରଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ କରିବାରେ ପ୍ରଥମ ସଂଗଠନ ଇଫକୋ ସର୍ବାଧିକ ସଂଖ୍ୟକ ମହିଳା ସମବାୟବିତ୍‌ଙ୍କର ଅଂଶଗ୍ରହଣକୁ ଉତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର; ମହଜୁଦ ରହିଛି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଭୟଭୀତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଭାରତ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶ ଭିତରେ ପର୍ଯ୍ୟାପ୍ତ ପରିମାଣରେ…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ଯୁଦ୍ଧ ଭିତରେ ୧ ଏପ୍ରିଲରୁ ବଦଳିଯିବ ୫ ନିୟମ, ରୋଷେଇ ଘରରୁ ପେଟ୍ରୋଲ ଯାଏ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୫।୩: ୧ ଏପ୍ରିଲରୁ ଆର୍ଥିକ ନିୟମାବଳୀରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଖର୍ଚ୍ଚ ଉପରେ ସିଧାସଳଖ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri