ନଭେମ୍ବର ୨୫ରୁ ଭାରତରେ ବିଶ୍ୱ ସମବାୟ ସମ୍ମିଳନୀ

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଭାରତରେ ପ୍ରଥମ ଥର ପାଇଁ ଏକ ୬ ଦିନିଆ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪ ନଭେମ୍ବର ୨୫ରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌, ଆଇଟିପିଓ, ପ୍ରଗତି ମଇଦାନଠାରେ ଆରମ୍ଭ ହେବାକୁ ଯାଉଛି। ବିଶ୍ୱସ୍ତରରେ ସମବାୟ ଆନ୍ଦୋଳନ ନିମନ୍ତେ ରହିଥିବା ପ୍ରମୁଖ ତଥା ସର୍ବପୁରାତନ ସଂସ୍ଥା ଇଣ୍ଟରନ୍ୟାଶନାଲ କୋଅପରେଟିଭ ଆଲାଏନ୍ସ (ଆଇସିଏ)ର ଦୀର୍ଘ ୧୩୦ବର୍ଷ ଇତିହାସ ମଧ୍ୟରେ ପ୍ରଥମ ଥର ପାଇଁ ଇଫ୍‌କୋ ପ୍ରୟାସରେ ଆଇସିଏର ସାଧାରଣ ପରିଷଦ ବୈଠକ ଏବଂ ବିଶ୍ୱ ସମବାୟ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବ। ଉଲ୍ଲେଖଯୋଗ୍ୟ, ୨୦୨୩ ଜୁନ୍‌ ୨୮ରେ ବ୍ରସେଲ୍‌ସଠାରେ ଆୟୋଜିତ ଆଇସିଏ ସାଧାରଣ ପରିଷଦ ବୈଠକରେ ଇଫକୋ ଆଇସିଏର ସାଧାରଣ ପରିଷଦ ବୈଠକ ଏବଂ ବିଶ୍ୱ ସମବାୟ ସମ୍ମିଳନୀ ଭାରତରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା ଏବଂ ବୋର୍ଡର ସଦସ୍ୟମାନେ ସେଥିରେ ରାଜି ହୋଇଥିଲେ। ପୁନଶ୍ଚ ଜାତିସଂଘ ସଙ୍ଗଠନ (ୟୁଏନଓ) ମୁଖ୍ୟ ଦପ୍ତରଠାରେ ଅନୁଷ୍ଠିତ ବୈଠକରେ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ଯେ ଭାରତରେ ବିଶ୍ୱ ସମବାୟ ସମ୍ମିଳନୀ ଅବସରରେ ଜାତିସଂଘ ଆନ୍ତର୍ଜାତିକ ସମବାୟ ବର୍ଷ (ୟୁଏନ ଆଇଓ୍‌ବାଇସି-୨୦୨୫) ର ଆନୁଷ୍ଠାନିକ ଶୁଭାରମ୍ଭ ମଧ୍ୟ କରାଯିବ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଏପରିକି ସେ ବିଶ୍ୱ ସମବାୟ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ମଧ୍ୟ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷତା କରିବେ। ସେହିଭଳି ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫ ଶୀର୍ଷକ ଉପରେ ଏକ ସ୍ମାରକୀ ଡାକଟିକେଟ ମଧ୍ୟ କାର୍ଯ୍ୟକ୍ରମ ଅବସରରେ ଉନ୍ମୋଚିତ ହେବ। ଏହି କାର୍ଯ୍ୟକ୍ରମକୁ ଭାରତର ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବା ନିମନ୍ତେ ନିବେଦନ କରାଯାଇଛି।
ଏ ସମ୍ପର୍କରେ ଆଇସିଏର ଡିଜି ଜେରୋଏନ୍‌ ଡଗ୍‌ଲାସ କହିଥିଲେ, ୨୦୨୪ ନଭେମ୍ବର ୨୫ ରୁ ୩୦ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌, ଆଇଟିପିଓ, ପ୍ରଗତି ମଇଦାନଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସହକାରିତା ମନ୍ତ୍ରଣାଳୟର ସଚିବ ଡ. ଆଶିଷ କୁମାର ଭୁଟାନି କହିଥିଲେ, ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ‘ସମବାୟ ସମସ୍ତଙ୍କ ପାଇଁ ସମୃଦ୍ଧି ନିର୍ମାଣ କରୁଛି’ଭାରତ ସରକାରଙ୍କ ସ୍ଲୋଗାନ ‘ସହକାର ସେ ସମୃଦ୍ଧି’ ଅନୁରୂପ ହୋଇଛି, ଯାହା ବାସ୍ତବରେ ‘ସହକାରିତା ଜରିଆରେ ସମୃଦ୍ଧି’କୁ ବୁଝାଉଛି। ଇଫ୍‌କୋ ଲିମିଟେଡର ଏମଡି ଡା. ୟୁ. ଏସ. ଅୱସ୍ଥି କହିଛନ୍ତି, ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ସମବାୟ ସମସ୍ତଙ୍କ ପାଇଁ ସମୃଦ୍ଧି ନିର୍ମାଣ କରେ’ ଯାହା ପଛରେ ଏକ ସମୃଦ୍ଧ ଏବଂ ସୁରକ୍ଷିତ ସମବାୟ ଆନ୍ଦୋଳନ ଗଢିତୋଳିବା ନିମନ୍ତେ ଆମର ଦୀର୍ଘସୂତ୍ରୀ ଲକ୍ଷ୍ୟ ରହିଛି। ବିଚାରଧାରାଗୁଡିକର ନିୟୋଜନକାରୀ ବିନିମୟ ନିମନ୍ତେ ଆମେ ନିଜ ସ୍ଥାନରେ ଆନ୍ତର୍ଜାତିକ ପ୍ରତିନିଧିମାନଙ୍କୁ ଏକତ୍ରିତ କରିବା ନେଇ ନିଜକୁ ଗୌରବାନ୍ବିତ ମନେ କରୁଛୁ। ଇଫକୋ ସର୍ବଦା ଭାରତୀୟ କୃଷକମାନଙ୍କର ସ୍ବାର୍ଥକୁ ଏହାର ହୃଦୟରେ ସ୍ଥାନ ଦେଇଆସିଛି। ସେଥିପାଇଁ ଏହି ସମ୍ମିଳନୀ ଅବସରରେ ଭାରତୀୟ ସମବାୟଗୁଡିକର ଉପତ୍ାଦ ଓ ସେବାଗୁଡିକୁ ଭାରତୀୟ ଗ୍ରାମ ବିଷୟକୁ ନେଇ ସ୍ଥାପନ କରାଯିବାକୁ ଥିବା ‘ହାଟ’ ସେଟ୍‌ଅପ୍‌ରେ ପ୍ରଦର୍ଶିତ କରାଯିବ। ସମବାୟ କ୍ଷେତ୍ରରେ ମହିଳାମାନଙ୍କର ଅଗ୍ରଣୀ ସ୍ବର ଏବଂ ବୋର୍ଡରେ ମହିଳା ଡାଇରେକ୍ଟରଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ କରିବାରେ ପ୍ରଥମ ସଂଗଠନ ଇଫକୋ ସର୍ବାଧିକ ସଂଖ୍ୟକ ମହିଳା ସମବାୟବିତ୍‌ଙ୍କର ଅଂଶଗ୍ରହଣକୁ ଉତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri