କୋରାପୁଟ,୫।୩(ଅମିତାଭ ବେହେରା ): କୋରାପୁଟ ସର୍କିଟ ହାଉସ ନିକଟରେ ଥିବା ରିଜର୍ଭ ଫରେଷ୍ଟ ପାହାଡ଼ରେ ମହିଳାଙ୍କ ଆତ୍ମହତ୍ୟା । ଗୁରୁବାର ଅପରାହ୍ନରେ ମହିଳା ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣା ସ୍ଥଳରେ କୋରାପୁଟ ଟାଉନ ଥାନା ପୋଲିସ ଓ ଜଙ୍ଗଲ ବିଭାଗର କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ମହିଳାଙ୍କ ବେସଭୁସାରୁ ସେ ଜଣେ ଭଲ ଘରର ମହିଳା ହୋଇଥିବା ଭଳି ଜଣାପଡ଼ୁଛନ୍ତି । ମହିଳାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା ଓ ମହିଳାଙ୍କ ପରିଚୟକୁ ନେଇ ପୋଲିସ ତଦନ୍ତ କରୁଛି । ମିଳିଥିବା ଖବର ଅନୁଯାୟୀ ମୃତକ ମହିଳା ହେଲେ ପଦ୍ମା ଭୋଇ ତାଙ୍କ ଘର କୋରାପୁଟ ସହରର ବନ ଭାରତୀ କଲୋନୀରେ ବୋଲି ଚର୍ଚ୍ଚା ହେଉଛି । ଏନେଇ ଟାଉନ ଥାନା ପୋଲିସ ମାମଲା ରୁଜୁ କରୁଥିବା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର କହିଛନ୍ତି ।