ମାଟିର ଗରିମା ବଢ଼ାଇଛି ନାରୀ ନେତୃତ୍ୱ

ବାଲେଶ୍ୱର/ରେମୁଣା,୪।୨ (ବାଞ୍ଛାନିଧି ଦେ/ରବୀନ୍ଦ୍ର ମହାକୁଡ଼): ସାହିତ୍ୟ ଓ ସଂଗ୍ରାମ ପାଇଁ ବାଲେଶ୍ୱର ଓ ଭଦ୍ରକ ମାଟି ସୁପ୍ରସିଦ୍ଧ। ଅନେକ ବରପୁତ୍ରଙ୍କୁ ଜନ୍ମଦେଇ ଏ ମାଟି ଭାରତମାତାର ମୁଖ ଉଜ୍ଜ୍ୱଳ କରିଛି। ଏ ମାଟି କେବଳ ରନତ୍ଗର୍ଭା ନୁହେଁ, ବରଂ ଏ ମାଟିର ମା’ମାନେ ମଧ୍ୟ ରନତ୍ଗର୍ଭା। ଆଦି ଟିକାକାର ଜଗଦ୍‌ଗୁରୁ ଶ୍ରୀଧର ସ୍ବାମୀ, ଭକ୍ତକବି ଦୀନବନ୍ଧୁ ଦାସଙ୍କ ଠାରୁ ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, ଉତ୍କଳକେଶରୀ ହରେକୃଷ୍ଣ ମହତାବ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ପର୍ଯ୍ୟନ୍ତ ଅନେକ କବି ଓ କର୍ଣ୍ଣଧାର ଭାରତର ଉତ୍ତରପିଢ଼ି ପାଇଁ ଆଦର୍ଶ ପ୍ରତିଷ୍ଠା କରିଛନ୍ତି। ସ୍ବାଧୀନତା ସଂଗ୍ରାମରେ ବାଲେଶ୍ୱର ଓ ଭଦ୍ରକର ମହିଳାମାନଙ୍କ ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ ଥିଲା। ସରୋଜିନୀ ନାଇଡୁ, ଜାହ୍ନବୀ ଦେବୀ, କୋକିଳା ଦେବୀ, ସୁଭଦ୍ରା ମହତାବ ଓ ଗୋଦାବରୀ ଦେବୀ ସଂଗ୍ରାମର ଅଗ୍ରଭାଗରେ ରହି ନାରୀ ନେତୃତ୍ୱର ଗରିମା ବଢ଼ାଇଛନ୍ତି। ଏମାଟି ଲବଣ ସତ୍ୟାଗ୍ରହ ଓ ଭାରତଛାଡ଼ ଆନ୍ଦୋଳନ ତୀବ୍ରତା ତଥା ଦେଶୀୟ ରାଜ୍ୟ ମିଶ୍ରଣର ଜୀବନ୍ତ ସାକ୍ଷୀ ବୋଲି ମଙ୍ଗଳବାର ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଏହି ସମାବର୍ତ୍ତନ ଉତ୍ସବରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଓ ବିଶ୍ୱବିଦ୍ୟାଳୟର ବିବରଣୀ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତି ଫକୀରମୋହନ ସେନାପତିଙ୍କ ସାହିତି୍ୟକ ଅବଦାନ ଓ କନ୍ୟା ଶିକ୍ଷା ପ୍ରଚାରରେ ତାଙ୍କର ଅଗ୍ରଣୀ ଭୂମିକାକୁ ସ୍ମରଣ କରିଥିଲେ। ସେ ଫକୀରମୋହନଙ୍କ ଅମରକୃତି ‘ରେବତୀ’ର ଗୁରୁତ୍ୱକୁ ଉଲ୍ଲେଖ କରି, ରେବତୀ କିପରି ଅନେକ ଅସୁବିଧା ସତ୍ତ୍ୱେ ଶିକ୍ଷା ପାଇଁ ସଂଘର୍ଷ କରିଥିଲେ ତାହା ବର୍ଣ୍ଣନା କରିଥିଲେ। ଫକୀର ମୋହନ ବିଶ୍ୱବିଦ୍ୟାଳୟର ଶିକ୍ଷା, ଗବେଷଣା, ସାମାଜିକ ସେବା ଓ ସମୁଦାୟ ସଂଲଗ୍ନତାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ପ୍ରଶଂସା କରିଥିଲେ। ଛାତ୍ରୀଛାତ୍ରମାନଙ୍କୁ ନୀତି, ସତ୍ୟ ନିଷ୍ଠତା ଓ ସାମାଜିକ ଦାୟିତ୍ୱବୋଧ ଅତୁଟ ରଖିବାକୁ ଆହ୍ବାନ କରିଥିଲେ। କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି ଯୋଗଦେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ସମ୍ବନ୍ଧୀୟ ଉଲ୍ଲେଖନୀୟ ଭବିଷ୍ୟମୂଳକ ଯୋଜନା ଓ ଭିଜନ ସମ୍ପର୍କରେ କହିଥିଲେ। ଶିକ୍ଷା ସମାଜ ଉନ୍ନତିର ଶକ୍ତିଶାଳୀ ଉପକରଣ। ଛାତ୍ରୀଛାତ୍ରମାନଙ୍କୁ ଆଜୀବନ ଶିକ୍ଷାର୍ଥୀ ହୋଇ ରହିବା ଆବଶ୍ୟକ ବୋଲି ବକ୍ତବ୍ୟରେ କହିଥିଲେ। ଉଚ୍ଚଶିକ୍ଷା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟରେ ଉଚ୍ଚଶିକ୍ଷାକୁ ସୁଦୃଢ଼ କରିବା ପାଇଁ ନୂତନ ପଦକ୍ଷେପ ଓ ନୀତି ସଂଶୋଧନ ବିଷୟରେ ଆଲୋକପାତ କରିଥିଲେ। ସମାରୋହରେ ଏମ୍‌ପି ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଞ୍ଚାସୀନ ଥିଲେ। ଏହି ଅବସରରେ ୧,୮୩୧ ଜଣ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଷ୍ଠ ଛାତ୍ରୀଛାତ୍ରଙ୍କୁ ଡିଗ୍ରୀ ଓ ପଦକ ପ୍ରଦାନ କରାଯାଇଥିଲା। ୧୦୧ଜଣକୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିବା ବେଳେ ୮୯ ଜଣ ପି.ଏଚ୍‌ଡି. ଡିଗ୍ରୀଧାରୀଙ୍କୁ ସମ୍ମାନିତ କରାଯାଇଥିଲା। କ୍ରୀଡ଼ା କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଅନୁରାଧା ବିଶ୍ୱାଳ, ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଶାନ୍ତନୁ କୁମାର ଆଚାର୍ଯ୍ୟ, ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ଗୁରୁ ଗୋପାଳ ଚନ୍ଦ୍ର ପାଣ୍ଡାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri