Posted inଫୁରସତ

ମୋତିକୁ ନେଇ କିଛି କଥା

ମୋତିର ଚମକ ଦେଖିଲେ ଆଖିରେ ଆପେ ଚମକ ଆସିଯାଏ। ଏହି ମୋତି ଦିନେ ପ୍ରତିପତିର ପ୍ରତିକ ବି ଥିଲା। ସେଇଥିପାଇଁ ତ କାହିଁ କେବେଠାରୁ ଆଜିଯାଏ ମୋତିର ଆଦର ରହି ଆସିଛି। ଏଥର ଜାଣିବା ମୋତି ସମ୍ପର୍କରେ କିଛି..

ଜିବୀତ ପ୍ରାଣୀରୁ ମିଳୁଥିବା ଏକମାତ୍ର ରତ୍ନ: ମୋତି ଏକ ରତ୍ନ। ତେବେ ଏହା ଅନ୍ୟ ରତ୍ନ ଯେମିତିକି ନିଲମ, ମାଣିକ, ପନ୍ନା, ହୀରା ଆଦିଠାରୁ ଭିନ୍ନ। କାରଣ ଏହା ଜୀବିତ ପ୍ରାଣୀଠାରୁ ମିଳୁଥିବା ଏକମାତ୍ର ରତ୍ନ। ଅନ୍ୟ ରତ୍ନଗୁଡ଼ିକ ପୃଥିବୀର କଠିନ ଆବରଣକୁ ଖନନ କରି ବାହାର କରାଯାଇଥାଏ। ପ୍ରାକୃତିକ ମୋତି ବହୁତ ବିରଳ। ପ୍ରତି ୧୦,୦୦୦ ଶିପ/ଶାମୁକା ମଧ୍ୟରୁ ୧ରୁ ବି କମ୍‌ରେ ମୋତି ମିଳିଥାଏ।

ପ୍ରାକୃତିକ ମୋତି ପ୍ରସ୍ତୁତି ପ୍ରକ୍ରିୟା: ସମୁଦ୍ରର ଶାମୁକା ହେଉକି ମଧୁର ଜଳ ଶାମୁକା ଉଭୟେ ନିଜକୁ ପ୍ରାକୃତିକ ଭାବେ ସୁରକ୍ଷା ପ୍ରଦାନ କରିବା ପ୍ରକ୍ରିୟାରୁ ହିଁ ମୋତି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଅର୍ଥାତ୍‌ ଯେତେବେଳେ କୌଣସି ପରଜୀବୀ, ଏମିତିକି ଛୋଟ ବାଲିକଣା ତା’ର ଖୋଳ ଭିତରକୁ ପ୍ରବେଶ କରି ତା’ର ନରମ ଶରୀରକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରେ, ଶାମୁକା ତାହାକୁ ନିଜକୁ ସୁରକ୍ଷା ପ୍ରଦାନ କରିବା ପାଇଁ ତା’ ଶରୀରରୁ ଧୀରେ ଧୀରେ ଆରଗୋନାଇଟ୍‌ ଏବଂ କନଚିଓଲିନ୍‌(ଯେଉଁ ରସାୟନରେ ଶାମୁକାର ଶକ୍ତ ଆବରଣ ତିଆରି ହୋଇଥାଏ) କ୍ଷରଣ କରିଥାଏ। ଏହି କ୍ଷରଣ ଧାରା ବହୁବାର ହୋଇ ଧୀରେ ଧୀରେ ମୋତି ପ୍ରସ୍ତୁତ ହୋଇଯାଏ। ମୋତିର ରଙ୍ଗ ସବୁବେଳେ ଧଳା ହୋଇ ନ ଥାଏ। ଏହା ଗୋଲାପୀ, ବଦାମୀ, କଳାରଙ୍ଗର ବି ହୋଇଥାଏ।

ବିରଳ ଏବେ ପ୍ରାକୃତିକ ମୋତି: ବିଂଶ ଶତାବ୍ଦିର ପ୍ରାରମ୍ଭ ବେଳକୁ ମୋତିର ଲୋକପ୍ରିୟତା ବହୁତ ମାତ୍ରାରେ ବଢିଗଲା। ଫଳରେ ମାଛ ଧରାଳୀମାନେ ପ୍ରଚୁର ଶାମୁକା ଧରିଲେ। ଏହାଦ୍ୱାରା ମହାସାଗରର ଶାମୁକା ସଂଖ୍ୟା କମିବାକୁ ଲାଗିଲା। ଆଉ ପ୍ରାକୃତିକ ମୋତି କମି କମି ଦୁର୍ଲଭ ରତ୍ନ ଭାବେ ଗଣନା ହେବାକୁ ଲାଗିଲା।

କଲ୍‌ଚର୍‌ଡ ମୋତି: ଜାପାନର ବ୍ୟବସାୟୀ କୋକିଚି ମିକିମୋଟୋ ହେଉଛନ୍ତି କଲଚର୍‌ଡ ପର୍ଲ ବା କୃତ୍ରିମ ଉପାୟରେ ତିଆରି ମୋତିର ଜନକ। ୧୮୭୮ରେ ସେ ନିଜର ଏକ ପର୍ଲ ଓ ଏଷ୍ଟର ଫାର୍ମ କରି ମୋତି ତିଆରି କରିବାର ବିଧିପୂର୍ବକ ପରୀକ୍ଷଣ ଆରମ୍ଭ କରିଥିଲେ। ଅନେକ ବିଫଳତା ଓ ବହୁ କ୍ଷତି ପରେ ୧୮୯୩ରେ ସେ କଲ୍ଚର୍ଡ ପର୍ଲ ତିଆରି କରିବାରେ ସଫଳ ହେଲେ। ଏବେ ତ ବଜାରରେ ମିଳୁଥିବା ୯୯ ପ୍ରତିଶତ ମୋତି କଲ୍ଚର୍ଡ ପର୍ଲ ଅଟେ।

ସବୁଠୁ ପ୍ରସିଦ୍ଧ ମୋତି: ଲା ପେରେଗ୍ରୀନା ହେଉଛି ଏକ ନାସପାତି ଆକାରର ମୋତି। ଏହା ଏକ ଛୋଟ ଅଣ୍ଡା ପରି ବି ଲାଗେ। ଏହାକୁ ପୃଥିବୀର ସବୁଠାରୁ ଐତିହାସିକ ଓ ପ୍ରସିଦ୍ଧ ମୋତି ଭାବେ ଗଣନା କରାଯାଏ। ଉକ୍ତ ମୋତିର ଉତିହାସ ୫୦୦ ବର୍ଷ ପୁରୁଣା। ଏହାକୁ ଅନେକ ସ୍ପେନୀୟ ରାଣୀ ଧାରଣ କରିସାରିଛନ୍ତି। ବର୍ତ୍ତମାନ ଏହା ଅଭିନେତ୍ରୀ ଏଲିଜାବେଥ୍‌ ଟେଲର୍‌ଙ୍କ ପାଖରେ ଅଛି।

ସର୍ବ ପୁରାତନ ମୋତି: ୨୦୧୨ରେ ଫ୍ରାନ୍ସ ଗବେଷକମାନେ ସବୁଠାରୁ ପୁରାତନ ମୋତିର ସନ୍ଧାନ କରିଥିଲେ, ଯାହାକି ଦୁବାଇରେ ମିଳିଥିଲା। ଏହାର ନାମ ‘ଉମ୍‌ ଅଲ କୁଓ୍ବେନ୍‌’ ଦିଆଯାଇଥିଲା। ଏହି ମୋତି ୭୫୦୦ ବର୍ଷ ପୁରାତନ ବୋଲି ଦାବି କରାଯାଏ।

ମୋତି ଥିଲା ପ୍ରତିପତିର ପ୍ରତିକ: ପ୍ରାଚିନ କାଳରେ ରୋମରେ ମୋତିକୁ ଧନ ଓ ପ୍ରତିଷ୍ଠାର ପ୍ରତିକଭାବେ ବିବେଚନା କରାଯାଉଥିଲା। ଏହାକୁ କେବଳ ରାଜାମହାରାଜା ଓ ଧନୀକ ପରିବାର ରଖିବାର ନିୟମ ଜୁଲିୟସ ସିଜର୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri