ମହିଳାମାନେ ଏହି ଯୋଜନାରେ ମାସକୁ ୧୦୦୦ଟଙ୍କା କରନ୍ତୁ ନିବେଶ, ମିଳିବ ମୋଟା ଅଙ୍କର ରୋଜଗାର, ପୋଷ୍ଟଅଫିସର ଏହି ସ୍କିମ୍‌…

ନୂଆଦିଲ୍ଲୀ,୩୦।୧:ସରକାର ମହିଳା ସମ୍ମାନ ଯୋଜନା ପ୍ରଚଳନ କରିଥିଲେ, ଯାହା ମହିଳାଙ୍କ ପାଇଁ ଏକକାଳୀନ କ୍ଷୁଦ୍ର ସଞ୍ଚୟ ଯୋଜନା। ଏହି ଯୋଜନା ମହିଳାମାନଙ୍କ ପାଇଁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଉପଲବ୍ଧ। “ଆଜାଦୀ କା ଅମୃତ ମହୋତ୍ସବ”ର ଅଂଶ ଭାବରେ ଏହି ଯୋଜନା ୨୦୨୩-୨୪ କେନ୍ଦ୍ରୀୟ ବଜେଟରେ ଘୋଷଣା କରାଯାଇଥିଲା। ତାହା ମଧ୍ୟ କେବଳ ଦୁଇ ବର୍ଷ ପାଇଁ। କିନ୍ତୁ ଚଳିତ ବଜେଟରେ ଏନେଇ କିଛି ବଡ଼ ଘୋଷଣା ହୋଇପାରେ ବୋଲି କୁହାଯାଉଛି।

ବିଶେଷଜ୍ଞଙ୍କ ମତରେ, ୨୦୨୩ ବଜେଟରେ ସୀମିତ ଅବଧି ନିବେଶ ସୁଯୋଗ ଭାବରେ ପ୍ରଚଳିତ ମହିଳା ସମ୍ମାନ ସଞ୍ଚୟ ଯୋଜନା, ମହିଳାମାନଙ୍କ ଆର୍ଥିକ ଅନ୍ତର୍ଭୁକ୍ତି ଏବଂ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଯୋଜନା ୭.୫ ପ୍ରତିଶତ ରିଟର୍ନ ଦେଉଛି। ଏହି ଯୋଜନା ଟିକସ ଲାଭ ପ୍ରଦାନ କରେ ନାହିଁ। ଏହା ସହିତ, ଏହି ଯୋଜନାରେ ସର୍ବାଧିକ ୨ ଲକ୍ଷ ଟଙ୍କା ନିବେଶ କରାଯାଇପାରିବ। ଏହି ବଜେଟ ମୁଖ୍ୟତଃ ନିମ୍ନ ଆୟ ଗୋଷ୍ଠୀର ମହିଳାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।

କହିରଖୁଛୁ କି, ଏହି ଯୋଜନା ୩୧ ମାର୍ଚ୍ଚ, ୨୦୨୫ ରେ ଶେଷ ହେବାକୁ ଯାଉଛି। ଯଦି ଏହି ଯୋଜନାକୁ ଆଗାମୀ ବର୍ଷଗୁଡ଼ିକ ପାଇଁ ବୃଦ୍ଧି କରାଯାଏ, ତେବେ ଏହା ମହିଳାଙ୍କ ଆର୍ଥିକ ସ୍ବାଧୀନତାକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହେବ। ସରକାର ମହିଳା-କୈନ୍ଦ୍ରିକ ଆର୍ଥିକ ନୀତି ଉପରେ ଯେଉଁଭଳି ଧ୍ୟାନ ଦେଉଛନ୍ତି। ଏଥିରୁ ସ୍ପଷ୍ଟ ଯେ ଏହି ଯୋଜନାକୁ ଆହୁରି ବିସ୍ତାର କରାଯାଇପାରିବ।

ଏହି ଯୋଜନାରେ ସର୍ବନିମ୍ନ ନିବେଶ ୧୦୦୦ ଟଙ୍କା। ଏହି ଆକାଉଣ୍ଟରେ ସର୍ବାଧିକ ୨ ଲକ୍ଷ ଟଙ୍କା ନିବେଶ କରାଯାଇପାରିବ। ଏହି ଯୋଜନା ଅନୁଯାୟୀ, ନିବେଶକଙ୍କୁ ପ୍ରତିବର୍ଷ ୭.୫ ପ୍ରତିଶତ ରିଟର୍ଣ୍ଣ ମିଳିଥାଏ। ଯାହାକୁ ତ୍ରୈମାସିକ ଭାବରେ ଆଡଜଷ୍ଟ କରାଯାଏ ଏବଂ ବନ୍ଦ ହେବା ସମୟରେ ଦେୟ ସହିତ ଆକାଉଣ୍ଟରେ ଜମା କରାଯାଏ। ଯଦି ନିୟମ ଉଲ୍ଲଂଘନ କରି ଆକାଉଣ୍ଟ ଖୋଲାଯାଏ କିମ୍ବା ଜମା କରାଯାଏ, ତେବେ ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟ ହାରରେ ଏଥିରେ ସୁଧ ଦିଆଯିବ।

ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହେଲେ କିମ୍ବା ଆକାଉଣ୍ଟଧାରୀଙ୍କ ଜୀବନ ପ୍ରତି ବିପଦ କିମ୍ବା ଅଭିଭାବକଙ୍କ ମୃତ୍ୟୁ ଭଳି ଅତ୍ୟନ୍ତ ଅନୁକମ୍ପାମୂଳକ କାରଣରୁ, ପ୍ରାସଙ୍ଗିକ ଡକ୍ୟୁମେଣ୍ଟ ଦାଖଲ କରିବା ପରେ ଆକାଉଣ୍ଟକୁ ଅକାଳ ବନ୍ଦ କରାଯାଇପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ…

ରମେଶ-ଦେବାଶିଷଙ୍କୁ ଭାଜପା ଦେଲା ନୂଆ ଦାୟିତ୍ୱ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା

ପୁରୁଷୋତ୍ତମପୁର,୧୩।୬(ସବିତା ମିଶ୍ର): ଭାରତୀୟ ଜନତାପାର୍ଟି ଗଞ୍ଜାମ ଜିଲାରେ ଦଳକୁ ଶକ୍ତିଶାଳୀ କରିବା ସହ ସଂଗଠନକୁ ଆଗେଇନେବା ଲାଗି ପୁରୁଷୋତ୍ତମପୁର ଦୁଇ ଯୁବନେତାଙ୍କୁ ଗୁରୁଦାଇତ୍ବ ଦେଇଛି। ବଡଖରିଡା ପଞ୍ଚାୟତ…

ପ୍ରକଳ୍ପ ସମୀକ୍ଷା କଲେ ଆଇନ ମନ୍ତ୍ରୀ: ତୁରନ୍ତ ସାରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୩।୬(ଦିଲ୍ଲୀପ ସାମଲ): ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲା ପ୍ରଭାରୀ ପୃଥୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ…

ମମତାଙ୍କ ପାଇଁ ଆସିଲା ଖୁସି ଖବର! ଦଳରେ ବିଦ୍ରୋହ ଭିତରେ ଏକାଠି ହେଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି। ଏହି ସମୟରେ ତୃଣମୂଳ କଂଗ୍ରେସ (TMC) ଭିତରେ ଗତ କିଛି ଦିନ ହେବ କଳହ…

ମାସକ ଭିତରେ ରାଜ୍ୟର ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ହେବ: ରାଜସ୍ୱ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୩।୬: ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା…

ରାଜ୍ୟବାସୀଙ୍କୁ ବଡ଼ ଝଟ୍‌କା, ଜୁନ ମାସ ଶେଷକୁ ବଢ଼ିକି ଆସିବ ବିଜୁଳି ବିଲ୍‌!

ନୂଆଦିଲ୍‌ଲୀ,୧୩।୬: ଗ୍ରାହକମାନଙ୍କୁ ଖୁବଶୀଘ୍ର ମହଙ୍ଗା ବିଜୁଳିର ଝଟକା ଲାଗିପାରେ। କାରଣ ପଶ୍ଚିମ ଏସିଆରେ ଜାରି ରହିଥିବା ଭୂ-ରାଜନୈତିକ ସଙ୍କଟ ଏବଂ ଯୁଦ୍ଧର ସିଧାସଳଖ ପ୍ରଭାବ ବିଦ୍ୟୁତ ଉତ୍ପାଦନ…

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ନେତାନ୍ୟାହୁଙ୍କୁ ଫୋନ କରି ବଡ଼ କଥା କହିଲେ ଟ୍ରମ୍ପ, ଇରାନ ସହିତ ଚୁକ୍ତି ଉପରେ କହିଲେ…

ଓ୍ବାଶିଂଟନ,୧୩।୬: ଏକ ଆକ୍ସିଓସ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଏକ କଥାବାର୍ତ୍ତା ସମୟରେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri