ପୁରୁଷଙ୍କଠୁ ଅଧିକ ବର୍ଷ ବୟସ ପର୍ଯ୍ୟନ୍ତ ଜିଅନ୍ତି ମହିଳା

କୁହାଯାଏ ନାରୀଙ୍କଠୁ ପୁରୁଷ ବେଶ୍‌ ବଳଶାଳୀ। ଅଧିକ କଠିନ କାମ କରିପାରନ୍ତି, ଅଧିକ ବେଗରେ ଦୌଡ଼ିପାରନ୍ତି ଓ ଅଧିକ ଓଜନ ଉଠାଇପାରନ୍ତି ମଧ୍ୟ। ହେଲେ ଜାଣନ୍ତି କି ରୋଗ ଓ ଆୟୁଷ କଥା କହିଲେ ନାରୀ ପୁରୁଷଙ୍କଠାରୁ କମ୍‌ ରୋଗରେ ପଡ଼ନ୍ତି ଓ ଅଧିକ ବର୍ଷ ବୟସ ପର୍ଯ୍ୟନ୍ତ ଜିଅନ୍ତି ବୋଲି ଗବେଷଣାରୁ ଜଣାପଡ଼ିଛି…
ହାର୍ଭାର୍ଡ ମେଡିକାଲ ସ୍କୁଲର ଅଧ୍ୟୟନ କହେ, ମହିଳା କମ୍‌ ରୋଗରେ ପଡ଼ିବା ଓ ଅଧିକ ବର୍ଷ ଜିଇବା ପଛରେ ବିଜ୍ଞାନ ଓ ପ୍ରକୃତିର ବଡ଼ ଭୂମିକା ରହିଛି।  ଭ୍ରୂଣର ବିକାଶଠାରୁ ହିଁ ମହିଳା ଓ ପୁରୁଷ ଅଲଗା ହୋଇ ଯାଆନ୍ତି। ଯଦିଓ ଉଭୟଙ୍କର ୨୩ ଯୋଡ଼ା କ୍ରୋମୋଜମ ଥାଏ, ସେଥିରୁ ୨୨ଯୋଡ଼ା କ୍ରୋମୋଜମ ଉଭୟ ଲିଙ୍ଗରେ ସମାନ ଥାଏ। ହେଲେ ୨୩ତମ ଯୋଡା ଅଲଗା ଅଲଗା ହୋଇଯାଏ। ପୁରୁଷଙ୍କ ମଧ୍ୟରେ ୨୩ତମ ଯୋଡାରେ ଗୋଟାଏ ଏକ୍ସ ଓ ଏକ ଓ୍ବାଇ କ୍ରୋମୋଜମ୍‌ ଥାଏ। ହେଲେ ମହିଳାଙ୍କ ୨୩ତମ ଯୋଡାରେ ଉଭୟ କ୍ରୋମୋଜମ୍‌ ‘ଏକ୍ସ’ ହିଁ ହୋଇଥାଏ। ଓ୍ବାଇ କ୍ରୋମୋଜମ୍‌ ଏକ୍ସ କ୍ରୋମୋଜମଠାରୁ ଏକ ତୃତୀୟାଂଶ କମ୍‌ ହୋଇଥାଏ। ଆଉ ଏଥିରେ ‘ଏକ୍ସ’ ତୁଳନାରେ ବହୁତ କମ୍‌ ଜିନ୍‌ ଥାଏ। ଏକ୍ସ କ୍ରୋମୋଜମ୍‌ରେ ମସ୍ତିଷ୍କ ଓ ଇମ୍ୟୁନ ସିଷ୍ଟମକୁ ପ୍ରଭାବିତ କରୁଥିବା ଜିନ୍‌ ଥାଏ। ଯଦି ପୁରୁଷଙ୍କର ଏକ୍ସ କ୍ରୋମୋଜମ ଖରାପ ହୁଏ ତେବେ ସେମାନଙ୍କର ଆଉ ଏକ ଏକ୍ସ କ୍ରୋମୋଜମ ନାହିଁ ଭରଣା କରିବା ପାଇଁ। ସବୁଠାରୁ ବଡ଼ କଥା ହେଲା ପୁରୁଷଙ୍କ ମଧ୍ୟରେ ଥିବା କିଛି ଓ୍ବାଇ କ୍ରୋମୋଜମର ରୋଗ ସହ ଲିଙ୍କ ଥାଏ। ଏହି କାରଣରୁ ପୁରୁଷଙ୍କ ମଧ୍ୟରେ ପୂରା ଜୀବନ ଅଧିକ ରୋଗ ହେବାର ଆଶଙ୍କା ମହିଳାଙ୍କଠାରୁ ଅଧିକ ଥାଏ।
ପୁରୁଷଙ୍କ ମଧ୍ୟରେ ଥିବା ଟେଷ୍ଟୋଷ୍ଟେରନ ହର୍ମୋନ ଯାହାକି ପୁରୁଷତ୍ୱର ପ୍ରତୀକ ତାହା ହୃତ୍‌ପିଣ୍ଡରେ ବିଭିନ୍ନ ରୋଗ ସୃଷ୍ଟି କରିବାର ବି କାରଣ ସାଜେ। ଅର୍ଥାତ୍‌ ଟେଷ୍ଟୋଷ୍ଟେରନ୍‌ର ସ୍ତର କମ୍‌ ହେଲେ ହୃଦ୍‌ରୋଗର ଆଶଙ୍କା ବଢିଥାଏ ବୋଲି ଅନେକ ଗବେଷଣାରୁ ଜଣାପଡ଼ିଛି। ହେଲେ ମହିଳାଙ୍କର ନାରିତ୍ୱକୁ ପ୍ରୋତ୍ସାହିତ କରୁଥିବା ଏଷ୍ଟ୍ରୋଜନ ହର୍ମୋନ କିନ୍ତୁ ହୃତ୍‌ପିଣ୍ଡ ରକ୍ଷା କରିବାରେ ଚମତ୍କାର କାମ କରେ ବୋଲି କିଛି ଗବେଷଣା କହେ। ଏଥିରୁ ବୁଝିପାରୁଥିବେ ମହିଳାଙ୍କ ଭିତରେ କାହିଁକି ହୃଦ୍‌ ସମ୍ବନ୍ଧିତ ରୋଗ କମ୍‌ ହୋଇଥାଏ।
      ଯଦିଓ ମହିଳାଙ୍କ  ଭିତରେ ବ୍ରେଷ୍ଟ କ୍ୟାନ୍ସର, ୟୁଟ୍ରସ୍‌ କ୍ୟାନ୍ସର ହେଉଥିବା ଦେଖି ଭାବୁଥିବେ ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ସୁରକ୍ଷିତ। ହେଲେ ପ୍ରକୃତରେ ସେମିତି ନୁହେଁ। ପୁରୁଷଙ୍କ ପ୍ରୋଷ୍ଟେଟ ଗ୍ଲାଣ୍ଡ ପ୍ରୋଷ୍ଟାଟିଟିସ୍‌,ବିନାଇନ୍‌ ପ୍ରୋଷ୍ଟାଟିକ ହାଇପରପ୍ଲାସିଆ ଓ ପ୍ରୋଷ୍ଟେଟ କ୍ୟାନ୍ସର ଭଳି ଅନେକ ସମସ୍ୟାକୁ ଜନ୍ମ ଦେଇଥାଏ। ତା’ସହ ଅନ୍ୟ ବହୁ ପ୍ରକାରର କ୍ୟାନ୍ସର ବି ହୁଏ।
ଆଉ ଏକ ରୋଚକ କଥା ହେଉଛି ହୃତ୍‌ପିଣ୍ଡକୁ ସୁରକ୍ଷିତ ରଖୁଥିବା ଗୁଡ୍‌ କୋଲେଷ୍ଟରଲ ମହିଳାଙ୍କର ବେଶି ଥାଏ। ମହିଳାଙ୍କ ଭିତରେ ଗୁଡ୍‌ କୋଲେଷ୍ଟରଲ ପ୍ରତି ଡେସି ଲିଟରରେ ୬୦.୩ ମି.ଗ୍ରା. ଥାଏ। ଅନ୍ୟପକ୍ଷେ ପୁରୁଷଙ୍କ ଭିତରେ ଏହା କେବଳ ୪୮.୫ ମି.ଗ୍ରା. ଥାଏ। ଏଥିପାଇଁ ମହିଳାଙ୍କର ହୃତ୍‌ପିଣ୍ଡ ସମ୍ବନ୍ଧିତ ରୋଗ ହେବାର ଆଶଙ୍କା କମିଥାଏ। ଏହାଛଡ଼ା ମେଦବହୁଳତା ଓ ଅନ୍ୟ ରୋଗ ହେବାର ଆଶଙ୍କା ବି କମ୍‌ ରହିଥାଏ ଓ ମେଟାବୋଲିଜମ୍‌ ସକ୍ରିୟ ରହେ।
ଏହାବାଦ୍‌ ସାମାଜିକ କାରଣ ବି ଏକ ଫ୍ୟାକ୍ଟର ରହିଥାଏ। ମହିଳାମାନେ ବେଶି ସୋସିଆଲ ନେଟଓ୍ବର୍କିଂରେ ରହିଥାନ୍ତି। ଅଧିକ ହିଂସା ଓ ଆକ୍ରମଣତା ମହିଳାଙ୍କ ଗୁଣ ହୋଇ ନ ଥାଏ। ମହିଳାମାନେ ପୁରୁଷଙ୍କ ତୁଳନାରେ କମ୍‌ ସିଗାରେଟ୍‌, ତମାଖୁ, ମଦ ଆଦି ସେବନ କରିଥାନ୍ତି। ଏହାବାଦ୍‌ ମହିଳାଙ୍କ ଡାଏଟ୍‌ ପୁରୁଷଙ୍କ ତୁଳନାରେ ହେଲ୍‌ଦି ହୋଇଥାଏ। ମହିଳାମାନେ ଘରକାମ ଅଧିକ କରନ୍ତି। ଫଳରେ ସେମାନଙ୍କର ଶାରୀରିକ ବ୍ୟାୟାମ ଅଧିକ ହୁଏ। ଏଭଳି ଅନେକ କାରଣ ପାଇଁ ମହିଳାମାନେ ମଜଭୁତ ହୋଇଥାନ୍ତି ଓ ଅଧିକ ବର୍ଷ ଜିଇଥାନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri