ତାତିଲେ ମହିଳା, ଆମ ବସ୍‌ ଅଟକାଇବାରୁ ଯାତ୍ରୀମାନେ…

ପାଟଣା,୫ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା, ପିଛୁଳାବେଡ଼ା ଓ ରହୁଣି ଦୁମା ଗାଁକୁ ଆମ ବସ୍‌ ଯାଉ ନ ଥିବାରୁ ଶୁକ୍ରବାର ଶତାଧିକ ମହିଳା ଏକତ୍ରିତ ହୋଇ ଜମୁଳେଇବେଡ଼ା ଛକ ନିକଟରେ ବସ୍‌କୁ ଦୀର୍ଘ ୪ଘଣ୍ଟା ଧରି ଅଟକାଇ ରଖି ପ୍ରତିବାଦ କରିଥିଲେ।

ବସ୍‌କୁ ଅଟକାଇ ମହିଳାମାନେ ପ୍ରତିବାଦ କରିବାରୁ ଏହା ଭିତରେ ଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାରର ସମ୍ମୁଖୀନ ହୋଇ ଫସି ରହିଥିଲେ। ମ୍ୟାନେଜର ଆସି ପ୍ରଭାବିତ ଗାଁକୁ ବସ୍‌ ଯିବାର ପ୍ରତିଶ୍ରୁତି ଦେବା ପରେ ବସ୍‌କୁ ଉତ୍ତ୍ୟକ୍ତ ମହିଳା ଛାଡ଼ିଥିଲେ।

Share
Tags: Ama BusWomen