ବିଦ୍ୟୁତ କଟିଲେ କାର୍ଯ୍ୟାଳୟରେ କାମ ଠପ୍‌: ବଢୁଛି ଅସନ୍ତୋଷ

ଭୁବନ, ୯।୧୦( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଉପଡାକଘର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭୁବନ ଏସିଆ ମହାଦେଶର ବଡ ଗ୍ରାମ। ଏହି ଗ୍ରାମରେ ୮୦ ଭାଗ ଲୋକ ବ୍ୟବସାୟ ସହିତ ସଂଶ୍ଳିଷ୍ଟ। ସମସ୍ତ ବ୍ୟବସାୟ ବେସରକାରୀ ଜମା ସଂସ୍ଥାରେ ସଞ୍ଚୟ କରି ହତାସ ହେବା ପରେ ଏବେ ଭୁବନ ଉପଡାକଘର ଉପରେ ନିର୍ଭର କରୁଛନ୍ତି।

ଦୈନଦିନ ହଜାର ହଜାର ଜମାକାରୀ ଡାକଘରେ ବିଭିନ୍ନ ଯୋଜନାରେ ସଞ୍ଚୟ ଓ ଉଠାଣ ସହିତ ଚିଠିପତ୍ର ପଠାଇବା ପାଇଁ ଭିଡ଼ ଜମାଇଥାନ୍ତି। ଡାକଘରେ କାର୍ଯ୍ୟ ବଢୁଥିବାବେଳେ କର୍ମଚାରୀ କମିବାରେ ଲାଗିଛି। ଏପରିକି ଜଣେ କର୍ମଚାରୀ ୩ଟି କମ୍ପ୍ୟୁଟରରେ ଡାଟା ବ୍ୟବହାର କରିବା ବହୁ କଷ୍ଟକର ହୋଇପଡୁଛି। ଦଶହରା ପର୍ବ ପାଇଁ ଭୁବନ ସହରରେ ବିଦ୍ୟୁତ ବିଭାଗ ମରାମତି କାର୍ଯ ପାଇଁ ବିଦ୍ୟୁତ କାଟ କରୁଛନ୍ତି। ସେହି ସମୟରେ ଦିନ ସାରା ବିଦ୍ୟୁତ କାଟ ପରେ ଡାକଘର କାର୍ଯ ଠପ୍‌ ହୋଇଯାଉଛି। ଏପରିକି କମ୍ପୁଟର ବିଦ୍ୟୁତ କାଟିବା ପରେ ଥିବା ୟୁପିଏସ ଅଚଳ ସହିତ ଲକ୍ଷାଧିକ ଟଙ୍କାର ଡିଜି ମେସିନ ଅଚଳ ହୋଇ ଖତ ଖାଉଛି।

ଭୁବନରେ ବିଶ୍ୱପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ପାଇଁ ବ୍ୟବସାୟୀମାନେ ଟଙ୍କା ଉଠାଣରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏହି ଭଳି ଅନେକ ସମସ୍ୟା ଉପରେ ବାରମାର ଅଞ୍ଚଳର ବୁଦ୍ଧିଜୀବି ଏବଂ ସଞ୍ଚୟକାରୀମାନେ ଜିଲା ମୁଖ୍ୟ କାର୍ଯ୍ୟାଳୟ ଅଧିକାରୀଙ୍କୁ ଅଭିଯୋଗ କରିବା ସହିତ ଭୁବନ ଡାକସେବା କାର୍ଯ୍ୟାଳୟର ମୁଖ୍ୟ କର୍ମଚାରୀ ଚିଠି କରୁଥିଲେ ମଧ୍ୟ ିଭାଗୀୟ ଅଧିକାରୀଙ୍କ ଗୁରୁତ୍ୱ ନାହିଁ।

ଏହି ସମସ୍ୟାକୁ ନେଇ ବରିଷ୍ଟ ଆଇନଜୀବି ସନାତନ ଗୁରୁ, ବୁଦ୍ଧିଜୀବୀ, ଜମାକାରୀ ଓ ଖରଦାତାମାନେ ଫୋନ ଯୋଗେ ଅଭିଯୋଗ କରିଛନ୍ତି । ଏହିଭଳି ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ ଗୁରୁତ୍ୱ ନ ଦେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଡାକ ସେବା ବନ୍ଦ କାରଣରୁ ଅନେକ ଛାତ୍ରୀଛାତ୍ରମାନେ ନିଯୁକ୍ତି ପାଇଁ ଆବେଦନ କରିବା କଷ୍ଟକର ହେଇପଡୁଛି। ଯଥାଶୀଘ୍ର ଆବଶ୍ୟକ କର୍ମଚାରୀ ଯୋଗାଇଦେବା ସହିତ ଅଚଳ ୟୁପିଏସକୁ ସଜଡ଼ା ସାଙ୍ଗକୁ ଡିଜି ମେଶିନର ବ୍ୟବହାର କରି ଜମାକାରୀ ସମସ୍ୟା ସୁଧାର କରିବା ସହିତ ସମସ୍ତ ଅଭିଯୋଗକୁ ଗୁରୁତ୍ୱ ନ ଦେଲେ ଆଗାମୀ ଦିନରେ ଅଞ୍ଚଳାବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri