କାର୍‌ ମାଡ଼ିଯାଇ ଶ୍ରମିକ ମୃତ

ଭୁବନେଶ୍ୱର,୧।୧୦(ସତ୍ୟଜିତ୍‌ ରାଉତ): ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଜମହଲ ଫୁଟ୍‌ପାଥ୍‌ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ କାର୍‌ ମାଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ପୁରୀ ଜିଲା ପିପିଲି ଅଞ୍ଚଳର ଦିନବନ୍ଧୁ ବରାଳ (୫୦)। ସବୁଠୁ ବଡ଼ କଥା ହେଲା ପୋଲିସକୁ ଚ୍ୟାଲେଞ୍ଜ୍‌ ଦେଇ ଚାଳକ ଜଣଙ୍କ ଦୁର୍ଘଟଣାଗ୍ରସ୍ତ କାର୍‌କୁ ନେଇ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲେ। ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ବାଙ୍କୁଆଳ ନଦୀ ବନ୍ଧ କଡ଼ରେ ସେ କାର୍‌ ଛାଡ଼ି ପଳାଇଯିବା ପରେ ପୋଲିସ ଲାଲ୍‌ ରଙ୍ଗର କାର୍‌ (ଓଡି୦୫ଏଏକ୍ସ୍‌୨୫୮୫)କୁ ଜବତ କରି ଥାନାକୁ ଆଣିିଛି। କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ସାମ୍ନା ପାର୍ଶ୍ୱ ଭାଙ୍ଗିଯିବା ସହ ଚେପା ହୋଇଯାଇଛି। ଏହି ସଂକ୍ରାନ୍ତରେ କ୍ୟାପିଟାଲ ଥାନା ପୋଲିସ ଆଇପିସି ଦଫା ୨୭୯, ୩୦୪ (କ)ରେ ଏକ ମାମଲା (ନଂ.୫୮୨/୨୦୨୩) ରୁଜୁ କରି ତଦନ୍ତ ଜାରି ରଖିଛି।
ଦୁର୍ଘଟଣା ଘଟାଇଥିବା କାର୍‌ କଟକ ଆର୍‌ଟିଓରେ ପଞ୍ଜୀକୃତ ହୋଇଥିବାବେଳେ ଏହାର ମାଲିକ ପୁରୀ ଜିଲା କାକଟରପୁର ଅଞ୍ଚଳର ବିକାଶ ପାଲ୍‌ ବୋଲି ପୋଲିସ ଜାଣିବାକୁ ପାଇଛି। ବିକାଶ ତାଙ୍କ ପରିବାର ସହ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ୍‌ରେ ରହୁଛନ୍ତି। ପୋଲିସ ତାଙ୍କ ପରିବାର ସହ ଯୋଗାଯୋଗ କରିବାରୁ ବିକାଶ ଶୁକ୍ରବାର ରାତିଠୁ କାର୍‌ ନେଇ କୁଆଡ଼େ ଯାଇଥିବାବେଳେ ଘରକୁ ଫେରି ନ ଥିବା କହିଛନ୍ତି। ପରିବାର ଲୋକଙ୍କ ଏଭଳି ବୟାନ ପରେ ବିକାଶ ହିଁ ଏହି ଦୁର୍ଘଟଣା ଘଟାଇପାରିଥାନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ତାଙ୍କୁ ଠାବ କରିବାକୁ ପୋଲିସ ଟିମ୍‌ ପ୍ରୟାସ ଜାରି ରଖିଛିି। ଏପଟେ କ୍ୟାପିଟାଲ ହସ୍ପିଟାଲରେ ମୃତ ଶ୍ରମିକ ଦିନବନ୍ଧୁଙ୍କ ବ୍ୟବଚ୍ଛେଦ ହୋଇଛି। ତେବେ ରାଜଧାନୀରେ କମିଶନରେଟ୍‌ ପୋଲିସର କଡ଼ା ପାଟ୍ରୋଲିଂ ଓ ସିସିଟିଭି ସ୍କାନର୍‌ରୁ କାର୍‌ ଚାଳକ ଖସିଯିବା ଘଟଣାକୁ ନେଇ ଚାରିଆଡ଼େ ପ୍ରଶ୍ନ ଉଠିଛି। କାର୍‌ ଚାଳକଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ଜୋନ୍‌ ଏସିପି ମାନସ ଗଡ଼ନାୟକ କହିଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମୃତ ଦିନବନ୍ଧୁ ଏଠାରେ ଦିନମଜୁରିଆ ଭାବେ କାମ କରୁଥିବାବେଳେ ମଝିରେ ମଝିରେ ଘରକୁ ଚାଲିଯାଆନ୍ତି। ଯେଉଁଦିନ ସେ ଘରକୁ ଯାଇପାରନ୍ତି ନାହିଁ ରାଜମହଲ ଛକ ଫୁଟ୍‌ପାଥ୍‌ରେ ଶୋଇ ରାତି କାଟି ଦିଅନ୍ତି। ରାତି ୧ଟାଏରୁ ୧.୪୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଫୁଟପାଥ୍‌ରେ କେତେଜଣ ଶ୍ରମିକ ଆଶ୍ରୟ ନେଇ ଶୋଇଥିବା ବେଳେ ଏଜିଛକରୁ କାର୍‌ଟି ଦ୍ରୁତଗତିରେ ମାଡ଼ି ଆସିଥିଲା। କାର୍‌ଟି ପ୍ରଥମେ ରାଜମହଲ ଛକ ଡାହାଣ ପାର୍ଶ୍ୱ ଡିଭାଇଡର୍‌ରେ ପିଟିହୋଇ ଅପରପାର୍ଶ୍ୱକୁ ଚାଲିଯାଇଥିଲା। ସେହି ସମୟରେ କାର୍‌ଟି ଦିନବନ୍ଧୁଙ୍କୁ ଘୋଷାଡ଼ି ନେଇଥିଲା। ଦୁର୍ଘଟଣା ବେଳେ ଅନ୍ୟମାନେ ଚିତ୍କାର କରୁଥିବାବେଳେ କାର୍‌ ଚାଳକ ଜଣକ ପୁଣି ଏଜି ଛକକୁ ବୁଲିଯାଇ କ୍ୟାପିଟାଲ ହସ୍ପିଟାଲ ଛକ ହୋଇ ପଳାଇଯାଇଥିଲେ। ପୋଲିସ ଖବର ପାଇ ଦିନବନ୍ଧୁଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଦୟାନଦୀ ନଦୀ ବାଙ୍କୁଆଳ ନଦୀ ବନ୍ଧ କଡ଼ରେ ଦୁର୍ଘଟଣାଗ୍ରସ୍ତ କାର୍‌ଟି ଛିଡ଼ା ହୋଇଥିବା ଖବର ପାଇ ଧଉଳି ପୋଲିସ ତାହାକୁ ଜବତ କରି ଥାନାକୁ ନେଇ ଖବର ଦେଇଥିଲା। ଶନିବାର ସକାଳେ ଦୁର୍ଘଟଣାସ୍ଥଳରେ ଡିଭାଇଡର୍‌ ଭାଙ୍ଗିଯାଇଥିବା ବେଳେ ସେଠାରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ଏପରିକି ଦିନବନ୍ଧୁଙ୍କ ସାଇତା ଚାଉଳ ମଧ୍ୟ ବିଛୁଡ଼ି ହୋଇ ପଡ଼ି ରହିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri