Posted inଖେଳ

ବିଶ୍ୱଚାମ୍ପିୟନ୍‌ ଖେଳାଳିଙ୍କୁ କରାଯିବ ଜୋରଦାର ସ୍ବାଗତ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ଲାଇଭ୍‌ ଶୋ’

ନୂଆଦିଲ୍ଲୀ,୩।୭: ଭାରତୀୟ ଦଳ ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୭ ବର୍ଷ ପରେ ଟିମ ଇଣ୍ଡିଆ ଟାଇଟଲ ହାସଲ କରିଛି। ଚାମ୍ପିୟନ୍‌ ହେବାପେରେ ଟିମ ଇଣ୍ଡିଆ ଜୁଲାଇ ୪ରେ ଭାରତରେ ପହଞ୍ଚିବ। ଟିମ ଇଣ୍ଡିଆକୁ ଦିଲ୍ଲୀ ବିମାନବନ୍ଦରରେ ସ୍ବାଗତ କରାଯିବ। ଭାରତୀୟ ଦଳର ବିଜୟ ସମଗ୍ର ଦେଶରେ ଏକ ପର୍ବ ପରି ପାଳନ କରାଯାଉଛି। ଟିମ ଇଣ୍ଡିଆର ପ୍ରଶଂସକମାନେ ଚାମ୍ପିୟନ ଖେଳାଳିଙ୍କୁ ଦେଖିବାକୁ ଅପେକ୍ଷା କରିଛନ୍ତି । ଟିମ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ଭେଟିବ। ଏହା ପରେ ଟିମ ଇଣ୍ଡିଆର ଖେଳାଳିମାନେ ମୁମ୍ବାଇ ଯିବେ। ସେଠାରେ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହା ବ୍ୟତୀତ ରୋଡ ଶୋ’ ମଧ୍ୟ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।
ଏହି କାର୍ଯ୍ୟକ୍ରମର ଲାଇଭ ପ୍ରଶଂସକମାନେ ଦେଖିପାରିବେ। ସମସ୍ତ ପ୍ରଶଂସକଙ୍କୁ ଭାରତୀୟ ଦଳକୁ ସ୍ବାଗତ କରିବା ପାଇଁ ଦିଲ୍ଲୀ କିମ୍ବା ମୁମ୍ବାଇ ଆସିବା କଷ୍ଟସାଧ୍ୟ, କିନ୍ତୁ ବର୍ତ୍ତମାନ ସେମାନେ ନିଜ ଘରେ ବସି ଏହି ମୁହୂର୍ତ୍ତକୁ ଉପଭୋଗ କରିପାରିବେ। ଟିମ ଇଣ୍ଡିଆର ରୋଡ ଶୋ’ ଷ୍ଟାର୍‌ ସ୍ପୋର୍ଟସରେ ଲାଇଭ ପ୍ରଦର୍ଶିତ ହେବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭେଟ ଟିଭିରେ ସିଧା ଦେଖାଯାଇପାରିବ। ଷ୍ଟାର୍‌ ସ୍ପୋର୍ଟସ ୟୁଟ୍ୟୁବ ଚ୍ୟାନେଲରେ ରୋଡ ଶୋ’ ଲାଇଭ ଦେଖିପାରିବେ।
ଭାରତୀୟ ଖେଳାଳିମାନେ ଜୁଲାଇ ୪ରେ ସକାଳ ପ୍ରାୟ ୬ଟା ସମୟରେ ଭାରତରେ ପହଞ୍ଚିବେ। ଯେଉଁଠାରେ ଭାରତୀୟ ଖେଳାଳିଙ୍କୁ ବିମାନବନ୍ଦରରେ ସ୍ବାଗତ କରାଯିବ। ଟିମ ଇଣ୍ଡିଆ ବାର୍ବାଡୋସ୍‌ରୁ ବିସିସିଆଇ ଦ୍ୱାରା ବୁକ ହୋଇଥିବା ଏକ ସ୍ବତନ୍ତ୍ର ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିଛି। ଏହି ଟିମ ଇଣ୍ଡିଆ ପରେ ଦିଲ୍ଲୀର ହୋଟେଲରେ ପହଞ୍ଚିବ। ସେଠାରୁ ସେମାନେ ଦିନ ୧୦ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯିବେ। ଭାରତୀୟ ଖେଳାଳିମାନେ ସକାଳ ପ୍ରାୟ ୧୧ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦିଙ୍କୁ ଭେଟିବେ। ଏହା ପରେ ଦଳ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ। ଏଠାରେ ନରିମାନ ପଏଣ୍ଟରୁ ଏକ ରୋଡ ଶୋ ହେବ ଏବଂ ପରେ ଖେଳାଳିମାନଙ୍କୁ ବିସିସିଆଇ ଦ୍ୱାରା ସମ୍ମାନିତ କରାଯିବ। ସନ୍ଧ୍ୟା ୫ଟାରେ ରୋଡ ଶୋ’ ଆୟୋଜିତ ହେବ। ଖେଳାଳିମାନଙ୍କୁ ୱାଙ୍ଖେଡେ ଷ୍ଟାଡିୟମରେ ୭ଟା ସମୟରେ ସମ୍ମାନିତ କରାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?