ପାଟଣା,୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଡୁମୁରିଆ ପଂଚାୟତ ତଣ୍ଡ ବାଙ୍କ ଘାଟ ସାହିରେ ପାଣି ସମସ୍ୟା ଦେଖାଦେଇଛି । ସେଠାରେ ଏକ ମାତ୍ର ନଳକୂପ ୨୩ଦିନ ହେବ ଅଚଳ ହୋଇ ପଡ଼ିବାରୁ ସାହିର ୨୫ରୁ ଉର୍ଦ୍ଧ୍ବ ମହିଳା ଗୁରୁବାର ପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗରା ବାଲ୍ଟି ଧରି ପ୍ରତିବାଦ କରୁଛନ୍ତି ।
ଏହାପରେ ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡ ପାଟଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରି ପାଣି ଯୋଗାଇ ଦେବା ପାଇଁ ପ୍ରତିବାଦ କରିଥିଲେ । ଏନେଇ ବିଡିଓ ମାନସ କୁମାର ଦଣ୍ଡ ପାଟଙ୍କୁ ପଚାରିବାରୁ ମୁଁ ଆର ଡବ୍ଲୁ ଏସ ଆଣ୍ଡ ଏସ ଯନ୍ତ୍ରୀ ମିଥୁନ ମାଝିଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲି । ଆଜି ଭିତରେ ନଳକୂପ ମରାମତି ହୋଇଯିବ। ମାରାମତି ପାଇଁ ଗାଡ଼ି ବାହାରି ସାରିଲାଣି ବୋଲି କହିଛନ୍ତି ।
ସୂଚନାଯେ ଗୋଟିଏ ମାତ୍ର ନଳ କୂପ ଗାଁରେ ଖରାପ ହେବା ପରେ ଲୋକେ ୩ କିଲୋମିଟର ଦୂର ଘାଟ ବାଲି ଯୋଡି ଗ୍ରାମରୁ ଗରା ବାଲ୍ଟି ଧରି ଲାଇନ୍ ଲଗାଇ ପାଣି ଆଣଛନ୍ତି । ୨୨ଦିନ ପୂର୍ବରୁ ଗ୍ରାମର ମଳୟ କୁମାର ଗିରି, ବାସୁ ଦେବ ନାଏକ, ଯଦୁ ମଣି ଗିରି, ମାମି ନାଏକ ଓ ଅଖିଳ ଚନ୍ଦ୍ର ନାଏକ ଏନେଇ ସ୍ଥାନୀୟ ସରପଞ୍ଚ ଗୌର ହରି ନାଏକଙ୍କୁ ଦାବି ପତ୍ର ଦେଇଥିଲେ । ୨୨ଦିନ ପୂର୍ବରୁ ପଞ୍ଚାୟତ ବ୍ଲକକୁ ଜଣାଇ ଥିଲେ ହେଁ ଲୋକଙ୍କ ଜଳ କଷ୍ଟ ସମାଧାନ ହୋଇନାହିଁ । ଗୁରୁବାର ନଳକୂପ ମରାମତି ନହେଲେ ମହିଳାମାନେ ବ୍ଲକ୍ ଅଫିସ ସମ୍ମୁଖରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ।

