କାର୍‌ ମାଡ଼ିଯାଇ ଶ୍ରମିକ ମୃତ

ଭୁବନେଶ୍ୱର,୧।୧୦(ସତ୍ୟଜିତ୍‌ ରାଉତ): ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଜମହଲ ଫୁଟ୍‌ପାଥ୍‌ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ କାର୍‌ ମାଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ପୁରୀ ଜିଲା ପିପିଲି ଅଞ୍ଚଳର ଦିନବନ୍ଧୁ ବରାଳ (୫୦)। ସବୁଠୁ ବଡ଼ କଥା ହେଲା ପୋଲିସକୁ ଚ୍ୟାଲେଞ୍ଜ୍‌ ଦେଇ ଚାଳକ ଜଣଙ୍କ ଦୁର୍ଘଟଣାଗ୍ରସ୍ତ କାର୍‌କୁ ନେଇ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲେ। ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ବାଙ୍କୁଆଳ ନଦୀ ବନ୍ଧ କଡ଼ରେ ସେ କାର୍‌ ଛାଡ଼ି ପଳାଇଯିବା ପରେ ପୋଲିସ ଲାଲ୍‌ ରଙ୍ଗର କାର୍‌ (ଓଡି୦୫ଏଏକ୍ସ୍‌୨୫୮୫)କୁ ଜବତ କରି ଥାନାକୁ ଆଣିିଛି। କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ସାମ୍ନା ପାର୍ଶ୍ୱ ଭାଙ୍ଗିଯିବା ସହ ଚେପା ହୋଇଯାଇଛି। ଏହି ସଂକ୍ରାନ୍ତରେ କ୍ୟାପିଟାଲ ଥାନା ପୋଲିସ ଆଇପିସି ଦଫା ୨୭୯, ୩୦୪ (କ)ରେ ଏକ ମାମଲା (ନଂ.୫୮୨/୨୦୨୩) ରୁଜୁ କରି ତଦନ୍ତ ଜାରି ରଖିଛି।
ଦୁର୍ଘଟଣା ଘଟାଇଥିବା କାର୍‌ କଟକ ଆର୍‌ଟିଓରେ ପଞ୍ଜୀକୃତ ହୋଇଥିବାବେଳେ ଏହାର ମାଲିକ ପୁରୀ ଜିଲା କାକଟରପୁର ଅଞ୍ଚଳର ବିକାଶ ପାଲ୍‌ ବୋଲି ପୋଲିସ ଜାଣିବାକୁ ପାଇଛି। ବିକାଶ ତାଙ୍କ ପରିବାର ସହ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ୍‌ରେ ରହୁଛନ୍ତି। ପୋଲିସ ତାଙ୍କ ପରିବାର ସହ ଯୋଗାଯୋଗ କରିବାରୁ ବିକାଶ ଶୁକ୍ରବାର ରାତିଠୁ କାର୍‌ ନେଇ କୁଆଡ଼େ ଯାଇଥିବାବେଳେ ଘରକୁ ଫେରି ନ ଥିବା କହିଛନ୍ତି। ପରିବାର ଲୋକଙ୍କ ଏଭଳି ବୟାନ ପରେ ବିକାଶ ହିଁ ଏହି ଦୁର୍ଘଟଣା ଘଟାଇପାରିଥାନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ତାଙ୍କୁ ଠାବ କରିବାକୁ ପୋଲିସ ଟିମ୍‌ ପ୍ରୟାସ ଜାରି ରଖିଛିି। ଏପଟେ କ୍ୟାପିଟାଲ ହସ୍ପିଟାଲରେ ମୃତ ଶ୍ରମିକ ଦିନବନ୍ଧୁଙ୍କ ବ୍ୟବଚ୍ଛେଦ ହୋଇଛି। ତେବେ ରାଜଧାନୀରେ କମିଶନରେଟ୍‌ ପୋଲିସର କଡ଼ା ପାଟ୍ରୋଲିଂ ଓ ସିସିଟିଭି ସ୍କାନର୍‌ରୁ କାର୍‌ ଚାଳକ ଖସିଯିବା ଘଟଣାକୁ ନେଇ ଚାରିଆଡ଼େ ପ୍ରଶ୍ନ ଉଠିଛି। କାର୍‌ ଚାଳକଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ଜୋନ୍‌ ଏସିପି ମାନସ ଗଡ଼ନାୟକ କହିଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମୃତ ଦିନବନ୍ଧୁ ଏଠାରେ ଦିନମଜୁରିଆ ଭାବେ କାମ କରୁଥିବାବେଳେ ମଝିରେ ମଝିରେ ଘରକୁ ଚାଲିଯାଆନ୍ତି। ଯେଉଁଦିନ ସେ ଘରକୁ ଯାଇପାରନ୍ତି ନାହିଁ ରାଜମହଲ ଛକ ଫୁଟ୍‌ପାଥ୍‌ରେ ଶୋଇ ରାତି କାଟି ଦିଅନ୍ତି। ରାତି ୧ଟାଏରୁ ୧.୪୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଫୁଟପାଥ୍‌ରେ କେତେଜଣ ଶ୍ରମିକ ଆଶ୍ରୟ ନେଇ ଶୋଇଥିବା ବେଳେ ଏଜିଛକରୁ କାର୍‌ଟି ଦ୍ରୁତଗତିରେ ମାଡ଼ି ଆସିଥିଲା। କାର୍‌ଟି ପ୍ରଥମେ ରାଜମହଲ ଛକ ଡାହାଣ ପାର୍ଶ୍ୱ ଡିଭାଇଡର୍‌ରେ ପିଟିହୋଇ ଅପରପାର୍ଶ୍ୱକୁ ଚାଲିଯାଇଥିଲା। ସେହି ସମୟରେ କାର୍‌ଟି ଦିନବନ୍ଧୁଙ୍କୁ ଘୋଷାଡ଼ି ନେଇଥିଲା। ଦୁର୍ଘଟଣା ବେଳେ ଅନ୍ୟମାନେ ଚିତ୍କାର କରୁଥିବାବେଳେ କାର୍‌ ଚାଳକ ଜଣକ ପୁଣି ଏଜି ଛକକୁ ବୁଲିଯାଇ କ୍ୟାପିଟାଲ ହସ୍ପିଟାଲ ଛକ ହୋଇ ପଳାଇଯାଇଥିଲେ। ପୋଲିସ ଖବର ପାଇ ଦିନବନ୍ଧୁଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଦୟାନଦୀ ନଦୀ ବାଙ୍କୁଆଳ ନଦୀ ବନ୍ଧ କଡ଼ରେ ଦୁର୍ଘଟଣାଗ୍ରସ୍ତ କାର୍‌ଟି ଛିଡ଼ା ହୋଇଥିବା ଖବର ପାଇ ଧଉଳି ପୋଲିସ ତାହାକୁ ଜବତ କରି ଥାନାକୁ ନେଇ ଖବର ଦେଇଥିଲା। ଶନିବାର ସକାଳେ ଦୁର୍ଘଟଣାସ୍ଥଳରେ ଡିଭାଇଡର୍‌ ଭାଙ୍ଗିଯାଇଥିବା ବେଳେ ସେଠାରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ଏପରିକି ଦିନବନ୍ଧୁଙ୍କ ସାଇତା ଚାଉଳ ମଧ୍ୟ ବିଛୁଡ଼ି ହୋଇ ପଡ଼ି ରହିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri