ଦାଦନ ଖଟିବାକୁ ଯାଇଥିଲେ ଶବ ହୋଇ ଫେରିଲେ, ଟ୍ରେନ ଲାଇନରେ କଟି ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୭।୧୦(ଦୁର୍ଗା କୀର୍ତ୍ତି): ନିଜ ଘର ପରିବାରର ପ୍ରତି ପୋଷଣ କରିବା ସ୍ବପ୍ନ ନେଇ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପୋଡ଼ାପଦର ଗ୍ରାମ ପଞ୍ଚାୟତ କାରବାଡ଼ି ଗ୍ରାମର ଜନୈକଙ୍କ ପୁଅ ଆନ୍ଦାର ମାଝୀ (୨୫) ଗତ ଦୁଇ ସପ୍ତାହ ତଳେ ଦାଦନ ଖଟିବା ପାଇଁ ଘରୁ ବାହାରି ଆନ୍ଧ୍ର ପ୍ରଦେଶ ଯାଇଥିଲେ। ହେଲେ ଆନ୍ଦାରଙ୍କ ସ୍ବପ୍ନ ସ୍ବପ୍ନରେ ରହିଗଲା, ଅକାଳରେ ତାଙ୍କ ଜୀବନରେ କଳାବାଦଲ ଛାଇ ଗଲା। ଶେଷରେ ଟ୍ରେନ ଲାଇନରେ କଟି ଶବ ହୋଇ ଘରକୁ ଫେରିଲେ। ଗାଁରେ ବେକାରୀ ସମସ୍ୟା ହେତୁ ସେ ଭାବିଥିଲେ, ବାହାର ରାଜ୍ୟକୁ ଯାଇ କିଛି ପଇସା ରୋଜଗାର କରି ଘରକୁ ପଠେଇବି , ହେଲେ ଭଗବାନଙ୍କ କି ବିଚିତ୍ର ଖେଳସେ ପଇସା ପଠାଇବା ଆଗରୁ ଆର ପାରିକୁ ଚାଲିଗଲେ। ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରୁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇ ଶବ ହୋଇ ଫେରୁଛନ୍ତି ଅନେକ ଶ୍ରମିକ, ଏଥିରୁ ପ୍ରମାଣିତ କରୁଅଛି ଯେ ଡବଲ ଇଞ୍ଜିନ ସରକାର ଦାଦନ ରୋକିବାରେ ବିଫଳ ହୋଇଛନ୍ତି ବୋଲି । ମିଳିଥିବା ସୂଚନା ଅନୁସାରେ, ଗତ ରବିବାର ରାତିରେ ଆନ୍ଧ୍ରପ୍ରଦେଶ ସ୍ଥିତ ବିଜୟ ନଗରମ ଅଞ୍ଚଳର ଗରୁଡ଼ି ନାମକ ଏକ ରେଳ ଷ୍ଟେଶନରେ ମୃତ ଆନ୍ଦାର ମାଝୀ ଦିନମଜୁରି ଭାବରେ ଏକ ଦଲାଲଙ୍କ ସହ ଯାଇ କାମ କରୁଥିଲେ। ହେଲେ କୌଣସି କାରଣ ବଶତଃ ତାଙ୍କର ଟ୍ରେନ ଲାଇନରେ ଦୁଇଟି ଗୋଡ଼ ଏବଂ ମୁଣ୍ଡ, ମୁଁହ କଟି ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ନେଇ ମୃତକଙ୍କ ଘରକୁ ତାଙ୍କ ସହ ଥିବା ଅନ୍ୟ ଦାଦନ ସାଥୀମାନେ ଫୋନ ଜଣାଇଥିଲେ। ହେଲେ ମୃତ ଆନ୍ଦାରଙ୍କ ପରିବାର ପାଖରେ ସେତେ ଟଙ୍କା ପଇସା ନାହିଁ କି ସେମାନେ ଯାଇ ମୃତଦେହକୁ ନିଜ ଭିଟା ମାଟିକୁ ଆଣିବେ। ମୃତ ଆନ୍ଦାର ବିବାହିତ ଥିବା ବେଳେ ତାଙ୍କର ୩ଟି ସନ୍ତାନ ଅଛନ୍ତି । ଗରୁଡ଼ି ରେଳ ଷ୍ଟେଶନ ଅଞ୍ଚଳର ପୋଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରି ପାଖ ମେଡିକାଲରେ ମୃତଦେହ ରଖିଥିବା ବେଳେ ଆସନ୍ତା ମଙ୍ଗଳବାର ବ୍ୟବଚ୍ଛେଦ ପରେ ତାଙ୍କ ଭିଟା ମାଟିକୁ ଆମ୍ବୁଲାନ୍ସ ଯୋଗେ ନିଆଯିବ। ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଥୁଆମୂଳ ରାମପୁର ଥାନାରେ ମୃତକଙ୍କ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ l ତେବେ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବା ନେଇ ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶାସନଙ୍କ ପାଖରେ ସାଧାରଣରେ ଦାବି ହେଉଥିବା ବେଳେ ଉକ୍ତ ଅଂଚଳରେ ଏଭଳି ଦୁଃଖତ ଘଟଣାକୁ ନେଇ ଶୋକର ଛାୟା ଖେଳି ଯାଇଛି।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri