Posted inଖେଳ

ମହିଳା ଆଇପିଏଲ୍‌ ଟିମ୍‌ ଘୋଷଣା କଲା ବିସିସିଆଇ: ଆଦାନୀ ଟିମ୍‌ ସବୁଠୁ ମହଙ୍ଗା

ନୂଆଦିଲ୍ଲୀ,୨୫।୧: ମହିଳା ଆଇପିଏଲ୍‌ ପ୍ରଥମ ସିଜନ ଲାଗି ବିସିସିଆଇ ବୁଧବାର ୫ ଦଳ ଘୋଷଣା କରିଛି। ଏହି ୫ ଦଳ ଅହମ୍ମଦାବାଦ, ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ ଏବଂ ଲକ୍ଷ୍ନୌର ରହିବେ। ଏହି ଫ୍ରାଞ୍ଚାଇଜ ଦଳଗୁଡ଼ିକ ମଧ୍ୟରୁ ଅହମ୍ମଦାବାଦ ଟିମ୍‌ ସବୁଠାରୁ ମହଙ୍ଗା ହୋଇଥିବା ବେଳେ ଏହାକୁ ଆଦାନୀ ସ୍ପୋଟ୍ସ ଲାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କିଣିଛି। ତେବେ ଏହି ଲିଗ୍‌ର ନାମ ଓମ୍ୟାନ୍‌ ପ୍ରିମିୟର ଲିଗ୍‌(ଡବ୍ଲୁପିଏଲ୍‌) ରଖାଯାଇଥିବା ବିସିସିଆଇ ସଚିବ ଜୟ ଶାହା କହିଛନ୍ତି।

ମହିଳା ଆଇପିଏଲ୍‌ ଦଳର ସଫଳ ବିଡର ଘୋଷଣା କରି ବିସିସିଆଇ କହିଛି, ୫ ଦଳର ମୋଟ ମୂଲ୍ୟ ୪୬୬୯.୯୯ କୋଟି ଟଙ୍କା ରହିଛି। ଏଥିରେ ସବୁଠାରୁ ମହଙ୍ଗା ଅହମ୍ମଦାବାଦ ଟିମ୍‌କୁ ଆଦାନୀ ସ୍ପୋଟ୍ସ ଲାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୧୨୮୯ ଟଙ୍କାରେ କିଣାଯାଇଛି।

ମହିଳା ଆଇପିଏଲ୍‌ ଟିମ୍‌:
୧. ଅହମ୍ମଦାବାଦ – ୧୨୮୯ କୋଟି ଟଙ୍କା – ଆଦାନୀ ସ୍ପୋର୍ଟସ ଲାଇନ୍‌ ପ୍ରାଇଭେଟ ଲିମିଟେଡ
୨. ମୁମ୍ବାଇ – ୯୧୨.୯୯ କୋଟି ଟଙ୍କା – ଇଣ୍ଡିଆୱିନ ସ୍ପୋର୍ଟସ ପ୍ରାଇଭେଟ ଲିମିଟେଡ୍‌
୩. ବେଙ୍ଗାଲୁରୁ – ୯୦୧ କୋଟି ଟଙ୍କା – ରୟାଲ ଚ୍ୟାଲେଞ୍ଜର୍ସ ସ୍ପୋର୍ଟସ ପ୍ରାଇଭେଟ ଲିମିଟେଡ୍‌
୪. ଦିଲ୍ଲୀ – ୮୧୦ କୋଟି ଟଙ୍କା – ଜେଏସ୍‌ଡବ୍ଲୁ ଜିଏମ୍‌ଆର୍‌ କ୍ରିକେଟ ପିଭି ଲିମିଟେଡ
୫- ଲକ୍ଷ୍ନୌ- ୭୫୭ କୋଟି ଟଙ୍କା – କ୍ୟାପ୍ରି ଗ୍ଲୋବାଲ ହୋଲ୍ଡିଂସ ପ୍ରାଇଭେଟ୍‌ ଲିମିଟେଡ୍‌

ବିସିସିଆଇ ସଚିବ ଜୟ ଶାହା ଟୁଇଟ କରି କହିଛନ୍ତି, କ୍ରିକେଟ ରେ ଆଜି ଏକ ଐତିହାସିକ ଦିନ। ପ୍ରଥମ ମହିଳା ପ୍ରିମିୟର ଲିଗ ପ୍ରଥମ ପୁରୁଷ ଆଇପିଏଲ ୨୦୦୮ର ରେକର୍ଡ ଭାଙ୍ଗିଛି। କାରଣ ଏହାର ମୋଟ ବିଡ୍‌ ୪୬୬୯.୯୯ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri