Posted inଜାତୀୟ

ମହିଳାମାନେ ଆଇନଗତ ଆତଙ୍କବାଦ ବିସ୍ତାର କରୁଛନ୍ତି: ହାଇକୋର୍ଟଙ୍କ କଠୋର ମନ୍ତବ୍ୟ…

କୋଲକତା,୨୨।୮ : କଲିକତା ହାଇକୋର୍ଟ କହିଛନ୍ତି ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୯୮-ଏ ର ଅପବ୍ୟବହାର କରି ମହିଳାମାନେ ଏକ ଉପାୟରେ ଆଇନଗତ ଆତଙ୍କବାଦ ବିସ୍ତାର କରିଛନ୍ତି। ଏହି ନିୟମ ଜଣେ ମହିଳାଙ୍କ ପ୍ରତି ତାଙ୍କ ସ୍ବାମୀ କିମ୍ବା ସମ୍ପର୍କୀୟଙ୍କ ପ୍ରତି ନିର୍ଦ୍ଦୟ ଅପରାଧ କ୍ଷେତ୍ରରେ ଳାଗୁ ହୋଇଥାଏ।

ପଶ୍ଚିମବଙ୍ଗର ସ୍ବପନ ଦାସ ବନାମ ରାଜ୍ୟ ମାମଲାରେ ଜଷ୍ଟିସ ସୁଭେନ୍ଦୁ ସାମନ୍ତ କହିଛନ୍ତି ମହିଳାଙ୍କ ଉନ୍ନତି ପାଇଁ ଧାରା ୪୯୮-ଏ ପ୍ରସ୍ତୁତ କରାଯାଇଛି କିନ୍ତୁ ବର୍ତ୍ତମାନ ମିଥ୍ୟା ମାମଲା ଦାୟର କରି ଏହାର ଅପବ୍ୟବହାର କରାଯାଉଛି। ଜଷ୍ଟିସ ସାମନ୍ତ କହିଛନ୍ତି ସମାଜରୁ ଯୌତୁକ ପ୍ରଥାକୁ ଦୂର କରିବା ପାଇଁ ଧାରା ୪୯୮-ଏ କାର୍ଯ୍ୟକାରୀ କରାଯାଇଛି। କିନ୍ତୁ ବର୍ତ୍ତମାନ ଅନେକ କ୍ଷେତ୍ରରେ ଦେଖାଯାଉଛି ଏହାର ଅପବ୍ୟବହାର ହେଉଛି ।

 

ବାର୍‌ ଏବଂ ବେଞ୍ଚଙ୍କର ଏକ ରିପୋର୍ଟ ଅନୁଯାୟୀ ଜଷ୍ଟିସ ସୁଭେନ୍ଦୁ ସାମନ୍ତ ତାଙ୍କ ରାୟରେ କହିଛନ୍ତି ଧାରା ୪୯୮-ଏ ଅନୁଯାୟୀ କ୍ରୁରତାର ପରିଭାଷାରେ ଦିଆଯାଇଥିବା ନିର୍ଯାତନା କେବଳ ପ୍ରକୃତ ଅଭିଯୋଗକାରିଣୀ ସ୍ତ୍ରୀଙ୍କ ଦ୍ୱାରା ପ୍ରମାଣିତ ହୋଇପାରିବ ନାହିଁ। ଜଣେ ବ୍ୟକ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଧାରା ୪୯୮-ଏ ମାମଲାକୁ ଖଣ୍ଡନ କରିବାବେଳେ କୋର୍ଟ କହିଛନ୍ତି ଅପରାଧ ଆଇନ ଜଣେ ଅଭିଯୋଗକାରୀଙ୍କୁ ଅପରାଧିକ ଅଭିଯୋଗ ଦାଖଲ କରିବାକୁ ଅନୁମତି ଦେଇଥାଏ, କିନ୍ତୁ ଏନେଇ ଠୋସ ପ୍ରମାଣ ଉପସ୍ଥାପନ ଯଥାର୍ଥ।

ଆବେଦନ ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ପ୍ରଥମେ ତାଙ୍କ ସ୍ବାମୀଙ୍କ ବିରୋଧରେ ଅକ୍ଟୋବର ୨୦୧୭ରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହା ପରେ ପୋଲିସ କିଛି ସାକ୍ଷୀ ଏବଂ ଦମ୍ପତିଙ୍କ ପଡ଼ୋଶୀଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରିଥିଲା। ତେବେ ପୋଲିସ କହିଥିଲା ସ୍ବାମୀଙ୍କ ବିରୋଧରେ କେବଳ ସାଧାରଣ ଅଭିଯୋଗ ହୋଇଛି। ଏହା ବ୍ୟତୀତ ସ୍ତ୍ରୀ ଡିସେମ୍ବର ୨୦୧୭ରେ ଆଉ ଏକ ଅଭିଯୋଗ ଦାଖଲ କରିଥିଲେ। ଏଥର ସ୍ବାମୀଙ୍କ ପରିବାର ସଦସ୍ୟଙ୍କ ନାମ ଉଲ୍ଲେଖ କରାଯାଇ ତାଙ୍କ ମାନସିକ ତଥା ଶାରୀରିକ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଥିଲା।

ତେବେ ହାଇକୋର୍ଟ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଅପରାଧ ପ୍ରମାଣ କରୁଥିବା କୌଣସି ତଥ୍ୟ ରେକର୍ଡରେ ରଖାଯାଇ ନାହିଁ। ହାଇକୋର୍ଟ କହିଛନ୍ତି ପ୍ରକୃତରେ ଅଭିଯୋଗକାରିଣୀ ମହିଳାଙ୍କ ସ୍ବାମୀଙ୍କ ବିରୋଧରେ ପ୍ରତ୍ୟକ୍ଷ ଅଭିଯୋଗ କେବଳ ତାଙ୍କର ନିଜର ବିବୃତ୍ତି। ଏଥିପାଇଁ କୌଣସି ଡକ୍ୟୁମେଣ୍ଟାରୀ କିମ୍ବା ଡାକ୍ତରୀ ପ୍ରମାଣ ନାହିଁ। ହାଇକୋର୍ଟ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ବିବାହ ପରେ ଏହି ଦମ୍ପତି ଅନ୍ୟ ଆପାର୍ଟମେଣ୍ଟରେ ରହୁଥିବାବେଳେ ସ୍ବାମୀଙ୍କ ସମ୍ପର୍କୀୟଙ୍କମାନେ ଅଲଗା ଆପାର୍ଟମେଣ୍ଟରେ ରହୁଥିଲେ। ଏହି ପର୍ଯ୍ୟବେକ୍ଷଣ ସହିତ ସ୍ବାମୀଙ୍କ ବିରୋଧରେ ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri