Posted inଜାତୀୟ

ବିଶ୍ୱ ବଜାରରୁ କୋଭିସିଲ୍ଡ ଟିକା ପ୍ରତ୍ୟାହୃତ କରିବ ଆଷ୍ଟ୍ରାଜେନେକା, ପାର୍ଶ୍ୱପ୍ରତିକ୍ରିୟା ନେଇ ଖୁଲାସା ପରେ…

ନୂଆଦିଲ୍ଲୀ,୮।୫: ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ବିଶ୍ୱ ବଜାରରୁ ଏହାର କୋଭିଡ-୧୯ ଟିକାର ବିକ୍ରି ଉପରେ ରୋକୋ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏଥିରେ ଭାରତରେ ପ୍ରସ୍ତୁତ କୋଭିସିଲ୍ଡ ଟିକା ସାମିଲ ଅଛି। କିଛି ଦିନ ପୂର୍ବେ ଏହି ଫାର୍ମା କମ୍ପାନୀ କୋର୍ଟରେ ଟିକାର ପାର୍ଶ୍ୱପ୍ରତିକ୍ରିୟା ଥିବା ସ୍ବୀକାର କରିଥିଲା। ତେବେ ଆଷ୍ଟ୍ରାଜେନେକା ଟିକାକୁ ଭାରତରେ କୋଭିସିଲ୍ଡ ନାମରେ ବ୍ୟବହାର କରାଯାଇଥିଲା। ତେବେ କମ୍ପାନୀ ଏବେ ଟିକାକୁ ବିଶ୍ୱ ବଜାରରୁ ଫେରାଇ ନେବା ପଛରେ ଭିନ୍ନ କାରଣ ଥିବା କହିଛି।

କୋଭିଶିଲ୍ଡର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି ହୋଇଥିବା ବେଳେ କମ୍ପାନୀ ପକ୍ଷରୁ କିନ୍ତୁ ଉତ୍ପାଦ ଫେରାଇ ନେବା ପଛର କାରଣ କିଛି ଅଲଗା କୁହାଯାଇଛି। କମ୍ପାନୀ ପ୍ରବକ୍ତା କହିଛନ୍ତି, ମାର୍କେଟରେ ଆବଶ୍ୟକତାଠୁ ଅଧିକ ମାତ୍ରାରେ କୋଭିଶିଲ୍ଡ ଟିକା ମହଜୁଦ ରହିଛି। ଏଥିସହ ଆହୁରି ବହୁ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀମାନଙ୍କର କୋଭିଡ ଟିକା ବି ବଜାରରେ ଉପଲବ୍ଧ ରହୁଛି। ମାତ୍ର ଏବେ ଏହି ଟିକାର ସେପରି ଆବଶ୍ୟକତା ନ ଥିବାରୁ ତାହା ମାର୍କେଟରେ ପଡ଼ି ରହିଛି। ତେଣୁ କମ୍ପାନୀ ଏହାକୁ ଫେରାଇ ନେବାକୁ ସ୍ଥିର କରିଛି।

ପ୍ରକାଶ ଯେ, କୋଭିସିଲ୍ଡ ଟିକାର ବିରଳ ପାର୍ଶ୍ୱପ୍ରତିକ୍ରିୟା ରହିଛି। ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଓ ବ୍ଲଡ ପ୍ଲେଟଲେଟ୍‌ ସଂଖ୍ୟା କମିଯାଇପାରେ ବୋଲି ଇଂଲଣ୍ଡ କୋର୍ଟଙ୍କୁ ଟିକା ପ୍ରସ୍ତୁତକାରୀ କମ୍ପାନି ଆଷ୍ଟ୍ରାଜେନେକା ଜଣାଇ ସାରିଛି। କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତଭାବେ ଏହି ଟିକା ପ୍ରସ୍ତୁତ କରାଯାଇଥିଲା। ଭାରତରେ ପୁନେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ସହ ମିଶି ଏହି କମ୍ପାନି ଟିକା ଉତ୍ପାଦନ କରିଥିଲା। ଭାରତରେ ମଧ୍ୟ କୋଟି କୋଟି ଲୋକ ଏହି ଟିକା ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri