Posted inଜାତୀୟ

ବିଶ୍ୱ ବଜାରରୁ କୋଭିସିଲ୍ଡ ଟିକା ପ୍ରତ୍ୟାହୃତ କରିବ ଆଷ୍ଟ୍ରାଜେନେକା, ପାର୍ଶ୍ୱପ୍ରତିକ୍ରିୟା ନେଇ ଖୁଲାସା ପରେ…

ନୂଆଦିଲ୍ଲୀ,୮।୫: ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ବିଶ୍ୱ ବଜାରରୁ ଏହାର କୋଭିଡ-୧୯ ଟିକାର ବିକ୍ରି ଉପରେ ରୋକୋ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏଥିରେ ଭାରତରେ ପ୍ରସ୍ତୁତ କୋଭିସିଲ୍ଡ ଟିକା ସାମିଲ ଅଛି। କିଛି ଦିନ ପୂର୍ବେ ଏହି ଫାର୍ମା କମ୍ପାନୀ କୋର୍ଟରେ ଟିକାର ପାର୍ଶ୍ୱପ୍ରତିକ୍ରିୟା ଥିବା ସ୍ବୀକାର କରିଥିଲା। ତେବେ ଆଷ୍ଟ୍ରାଜେନେକା ଟିକାକୁ ଭାରତରେ କୋଭିସିଲ୍ଡ ନାମରେ ବ୍ୟବହାର କରାଯାଇଥିଲା। ତେବେ କମ୍ପାନୀ ଏବେ ଟିକାକୁ ବିଶ୍ୱ ବଜାରରୁ ଫେରାଇ ନେବା ପଛରେ ଭିନ୍ନ କାରଣ ଥିବା କହିଛି।

କୋଭିଶିଲ୍ଡର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି ହୋଇଥିବା ବେଳେ କମ୍ପାନୀ ପକ୍ଷରୁ କିନ୍ତୁ ଉତ୍ପାଦ ଫେରାଇ ନେବା ପଛର କାରଣ କିଛି ଅଲଗା କୁହାଯାଇଛି। କମ୍ପାନୀ ପ୍ରବକ୍ତା କହିଛନ୍ତି, ମାର୍କେଟରେ ଆବଶ୍ୟକତାଠୁ ଅଧିକ ମାତ୍ରାରେ କୋଭିଶିଲ୍ଡ ଟିକା ମହଜୁଦ ରହିଛି। ଏଥିସହ ଆହୁରି ବହୁ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀମାନଙ୍କର କୋଭିଡ ଟିକା ବି ବଜାରରେ ଉପଲବ୍ଧ ରହୁଛି। ମାତ୍ର ଏବେ ଏହି ଟିକାର ସେପରି ଆବଶ୍ୟକତା ନ ଥିବାରୁ ତାହା ମାର୍କେଟରେ ପଡ଼ି ରହିଛି। ତେଣୁ କମ୍ପାନୀ ଏହାକୁ ଫେରାଇ ନେବାକୁ ସ୍ଥିର କରିଛି।

ପ୍ରକାଶ ଯେ, କୋଭିସିଲ୍ଡ ଟିକାର ବିରଳ ପାର୍ଶ୍ୱପ୍ରତିକ୍ରିୟା ରହିଛି। ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଓ ବ୍ଲଡ ପ୍ଲେଟଲେଟ୍‌ ସଂଖ୍ୟା କମିଯାଇପାରେ ବୋଲି ଇଂଲଣ୍ଡ କୋର୍ଟଙ୍କୁ ଟିକା ପ୍ରସ୍ତୁତକାରୀ କମ୍ପାନି ଆଷ୍ଟ୍ରାଜେନେକା ଜଣାଇ ସାରିଛି। କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତଭାବେ ଏହି ଟିକା ପ୍ରସ୍ତୁତ କରାଯାଇଥିଲା। ଭାରତରେ ପୁନେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ସହ ମିଶି ଏହି କମ୍ପାନି ଟିକା ଉତ୍ପାଦନ କରିଥିଲା। ଭାରତରେ ମଧ୍ୟ କୋଟି କୋଟି ଲୋକ ଏହି ଟିକା ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଆଉ ୩୭ ଲକ୍ଷ ପରିବାରଙ୍କୁ ପକ୍କା ଘର ମଞ୍ଜୁର କରିବ ସରକାର

ଭୁବନେଶର,୭ା୭: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) ଅଧୀନରେ ଓଡ଼ିଶାରେ ଆଉ ୩୭ ଲକ୍ଷ ପରିବାରଙ୍କୁ ପକ୍କା ଘର ମଞ୍ଜୁର କରାଯିବ। ଏହି ଘୋଷଣା ଆଜି ପଞ୍ଚାୟତିରାଜ...

ମଙ୍ଗଳବାରଠାରୁ ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର,୭।୭: ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ସାରା ରାଜ୍ୟରେ ‘ଷ୍ଟିଅରିଂ ଛାଡ଼’ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛି। ୬ ଦଫା ଦାବି ନେଇ ଏହି...

ସରିଲା ଶ୍ରୀବିଗ୍ରହଙ୍କ ଅଧରପଣା ନୀତି: ନୀଳାଦ୍ରିିବିଜେକୁ ଭକ୍ତଙ୍କ ଅପେକ୍ଷା

ପୁରୀ,୭ା୭(ଅଜିତ୍‌ ମହାନ୍ତି)- ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ ଅବସ୍ଥାନ...

Video: ଭାଇରାଲ ନିଶାରେ ବାପାଙ୍କ ବିପଜ୍ଜନକ କାଣ୍ଡ, ଝିଅକୁ ଡ୍ୟାମ କଡରେ ବସାଇ କଲେ ରିଲ୍

ନୂଆଦିଲ୍ଲୀ,୭।୭: ରାଜସ୍ଥାନରେ ଜଣେ ବାପା ନିଜ ଝିଅର ଜୀବନକୁ ବିପଦରେ ପକାଇ ରିଲ୍ ତିଆରି କରିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା...

ନବମ ଶ୍ରେଣୀର ଛାତ୍ରୀଙ୍କ ଆତ୍ମହତ୍ୟା, ଶିକ୍ଷକଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ

ନୂଆଦିଲ୍ଲୀ,୭।୭: ଆସାମର ତିନସୁକିଆ ଜିଲାରେ ଜଣେ ନବମ ଶ୍ରେଣୀର ଛାତ୍ରୀ ଜୁନ୍‌ ମାସରେ ଶିକ୍ଷକଙ୍କ ଦ୍ୱାରା ଯୌନ ଶୋଷଣ ଅଭିଯୋଗ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।...

‘ମୋ ଚିନ୍ତା କର ନାହିଁ, ଭାରତ ପାଇଁ ଭଲ ଖେଳ..’, କାହିଁକି ଏମିତି ମେସେଜ ଲେଖିଲେ କ୍ରିକେଟର ଆକାଶ ଦୀପଙ୍କ ଭଉଣୀ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୭।୭: ଭାରତୀୟ ଦଳର ଦ୍ରୁତ ବୋଲର ଆକାଶ ଦୀପଙ୍କ ଭଉଣୀ ଅଖଣ୍ଡ ଜ୍ୟୋତି ସିଂହ ଏଜବାଷ୍ଟନରେ ତାଙ୍କ ଭାଇଙ୍କ ପ୍ରଦର୍ଶନ ଦେଖି ଭାବପ୍ରବଣ ହୋଇଯାଇଛନ୍ତି। ଏଜବାଷ୍ଟନରେ...

ଡିସ୍‌ଚାର୍ଜ ହେଲେ ନବୀନ ପଟ୍ଟନାୟକ, ଜାଣନ୍ତୁ କେବେ ଫେରିବେ ଓଡ଼ିଶା

ମୁମ୍ବାଇ,୭।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମୁମ୍ବାଇର କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି। ସର୍ଭାଇକାଲ୍‌ ଆର୍ଥ୍ରରାଇଟ୍‌ସ...

ଚାଇନାକୁ ଲାଗିଲା ଆଉ ଏକ ଝଟକା, ଦଲାଇ ଲାମାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, ଚାଇନା କହିଲା…

ନୂଆଦିଲ୍ଲୀ/ବେଜିଂ,୭।୭: ଚାଇନାକୁ ପୁଣିଥରେ ବଡ଼ ଝଟକା ଲାଗିଛି। ସୋମବାର ଚାଇନା କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ତାଙ୍କ ୯୦ତମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri