Posted inଖେଳ

ମହିଳା କ୍ରିକେଟ ଲିଗ୍‌: ୟେଲୋ, ଭାଓଲେଟ୍‌, ରେଡ୍‌ ବିଜୟୀ

ଭୁବନେଶ୍ୱର,୨୦।୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ମହିଳା ସୀମିତ ଓଭର ଦିନିକିଆ କ୍ରିକେଟ ଲିଗ୍‌ରେ ମଙ୍ଗଳବାର ଓଡ଼ିଶା ୟେଲୋ, ଓଡ଼ିଶା ଭାଓଲେଟ ଓ ଓଡ଼ିଶା ରେଡ୍‌ ବିଜୟ ହାସଲ କରିଛନ୍ତି।

ସସ୍ମିତା, ଅଞ୍ଜଳି, କାଜଲଙ୍କ ଅର୍ଦ୍ଧଶତକ
ସ୍ଥାନୀୟ ବିକାଶ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍‌ର ଦ୍ୱାଦଶ ମ୍ୟାଚ୍‌ରେ ୟେଲୋ ୩୪ଟି ବଲ୍‌ ବାକିଥାଇ ୭ ଉଇକେଟରେ ଗ୍ରୀନ୍‌କୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଗ୍ରୀନ୍‌ ୫୦ ଓଭରରେ ୯ ଉଇକେଟ ହରାଇ ୧୬୮ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ସସ୍ମିତା ମହାଳିକ ୫୩, ଡି.ଜେ. ରେଡ୍ଡୀ ୩୨ ରନ ସଂଗ୍ରହ କରିଥିଲେ। ବୋଲିଂରେ ୟେଲୋର ତରାନା ପ୍ରଧାନ, ପ୍ରିୟଙ୍କା ସାହୁ ଓ ଜି.ଏମ୍‌. ଅଳକାନନ୍ଦା ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ୟେଲୋ ୪୪.୨ ଓଭରରେ ୩ ଉଇକେଟ ହରାଇ ୧୬୯ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ କାଜଲ ଜେନା ୭୮, ଅଞ୍ଜଳି ସିଂ ୬୧ ରନ ସଂଗ୍ରହ କରିଥିଲେ। ଗ୍ରୀନ୍‌ ତରଫରୁ ଶୁଭ୍ରା ସ୍ବାଇଁ ୨ ଉଇକେଟ ଅକ୍ତିଆର କରିଥିଲେ।

ଅରେଞ୍ଜ ୧୭୦ ରନରେ ପରାସ୍ତ
କିଟ୍‌ ଗ୍ରାଉଣ୍ଡରେ ରେଡ୍‌ ବୃହତ୍‌ ୧୭୦ ରନରେ ଅରେଞ୍ଜକୁ ହରାଇଛି। ଟସ୍‌ ଜିତି ରେଡ୍‌ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ଉଇକେଟ ହରାଇ ୨୫୬ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ଶିଳ୍ପା ସ୍ବାଇଁ ୭୨, ମାଧୁରୀ ମେହେଟା ୪୩, ଶ୍ରୀୟା ଚକ୍ର ୩୮, ସରୋଜିନୀ ଗିରି ୩୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ଅରେଞ୍ଜ ତରଫରୁ ରସନାରା ପରବୀନ ୨, ସ୍ମ୍‌ୃତି ମହନ୍ତ ଓ ସୂର୍ଯ୍ୟସନଟ ସ୍ବାଇଁ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଅରେଞ୍ଜ ୪୩.୨ ଓଭରରେ ୯ ଉଇକେଟ ହରାଇ ୮୬ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ବର୍ଷା ସିଂ ୧୮, ପରବୀନ ୧୨ ରନ କରିଥିଲେ। ବୋଲିଂରେ ରେଡ୍‌ ତରଫରୁ ସୁଶ୍ରୀ ସିଂ ୩, ରାଜଶ୍ରୀ ସ୍ବାଇଁ ଓ ପ୍ରାର୍ଥନା ପ୍ରତିଶ୍ରୁତି ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ପର୍ପଲ ୭ ଉଇକେଟରେ ପରାସ୍ତ
ମୂଳା ପଡିଆରେ ଅନୁଷ୍ଠିତ ମ୍ୟାଚ୍‌ରେ ଭାଓଲେଟ୍‌ ୭ ଉଇକେଟରେ ପର୍ପଲକୁ ହରାଇଛି। ଟସ୍‌ ହାରି ପର୍ପଲ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ଉଇକେଟ ହରାଇ ୧୭୨ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଲିପ୍ସା ବିଶ୍ୱାଳ ୭୨, ପୂଜା ଦାସ ୨୯ ରନ ସଂଗ୍ରହ କରିଥିଲେ। ବୋଲିଂରେ ଭାଓଲେଟ୍‌ ପକ୍ଷରୁ ପ୍ରୀତି ପ୍ରିୟଦର୍ଶନ ୩, ସୁଶ୍ରୀ ଦିବ୍ୟଦର୍ଶନୀ ୨, ପ୍ରାଞ୍ଜଲ ସିଂ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଭାଓଲେଟ୍‌ ୪୪.୪ ଓଭରରେ ୩ ଉଇକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ ରଶ୍ମିତା ଚିନ୍ନାରା ୪୮, ସ୍ବିଟ୍‌ ବେଉରା ୪୫, ସଙ୍ଗୀତା ଖାଡିଆ ୩୧ ରନ ସଂଗ୍ରହ କରିଥିଲେ। ବୋଲିଂରେ ପର୍ପଲ ତରଫରୁ ରାନୀ କେ. ପ୍ରସାଦ ଓ ଲିଓନା ପ୍ରିୟଦର୍ଶନୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri