ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): ଆଜି ବିଶ୍ୱ ପାଳୁଛି ମହିଳା ଦିବସ। ଏହି କ୍ରମରେ ଦାରିଙ୍ଗବାଡ଼ିଠାରେ ଏହି ଦିନରେ ଏକାଧିକ ସ୍ଥାନରେ ଏହି ଦିବସ ବଡ଼ ଧୂମ୍ଧାମରେ ପାଳନ କରାଯାଉଛି। ଏଥିପାଇଁ ଉକ୍ତ ଦାରିଙ୍ଗବାଡ଼ି ଚଳଚଞ୍ଚଳ ହୋଇପଡ଼ିଛି।
ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ବ୍ଲକର ୨୫ ପଞ୍ଚାୟତ ଅଞ୍ଚଳରୁ ଶହ ଶହ ମହିଳା ଦାରିଙ୍ଗବାଡ଼ିରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରୁଥିବା ବେଳେ ସେମାନେ ଯାତ୍ରୀବାହୀ ଅଟୋରେ ଆବଶ୍ୟକତାଠାରୁ ଅଧିକ ଲୋକ ଅଟୋରେ ବିପଦପୂର୍ଣ୍ଣ ଯାତ୍ରା କରୁଥିବା ଦେଖିବାକୁ ମିଳିଛି।
ପ୍ରକାଶ ଯେ ଦାରିଙ୍ଗବାଡି ଠାରୁ ବିଭିନ୍ନ ସ୍ଥାନକୁ ସରକାରୀ ଓ ବେସରକାରୀ ଯାତ୍ରୀବାହୀ ବସ ଯାତାୟାତ କରୁଥୁବା ବେଳେ ଯାତ୍ରୀବାହି ଅଟୋ ମଧ୍ୟ ଯାତାୟାତ କରୁଛି କିନ୍ତୁ ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ବୁହାଯାଉଥିବା ବେଳେ ଦ୍ରୁତଗତିରେ ଯାତ୍ରା କରୁଥିବା ଦୁର୍ଘଟଣାର କାରଣ ହେଉଥିବା ନଜିର ରହିଛି। ତେବେ ମହିଳାଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଉ ନ ଥିବା ଅଭିଯୋଗ ହେଉଛି। ଏନେଇ ଗୁରୁତ୍ୱ ଦେଇ ମହିଳାଙ୍କୁ ସୁରକ୍ଷିତ ଯାତ୍ରା ଦିଗରେ ଗୁରୁତ୍ୱ ପ୍ରଦାନ କରାଯିବା ଦରକାର ବୋଲି କୁହାଯାଉଛି।