ବିଏମ୍‌ସି ପକ୍ଷରୁ ବିଶ୍ୱ କର୍କଟ ଦିବସ

ଭୁବନେଶ୍ୱର,୬।୨: ବାଲକୋ ମେଡିକାଲ ସେଣ୍ଟର (ବିଏମସି) ପକ୍ଷରୁ ବିଶ୍ୱ କର୍କଟ ଦିବସ ନିକଟରେ ପାଳିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ନିର୍ମାତା ହୋଇଥିଲାବେଳେ ଉତମ ସ୍ବାସ୍ଥ୍ୟସେବା ତଥା କ୍ୟାନସର ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଛତିଶଗଡର ରାୟପୁରଠାରେ ଏକ ଅତ୍ୟାଧୁନିକ କ୍ୟାନସର ସେଣ୍ଟର (ବିଏମସି କ୍ୟାନସର ୟୁନିଟ) ବାଲକୋ ମେଡିକାଲ ପରିସରରେ ପ୍ରତିଷ୍ଠା କରିଛି। ବିଶେଷ କରି ଗ୍ରାମାଞ୍ଚଳର ଲୋକମାନଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରିବା ଲାଗି ବେଦାନ୍ତ ଗ୍ରୁପର ପ୍ରତିବଦ୍ଧତାକୁ ଏହା ପ୍ରମାଣିତ କରିଛି। ଏପରିକି କ୍ୟାନସର ରୋଗର ଚିକିତ୍ସା ପାଇଁ ବିଏମସି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କୁ କ୍ୟାନସର ରୋଗ ବିଷୟରେ ସଚେତନ କରୁଛି। ସେହିଭଳି ସ୍ତନ, ଗର୍ଭାଶୟ ଓ ବେକ ପାଇଁ ଏକ ମାମୋଗ୍ରାଫି ଭ୍ୟାନ ଜରିଆରେ କ୍ୟାନସରକୁ ଚିହ୍ନଟ କରି ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସାର ପରାମର୍ଶ ଦେଉଛି, କ୍ୟାନସର ଉପରେ ବାଲକୋ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଓ ସଚେତନତା ଶିବିର ଆୟୋଜନ କରାଯାଉଛି। ୨୦୧୮ରେ ବିଏମସି ଆରମ୍ଭ ହେବା ପରଠାରୁ ୩୫,୦୦୦ରୁ ଅଧିକ ଲୋକମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦେଇଛି। ଏପରିକି ଘରୋଇ କ୍ୟାନସର ସଚେତନତା ଓ ଚିକିତ୍ସା ମଧ୍ୟରେ ରହିଥିବା ବ୍ୟବଧାନକୁ ସେଣ୍ଟର ଦୂର କରିପାରିଛି। ଏପରିକି ଉନ୍ନତ କେମୋଥେରାପି, ବ୍ରାଚିଥେରାପି, ନ୍ୟୁକ୍ଲିୟର ମେଡିସିନ, ଇମେ୍ୟୁନୋଲୋଜି ପ୍ରଭୃତି ସହ ପାଲିଏଟିଭ କେୟାର ପାଇଁ ଏହା ପୂର୍ବ ଭାରତରେ ବିଶିଷ୍ଟ ଅଙ୍କୋଲୋଜି ହସ୍ପିଟାଲ ଭାବେ ଖ୍ୟାତି ଅର୍ଜନ କରିଛି। ଏଠାରେ ୧୭୦ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ନିଦାନ ଓ ଚିକିତ୍ସା ବ୍ୟବସ୍ଥା ରହିଛି, ଏହା ବ୍ୟତୀତ ମୁମ୍ବାଇର ଟାଟା ମେମୋରିଆଲ ସେଣ୍ଟର ଓ ଜେନୋମିକ୍ସ ବାୟାଟେକରେ ଥିବା ବିଶେଷଜ୍ଞଙ୍କ ସହ ପରାମର୍ଶ ଓ ଜ୍ଞାନ ଆଦାନ ପ୍ରଦାନ କରୁଛି।
ଏ ସମ୍ପର୍କରେ ବିଏମସିର ଅଧ୍ୟକ୍ଷା ଜ୍ୟୋତି ଅଗ୍ରୱାଲ କହିଛନ୍ତି, ବିଶ୍ୱ କର୍କଟ ଦିବସ ଏକ ସ୍ମାରକ ରୂପେ କାର୍ଯ୍ୟ କରିଥାଏ। ଏହା କେବଳ କ୍ଲିନିକ ଓ ଲାବରେଟୋରିରେ ନୁହେଁ ବରଂ ଲୋକଙ୍କ ମନକୁ ପ୍ରଭାବିତ କରିବା ଓ ରୋଗ ବିଷୟରେ ସଚେତନ କରିବା ଦିଗରେ କାର୍ଯ୍ୟ କରୁଛି, ବିଶେଷ କରି ବିଏମସି ଗ୍ରାମାଞ୍ଚଳର ଲୋକମାନଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ବ୍ୟବଧାନକୁ ଦୂର କରିବାରେ ପଦକ୍ଷେପ ଗ୍ରହଣ କରିଛି। ଏପରିକି ରୋଗ ଉପରେ ସଚେତନ ସୃଷ୍ଟି କରିବାରେ ବାଲକୋ ମେଡିକାଲ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri