ସ୍ବାବଲମ୍ବୀ ଲକ୍ଷ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା

ପଞ୍ଚଲିଙ୍ଗେଶ୍ୱର,୧ା୧(ଲେଲିନ କୁମାର ଦେ): ବାଲେଶ୍ୱର ଜିଲା ଔପଦା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସନ୍ତରାଗଡ଼ିଆ ଏବଂ ଆଖପାଖ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ମହିଳା ବିଗତ ଦେଢ଼ବର୍ଷ ଧରି ସଭିଏଁ ପ୍ରତ୍ୟେକ ମାସ ୧ଶହ ଟଙ୍କା ଲେଖାଏ ବସୁଧା ଉତ୍ପାଦିକା ଗୋଷ୍ଠୀ ନାମରେ ସଞ୍ଚୟ କରି ଆସୁଥିବାବେଳେ, କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ମହିଳା ବିକାଶ ମିଶନ ଶକ୍ତି ବିଭାଗରେ ନିଜର ଉତ୍ପାଦିକା ଗୋଷ୍ଠୀର ନାମ ପଞ୍ଜୀକରଣ କରାଇଥିବା ସହିତ ବ୍ୟାଙ୍କରେ ସଞ୍ଚୟ ହୋଇଥିବା ରାଶି ମାଧ୍ୟମରେ ଋଣ ଉଠାଇ ପ୍ରଥମେ ବିରିରୁ ବଡି ପ୍ରସ୍ତୁତ କରି, ଜିଲାରେ ବିକ୍ରି କରିବା ସହିତ ସରକାରୀ ସହାୟତା ମିଳିଲେ ଆଚାର ତଥା ହଳଦୀ, ଧଣିଆ, ଜିରା ସହିତ ବିଭିନ୍ନ ରୋଷେଇ ମସଲା ଗୁଣ୍ଡ କରି ପ୍ୟାକିଂ କରି ଉପଭୋକ୍ତା ତଥା ଦୋକାନୀମାନଙ୍କୁ ବିକ୍ରି କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ନିଜର ପରିବାର ପ୍ରତିପୋଷଣ ଲକ୍ଷ୍ୟରେ ଅଛନ୍ତି।

ଗ୍ରୁପର ସଭାପତି ଗୀତାଞ୍ଜଳି ଦେଉରି, ସମ୍ପାଦିକା ସଂଯୁକ୍ତା ଦଳପତି, ଏଲ୍‌ଏସ୍‌ପି ଅରୁଣା ବାରିକ, ସସ୍ମିତା ମଲିକ, ମାଳତୀ ପାଣିଗ୍ରାହୀ, ଗାୟତ୍ରୀ ପଣ୍ଡା, କୌଶଲ୍ୟା ମଳିକ, ବେଦମତି ଦାସ, ସଂଯୁକ୍ତା ଦାସ, ରୁକ୍ମିଣୀ ପରିଡା, ଲଷ୍ମୀପ୍ରିୟା ସେନାପତି, ସାବିତ୍ରୀ ପରିଡ଼ା, ତାରlମଣୀ ଜେନା ପ୍ରମୁଖ ଉକ୍ତ ଗୋଷ୍ଠୀରେ ରହି ସ୍ବାବଲମ୍ବୀ ହେବା ଲକ୍ଷ୍ୟରେ ଏପରି କାର୍ଯ୍ୟ ହାତକୁ ନେଇଥିବା କହିଛନ୍ତି।

Share
Tags: shg group