Posted inଫୁରସତ

ମୋତିକୁ ନେଇ କିଛି କଥା

ମୋତିର ଚମକ ଦେଖିଲେ ଆଖିରେ ଆପେ ଚମକ ଆସିଯାଏ। ଏହି ମୋତି ଦିନେ ପ୍ରତିପତିର ପ୍ରତିକ ବି ଥିଲା। ସେଇଥିପାଇଁ ତ କାହିଁ କେବେଠାରୁ ଆଜିଯାଏ ମୋତିର ଆଦର ରହି ଆସିଛି। ଏଥର ଜାଣିବା ମୋତି ସମ୍ପର୍କରେ କିଛି..

ଜିବୀତ ପ୍ରାଣୀରୁ ମିଳୁଥିବା ଏକମାତ୍ର ରତ୍ନ: ମୋତି ଏକ ରତ୍ନ। ତେବେ ଏହା ଅନ୍ୟ ରତ୍ନ ଯେମିତିକି ନିଲମ, ମାଣିକ, ପନ୍ନା, ହୀରା ଆଦିଠାରୁ ଭିନ୍ନ। କାରଣ ଏହା ଜୀବିତ ପ୍ରାଣୀଠାରୁ ମିଳୁଥିବା ଏକମାତ୍ର ରତ୍ନ। ଅନ୍ୟ ରତ୍ନଗୁଡ଼ିକ ପୃଥିବୀର କଠିନ ଆବରଣକୁ ଖନନ କରି ବାହାର କରାଯାଇଥାଏ। ପ୍ରାକୃତିକ ମୋତି ବହୁତ ବିରଳ। ପ୍ରତି ୧୦,୦୦୦ ଶିପ/ଶାମୁକା ମଧ୍ୟରୁ ୧ରୁ ବି କମ୍‌ରେ ମୋତି ମିଳିଥାଏ।

ପ୍ରାକୃତିକ ମୋତି ପ୍ରସ୍ତୁତି ପ୍ରକ୍ରିୟା: ସମୁଦ୍ରର ଶାମୁକା ହେଉକି ମଧୁର ଜଳ ଶାମୁକା ଉଭୟେ ନିଜକୁ ପ୍ରାକୃତିକ ଭାବେ ସୁରକ୍ଷା ପ୍ରଦାନ କରିବା ପ୍ରକ୍ରିୟାରୁ ହିଁ ମୋତି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଅର୍ଥାତ୍‌ ଯେତେବେଳେ କୌଣସି ପରଜୀବୀ, ଏମିତିକି ଛୋଟ ବାଲିକଣା ତା’ର ଖୋଳ ଭିତରକୁ ପ୍ରବେଶ କରି ତା’ର ନରମ ଶରୀରକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରେ, ଶାମୁକା ତାହାକୁ ନିଜକୁ ସୁରକ୍ଷା ପ୍ରଦାନ କରିବା ପାଇଁ ତା’ ଶରୀରରୁ ଧୀରେ ଧୀରେ ଆରଗୋନାଇଟ୍‌ ଏବଂ କନଚିଓଲିନ୍‌(ଯେଉଁ ରସାୟନରେ ଶାମୁକାର ଶକ୍ତ ଆବରଣ ତିଆରି ହୋଇଥାଏ) କ୍ଷରଣ କରିଥାଏ। ଏହି କ୍ଷରଣ ଧାରା ବହୁବାର ହୋଇ ଧୀରେ ଧୀରେ ମୋତି ପ୍ରସ୍ତୁତ ହୋଇଯାଏ। ମୋତିର ରଙ୍ଗ ସବୁବେଳେ ଧଳା ହୋଇ ନ ଥାଏ। ଏହା ଗୋଲାପୀ, ବଦାମୀ, କଳାରଙ୍ଗର ବି ହୋଇଥାଏ।

ବିରଳ ଏବେ ପ୍ରାକୃତିକ ମୋତି: ବିଂଶ ଶତାବ୍ଦିର ପ୍ରାରମ୍ଭ ବେଳକୁ ମୋତିର ଲୋକପ୍ରିୟତା ବହୁତ ମାତ୍ରାରେ ବଢିଗଲା। ଫଳରେ ମାଛ ଧରାଳୀମାନେ ପ୍ରଚୁର ଶାମୁକା ଧରିଲେ। ଏହାଦ୍ୱାରା ମହାସାଗରର ଶାମୁକା ସଂଖ୍ୟା କମିବାକୁ ଲାଗିଲା। ଆଉ ପ୍ରାକୃତିକ ମୋତି କମି କମି ଦୁର୍ଲଭ ରତ୍ନ ଭାବେ ଗଣନା ହେବାକୁ ଲାଗିଲା।

କଲ୍‌ଚର୍‌ଡ ମୋତି: ଜାପାନର ବ୍ୟବସାୟୀ କୋକିଚି ମିକିମୋଟୋ ହେଉଛନ୍ତି କଲଚର୍‌ଡ ପର୍ଲ ବା କୃତ୍ରିମ ଉପାୟରେ ତିଆରି ମୋତିର ଜନକ। ୧୮୭୮ରେ ସେ ନିଜର ଏକ ପର୍ଲ ଓ ଏଷ୍ଟର ଫାର୍ମ କରି ମୋତି ତିଆରି କରିବାର ବିଧିପୂର୍ବକ ପରୀକ୍ଷଣ ଆରମ୍ଭ କରିଥିଲେ। ଅନେକ ବିଫଳତା ଓ ବହୁ କ୍ଷତି ପରେ ୧୮୯୩ରେ ସେ କଲ୍ଚର୍ଡ ପର୍ଲ ତିଆରି କରିବାରେ ସଫଳ ହେଲେ। ଏବେ ତ ବଜାରରେ ମିଳୁଥିବା ୯୯ ପ୍ରତିଶତ ମୋତି କଲ୍ଚର୍ଡ ପର୍ଲ ଅଟେ।

ସବୁଠୁ ପ୍ରସିଦ୍ଧ ମୋତି: ଲା ପେରେଗ୍ରୀନା ହେଉଛି ଏକ ନାସପାତି ଆକାରର ମୋତି। ଏହା ଏକ ଛୋଟ ଅଣ୍ଡା ପରି ବି ଲାଗେ। ଏହାକୁ ପୃଥିବୀର ସବୁଠାରୁ ଐତିହାସିକ ଓ ପ୍ରସିଦ୍ଧ ମୋତି ଭାବେ ଗଣନା କରାଯାଏ। ଉକ୍ତ ମୋତିର ଉତିହାସ ୫୦୦ ବର୍ଷ ପୁରୁଣା। ଏହାକୁ ଅନେକ ସ୍ପେନୀୟ ରାଣୀ ଧାରଣ କରିସାରିଛନ୍ତି। ବର୍ତ୍ତମାନ ଏହା ଅଭିନେତ୍ରୀ ଏଲିଜାବେଥ୍‌ ଟେଲର୍‌ଙ୍କ ପାଖରେ ଅଛି।

ସର୍ବ ପୁରାତନ ମୋତି: ୨୦୧୨ରେ ଫ୍ରାନ୍ସ ଗବେଷକମାନେ ସବୁଠାରୁ ପୁରାତନ ମୋତିର ସନ୍ଧାନ କରିଥିଲେ, ଯାହାକି ଦୁବାଇରେ ମିଳିଥିଲା। ଏହାର ନାମ ‘ଉମ୍‌ ଅଲ କୁଓ୍ବେନ୍‌’ ଦିଆଯାଇଥିଲା। ଏହି ମୋତି ୭୫୦୦ ବର୍ଷ ପୁରାତନ ବୋଲି ଦାବି କରାଯାଏ।

ମୋତି ଥିଲା ପ୍ରତିପତିର ପ୍ରତିକ: ପ୍ରାଚିନ କାଳରେ ରୋମରେ ମୋତିକୁ ଧନ ଓ ପ୍ରତିଷ୍ଠାର ପ୍ରତିକଭାବେ ବିବେଚନା କରାଯାଉଥିଲା। ଏହାକୁ କେବଳ ରାଜାମହାରାଜା ଓ ଧନୀକ ପରିବାର ରଖିବାର ନିୟମ ଜୁଲିୟସ ସିଜର୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri