ରେଳ ଟ୍ରାକ୍‌ ମରାମତି କାମ କରୁଥିଲେ ଶ୍ରମିକ, ହଠାତ୍‌ ମାଡିଆସିଲା ଏକ୍ସପ୍ରେସ ଟ୍ରେନ୍‌, ଆଉ ତା’ ପରେ…

ଲୋଇସିଂହା,୪।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ବସ୍ତି ରେଳ ଫାଟକ ନିକଟରେ ଦୁଇଦିନ ତଳେ ରେଳ ଟ୍ରାକ୍‌ ମରାମତି କାମ ଚାଲିଥିବାବେଳେ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି କେତେକ ଶ୍ରମିକ । ଶ୍ରମିକମାନେ କାମ କରୁଥିବାବେଳେ ହଠାତ୍‌ ଏକ ଏକ୍ସପ୍ରେସ ଟ୍ରେନ୍‌ ମାଡି ଆସିଥିଲା। ହେଲେ ସେଠାରେ କାମ ତଦାରଖ କରୁଥିବା ମେଟଙ୍କ ଅବହେଳାରୁ ଏପରି ହୋଇଥିବା ନେଇ ମଙ୍ଗଳବାର ବୁର୍ଡାରେ ଆଲୋଚନା ହେଉଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ବିଭାଗୀୟ ଜଣେ କର୍ମଚାରୀ ତଥା ମେଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫ରୁ ୬ ଜଣ ଶ୍ରମିକ ରେଳ ଟ୍ରାକ୍‌ ମରାମତି କାମରେ ନିୟୋଜିତ ହୋଇଥିଲୋ ଅପରାହ୍ନ ସମୟରେ ଶ୍ରମିକମାନେ ମେଶିନ ସହାୟତାରେ କାମ କରୁଥାନ୍ତି ା କୌଣସି ଏକ ଏକ୍ସପ୍ରେସ ଟ୍ରେନ ଆସୁଥିବାରୁ ସେତିକି ବେଳେ ଫାଟକ ମ୍ଯଯ ପଡିଥିଲା ା ଟ୍ରାକ୍‌ରେ କାମ କଳାବେଳେ ସୁରକ୍ଷା ଓ ସତର୍କତା ଦୃଷ୍ଟିରୁ ଟ୍ରାକ୍‌ରେ ଲାଲ କପଡା ଟାଣି କାମ କରିବା କଥା । କିନ୍ତୁ ମେଟ ଅବହେଳା ଯୋଗୁ ଟ୍ରାକରେ ଲାଲ କପଡା ଟଣାଯାଇନଥିଲା ା ଅପରପକ୍ଷେ ଫାଟକ ପଡିଥିବାରୁ ଗ୍ରୀନ ସିଙ୍ଗନାଲ ପଡିଥିବାରୁ ଏକ ଏକ୍ସପ୍ରେସ ଟ୍ରେନ୍‌ଟି ଫାଟକ ନିକଟସ୍ଥ କାମ ଚାଲୁଥିବା ପର୍ଯ୍ୟନ୍ତ ଟ୍ରେନ ମାଡିଆସିଥିଲା ା ଶ୍ରମିକମାନେ ହଠାତ୍‌ ଟ୍ରେନ୍‌କୁ ପାଖରେ ଦେଖି ହଡବଡ ହୋଇଯାଇଥିଲେ ା ଶ୍ରମିକମାନେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ମରାମତି ପାଇଁ ଟ୍ରାକ୍‌ରେ ଖଜଂ ଯାଇଥିବା ମେଶିନ କିନ୍ତୁ ଚୁରମାର ହୋଇଯାଇଥିବା ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ତଦାରଖ ଦାୟିତ୍ୱରେ ଥିବା ମେଟ ଜଣଙ୍କ ମୋବାଇଲ ଦେଖୁଥିବାରୁ ଏବଂ ଶ୍ରମିକଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରାକ୍‌ରେ ଲାଲ କପଡା ଟଣା ଯାଇନଥିବାରୁ ଏପରି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି ା ଏହି ଅଘଟଣ ପରେ ଶ୍ରମିକମାନେ ଭୟଭିତ ହୋଇ ପଡିଥିଲେ । ଏହି ଘଟଣାକୁ ପ୍ରଘଟ ନକରିବାକୁ ସ୍ଥାନୀୟ କର୍ମଚାରୀ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଥିଲେ । ମଙ୍ଗଳବାର ଗଣମାଧ୍ୟମରେ ଆସିଥିବା ରେଳ ବଜେଟ ସମ୍ପକୀୟ ଖବର ପଢିଲାପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । କେଉଁ ଉଦ୍ଦେଶ୍ୟରେ ଏହି ଘଟଣାକୁ ଚପାଇବା ପାଇଁ ଉଦ୍ୟମ କରାଯାଇଛି ଏ ସଂକ୍ରାନ୍ତରେ ସମ୍ବଲପୁର ଡିଆରଏମ ଏବଂ ବଲାଙ୍ଗୀର ଜିଆରପି ପୋଲିସ ପକ୍ଷରୁ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri