କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।
ବିଧି ଅନୁସାରେ ରାମ ନବମୀରୁ ରଥ କାଠ ଚିରଟ ଆରମ୍ଭ ହୋଇଛି। ପୁରୀରୁ ମହାପ୍ରଭୁଙ୍କ ଆଜ୍ଞା ମାଳା ଆସିବା ପରେ ପୂଜା କରାଯାଇ ଖପୁରିଆ ସରକାରୀ କାଠ ମିଲରେ ରଖ ଚିରଟ ଆରମ୍ଭ ହେଲା।