Posted inଖେଳ

ମହିଳା କ୍ରିକେଟ ଦଳକୁ ସବୁଠି ପ୍ରଶଂସାର ସୁଅ: ସଚିନ କହିଲେ…

ନଭି ମୁମ୍ବାଇ,୩୧ା୧୦: ମହିଳା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରେକର୍ଡ ଚେଜ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସମେତ ଦେଶର କ୍ରୀଡ଼ା ମହଲକୁ ଅବିିଭୁତ କରିଛି। ଏହି ଆଶ୍ଚର୍ଯ୍ୟଜନକ ବିଜୟ କ୍ରିକେଟ ଇତିହାସରେ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି।

ଜେମିମା ରୋଡ୍ରିଗ୍ସ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଇନିଂସ ୧୨୭ ରନ୍‌ କରି ଅପରାଜିତ ରହିଥିଲେ। ଗୁରୁବାର ରାତିରେ ଏହି ବିଜୟ ଦ୍ୱାରା ଶକ୍ତିଶାଳି ଅଷ୍ଟ୍ରେଲିଆକୁ ରୋକି ଭାରତ ତୃତୀୟ ଥର ମହିଳା ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।

ଜେମିମାଙ୍କର ଏହା ତୃତୀୟ ଶତକ ଓ ବିଶ୍ୱକପ୍‌ରେ ପ୍ରଥମ। ସେ ଓ ଅଧିନାୟିକା ହରମନପ୍ରୀତ କୌର (୮୮ ବଲ୍‌ରୁ ୮୯ରନ, ୧୦ ଚୌକା ଓ ୨ ଛକା) ତୃତୀୟ ଉଇକେଟରେ ୧୬୭ ରନ ଯୋଗ କରିଥିଲେ। ଏହି ବିଜୟ ଦ୍ୱାରା ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆର ପ୍ରତିଯୋଗିତାର ଗତ ଦୁଇ ସଂସ୍କରଣରେ ୧୫ମ୍ୟାଚ ଅପରାଜେୟ ଧାରା ଭାରତ ବ୍ରେକ୍‌ ଦେବାରେ ସମର୍ଥ ହୋଇଛି।

୩୩୯ର ବିଶାଳ ସ୍କୋରକୁ ପିଛା କରିବା ବେଳେ ଜେମିମାଙ୍କ ଅପରାଜିତ ବ୍ୟାଟିଂ ଯୋଗୁ ଅଷ୍ଟ୍ରେଲିଆର ୩୩୮/ଅଲଆଉଟ ସ୍କୋର ଜବାବରେ ଭାରତ ୪୮.୩ ଓଭରରେ ୩୪୧/୫ ସ୍କୋର କରି ମ୍ୟାଚ ଜିତିନେଇଥିଲା। ତେନ୍ଦୁଲକର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ”ଚମତ୍କାର ବିଜୟ! ଜେମିମା ଓ ହରମନପ୍ରୀତ୍‌ଙ୍କ ବଳିଷ୍ଠ ନେତୃତ୍ୱ ପ୍ରଶଂସା ଯୋଗ୍ୟ, ଶ୍ରୀଚରଣୀ ଓ ଦୀପ୍ତି ଚମତ୍କାର ବୋଲିଂ କରି ଭାରତ ପାଇଁ ସମ୍ଭାବନା ସୃଷ୍ଟି କରିଥିଲେ।

ଦଳ ଏହି ଭଳି ପ୍ରଦର୍ଶନ ଜାରି ରଖୁ। ଭାରତର ପୂର୍ବତନ କୋଚ୍‌ ତଥା ଲେଗ୍‌ ସ୍ପିନ କିମ୍ବଦନ୍ତୀ ଅନିଲ କୁମ୍ବଲେ ଜେମିମାଙ୍କ ଅପରାଜିତ ୧୨୭ରନ ଇନିଂସର ଉଚ୍ଚ ପ୍ରଶଂସା କରିଛନ୍ତି। ଏଥିରେ ଜେମିମାଙ୍କ ଧୈର୍ଯ୍ୟ ଓ ଶକ୍ତି ଭରି ରହିଥିଲା। ସେ ତାଙ୍କ ପରିପକ୍ୱତା ଓ ଆତ୍ମବିଶ୍ୱାସର ପରିଚୟ ଦେଇଛନ୍ତି।

ବ୍ୟାଟର ବିରାଟ କୋହଲି ମଧ୍ୟ ‘ଏକ୍ସ’ରେ ତାଙ୍କ ପୋଷ୍ଟରେ ମହିଳା ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ମ୍ୟାଚରେ ଦଳର ସ୍ଥିରତା, ଆତ୍ମବିଶ୍ୱାସ ଓ ଆବେଗର ପ୍ରତିଫଳନ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଏହି ବିଜୟ ବାସ୍ତବିକ ଦୃଦୟସ୍ପର୍ଶୀ। ‘ଓ୍ବେଲ୍‌ଡନ୍‌ ଟିମ୍‌ ଇଣ୍ଡିଆ’।

ଭାରତର ପୂର୍ବତନ ଓପନର ବିରେନ୍ଦ୍ର ସେହ୍ବାଗ ତାଙ୍କ ପୋଷ୍ଟରେ କହିଛନ୍ତି, ‘ଅଷ୍ଟ୍ରେଲିଆ ସୋଚ୍‌ ରହି ଥି କି ଔର ଏକ ସେମିଫାଇନାଲ ହୈ, ଆରାମ ସେ ଜିତୋ ଔର ଜିତୋ ଫାଇନାଲ। ହମାରି ଲଡ଼କିୟୋଁ ନେ ସୋଚା, ୟେତୋ ମୌକା ହେ ଅସଲି ଧାମାକା କର୍‌ନେକା! ସାରେ ଆଲୋଚନା ଧୋ ଡାଲା। କ୍ୟା ଖେଳ ଦେଖାୟା। ଓମେନ୍‌ ଇନ୍‌ ବ୍ଲୁ ପାଇଁ ଆମେ ଗର୍ବିତ।

ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂ ମଧ୍ୟ ମହିଳା ଦଳର ଦୃଢ଼ ବିଶ୍ୱାସ ଓ ଦୃଢ଼ ସଂକଳ୍ପର ଉଚ୍ଚ ପ୍ରଶଂସା କରିଛନ୍ତି। ବିଶେଷ କରି ଜେମିମା ଓ ହରମନପ୍ରୀତଙ୍କ ବ୍ୟାଟିଂକୁ। ପ୍ରବଳ ଚାପରେ ଥାଇ ଦଳର ଜଣେ ସଚ୍ଚା ଅଧିନାୟିକା ଭାବେ ହରମନପ୍ରୀତ୍‌ ସ୍ଥିର ମନୋଚିତ୍ତରେ ଦଳର ସ୍କୋରକୁ ଆଗେଇ ନେବା ଏବଂ ଏକଗ୍ରତା ଓ ଦୃଢ଼ ସଂକଳ୍ପ ଭିତ୍ତିକ ଜେମିମାଙ୍କ ସ୍ମରଣୀୟ ଇନିଂସକୁ ସମଗ୍ର ବିଶ୍ୱ ଦେଖିଲା। ଏହା ଏକ ଐତିହାସିକ ସେମିଫାଇନାଲ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri