ନିଯୁକ୍ତି ଦାବି କଲେ ଛଟେଇ ଶ୍ରମିକ

ତାଳଚେର,୧୮।୧୦(ନି.ପ୍ର.): ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲର ପୁରୁଣା ପ୍ଲାଣ୍ଟରେ କାର୍ଯ୍ୟରତ ତାଳଚେର ପୌରାଞ୍ଚଳର ଶ୍ରମିକଙ୍କୁ ଛଟେଇ କରାଯାଇଥିଲା। ସମ୍ପୃକ୍ତ ଶ୍ରମିକମାନେ ପୁନଃନିଯୁକ୍ତି ଦାବି କରିଛନ୍ତି। ଏ ନେଇ ସୋମବାର ଉପଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ପୁରୁଣା ପ୍ଲାଣ୍ଟ ବନ୍ଦ ହୋଇଯିବା ପରେ ସମ୍ପୃକ୍ତ ଶ୍ରମିକଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଛଟେଇ କରିଥିଲେ। ଏହା ପରେ ସେମାନେ ଥର୍ମାଲ ଏକତା ମଞ୍ଚ ଜରିଆରେ ନିଯୁକ୍ତି ପାଇଁ ଆନ୍ଦୋଳନରେ ସାମିଲ ହୋଇଥିଲେ। ପ୍ରଶାସନର ହସ୍ତକ୍ଷେପ ପରେ ଏନ୍‌ଟିପିସି/ଟିଟିପିଏସ୍‌ର ପୁରୁଣା ପ୍ଲାଣ୍ଟରେ କାର୍ଯ୍ୟରତ ସମସ୍ତଙ୍କୁ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ନିକଟରେ ତାଳଚେର ଥର୍ମାଲର ନୂତନ ପ୍ଲାଣ୍ଟ ସମ୍ପ୍ରସାରଣ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏହାପରେ ଛଟେଇ କର୍ମଚାରୀଙ୍କ ମନରେ ପୁନଃନିଯୁକ୍ତି ମିଳିବା ନେଇ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ପ୍ରଶାସନିକ ନିଷ୍ପତ୍ତିକୁ ଅବମାନନା କରି ଏନ୍‌ଟିପିସି/ଟିଟିପିଏସ୍‌ର ଏଚ୍‌ଆର କର୍ତ୍ତୃପକ୍ଷ ତାଳଚେର ପୌରାଞ୍ଚଳର ଠିକା ଶ୍ରମିକଙ୍କୁ ବାଦ୍‌ ଦେଇ ପ୍ଲାଣ୍ଟ ସଂଲଗ୍ନ ଅନ୍ୟ ୪ ପଞ୍ଚାୟତର ୪୪୮ ଶ୍ରମିକଙ୍କୁ ନିଯୁକ୍ତି ଦେବାକୁ ତାଲିକା ପ୍ରସ୍ତୁତ କରିଛନ୍ତି। ଏହା ଜଣାପଡ଼ିବା ପରେ ଛଟେଇର ଶିକାର ହୋଇଥିବା ପୌରାଞ୍ଚଳର ଠିକା ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri