ମହିଳା ସୁରକ୍ଷା ଆଇନ, ବାଲ୍ୟବିବାହ, ଶିଶୁ ଶ୍ରମିକ ଆଇନକୁ ଗୁରୁତ୍ୱ 

ଦାରିଙ୍ଗବାଡି,୨୪।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସାରିଙ୍ଗିଇର୍ପି ଠାରେ ରହିଥିବା ପାଳକ ସଙ୍ଘର ସଭାଗୃହଠାରେ ମଙ୍ଗଳବାର ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲା ସମାଜ କଲ୍ୟାଣ ଅଧିକାରୀ ସ୍ନେହଳତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦାରିଙ୍ଗବାଡି ତହସିଲଦାର ଧୀରଜ ପାତ୍ର, ଆଇଆଇସି ସଂଗ୍ରାମ କେଶରୀ ଜେନା, ସିଡିପିଓ ସଂନ୍ଧ୍ୟାରାଣୀ ପଣ୍ଡା,ସରକାରୀ ଓକିଲ ଉମେଶ କର, ବରିଷ୍ଠ ଓକିଲ ପ୍ରବୀର ସାହୁ, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ପ୍ରମୁଖ ମଞ୍ଚାସୀନ ଥିଲେ।
ଅଞ୍ଚଳରେ ଦିନକୁ ଦିନ ମହିଳା ହିଂସା ବୃଦ୍ଧି ପାଉଛି ଏଥିପାଇଁ ରହିଥିବା ଆଇନ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଯାଇଥିଲା ସେହିପରି ବାଲ୍ୟ ବିବାହ, ଶିଶୁ ଶ୍ରମିକ ପାଇଁ ରହିଥିବା ଆଇନ ସମ୍ପର୍କରେ କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ କଲେଜର ଛାତ୍ରୀଛାତ୍ର, ଅଧ୍ୟାପକ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ମହିଳା ସୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା, ଅଙ୍ଗନାୱାଡି, ଆଶା କର୍ମୀ, ସୁପରଭାଇଜର, ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily

Share