ପୁରୁଷଙ୍କଠୁ ଅଧିକ ବର୍ଷ ବୟସ ପର୍ଯ୍ୟନ୍ତ ଜିଅନ୍ତି ମହିଳା

କୁହାଯାଏ ନାରୀଙ୍କଠୁ ପୁରୁଷ ବେଶ୍‌ ବଳଶାଳୀ। ଅଧିକ କଠିନ କାମ କରିପାରନ୍ତି, ଅଧିକ ବେଗରେ ଦୌଡ଼ିପାରନ୍ତି ଓ ଅଧିକ ଓଜନ ଉଠାଇପାରନ୍ତି ମଧ୍ୟ। ହେଲେ ଜାଣନ୍ତି କି ରୋଗ ଓ ଆୟୁଷ କଥା କହିଲେ ନାରୀ ପୁରୁଷଙ୍କଠାରୁ କମ୍‌ ରୋଗରେ ପଡ଼ନ୍ତି ଓ ଅଧିକ ବର୍ଷ ବୟସ ପର୍ଯ୍ୟନ୍ତ ଜିଅନ୍ତି ବୋଲି ଗବେଷଣାରୁ ଜଣାପଡ଼ିଛି…
ହାର୍ଭାର୍ଡ ମେଡିକାଲ ସ୍କୁଲର ଅଧ୍ୟୟନ କହେ, ମହିଳା କମ୍‌ ରୋଗରେ ପଡ଼ିବା ଓ ଅଧିକ ବର୍ଷ ଜିଇବା ପଛରେ ବିଜ୍ଞାନ ଓ ପ୍ରକୃତିର ବଡ଼ ଭୂମିକା ରହିଛି।  ଭ୍ରୂଣର ବିକାଶଠାରୁ ହିଁ ମହିଳା ଓ ପୁରୁଷ ଅଲଗା ହୋଇ ଯାଆନ୍ତି। ଯଦିଓ ଉଭୟଙ୍କର ୨୩ ଯୋଡ଼ା କ୍ରୋମୋଜମ ଥାଏ, ସେଥିରୁ ୨୨ଯୋଡ଼ା କ୍ରୋମୋଜମ ଉଭୟ ଲିଙ୍ଗରେ ସମାନ ଥାଏ। ହେଲେ ୨୩ତମ ଯୋଡା ଅଲଗା ଅଲଗା ହୋଇଯାଏ। ପୁରୁଷଙ୍କ ମଧ୍ୟରେ ୨୩ତମ ଯୋଡାରେ ଗୋଟାଏ ଏକ୍ସ ଓ ଏକ ଓ୍ବାଇ କ୍ରୋମୋଜମ୍‌ ଥାଏ। ହେଲେ ମହିଳାଙ୍କ ୨୩ତମ ଯୋଡାରେ ଉଭୟ କ୍ରୋମୋଜମ୍‌ ‘ଏକ୍ସ’ ହିଁ ହୋଇଥାଏ। ଓ୍ବାଇ କ୍ରୋମୋଜମ୍‌ ଏକ୍ସ କ୍ରୋମୋଜମଠାରୁ ଏକ ତୃତୀୟାଂଶ କମ୍‌ ହୋଇଥାଏ। ଆଉ ଏଥିରେ ‘ଏକ୍ସ’ ତୁଳନାରେ ବହୁତ କମ୍‌ ଜିନ୍‌ ଥାଏ। ଏକ୍ସ କ୍ରୋମୋଜମ୍‌ରେ ମସ୍ତିଷ୍କ ଓ ଇମ୍ୟୁନ ସିଷ୍ଟମକୁ ପ୍ରଭାବିତ କରୁଥିବା ଜିନ୍‌ ଥାଏ। ଯଦି ପୁରୁଷଙ୍କର ଏକ୍ସ କ୍ରୋମୋଜମ ଖରାପ ହୁଏ ତେବେ ସେମାନଙ୍କର ଆଉ ଏକ ଏକ୍ସ କ୍ରୋମୋଜମ ନାହିଁ ଭରଣା କରିବା ପାଇଁ। ସବୁଠାରୁ ବଡ଼ କଥା ହେଲା ପୁରୁଷଙ୍କ ମଧ୍ୟରେ ଥିବା କିଛି ଓ୍ବାଇ କ୍ରୋମୋଜମର ରୋଗ ସହ ଲିଙ୍କ ଥାଏ। ଏହି କାରଣରୁ ପୁରୁଷଙ୍କ ମଧ୍ୟରେ ପୂରା ଜୀବନ ଅଧିକ ରୋଗ ହେବାର ଆଶଙ୍କା ମହିଳାଙ୍କଠାରୁ ଅଧିକ ଥାଏ।
ପୁରୁଷଙ୍କ ମଧ୍ୟରେ ଥିବା ଟେଷ୍ଟୋଷ୍ଟେରନ ହର୍ମୋନ ଯାହାକି ପୁରୁଷତ୍ୱର ପ୍ରତୀକ ତାହା ହୃତ୍‌ପିଣ୍ଡରେ ବିଭିନ୍ନ ରୋଗ ସୃଷ୍ଟି କରିବାର ବି କାରଣ ସାଜେ। ଅର୍ଥାତ୍‌ ଟେଷ୍ଟୋଷ୍ଟେରନ୍‌ର ସ୍ତର କମ୍‌ ହେଲେ ହୃଦ୍‌ରୋଗର ଆଶଙ୍କା ବଢିଥାଏ ବୋଲି ଅନେକ ଗବେଷଣାରୁ ଜଣାପଡ଼ିଛି। ହେଲେ ମହିଳାଙ୍କର ନାରିତ୍ୱକୁ ପ୍ରୋତ୍ସାହିତ କରୁଥିବା ଏଷ୍ଟ୍ରୋଜନ ହର୍ମୋନ କିନ୍ତୁ ହୃତ୍‌ପିଣ୍ଡ ରକ୍ଷା କରିବାରେ ଚମତ୍କାର କାମ କରେ ବୋଲି କିଛି ଗବେଷଣା କହେ। ଏଥିରୁ ବୁଝିପାରୁଥିବେ ମହିଳାଙ୍କ ଭିତରେ କାହିଁକି ହୃଦ୍‌ ସମ୍ବନ୍ଧିତ ରୋଗ କମ୍‌ ହୋଇଥାଏ।
      ଯଦିଓ ମହିଳାଙ୍କ  ଭିତରେ ବ୍ରେଷ୍ଟ କ୍ୟାନ୍ସର, ୟୁଟ୍ରସ୍‌ କ୍ୟାନ୍ସର ହେଉଥିବା ଦେଖି ଭାବୁଥିବେ ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ସୁରକ୍ଷିତ। ହେଲେ ପ୍ରକୃତରେ ସେମିତି ନୁହେଁ। ପୁରୁଷଙ୍କ ପ୍ରୋଷ୍ଟେଟ ଗ୍ଲାଣ୍ଡ ପ୍ରୋଷ୍ଟାଟିଟିସ୍‌,ବିନାଇନ୍‌ ପ୍ରୋଷ୍ଟାଟିକ ହାଇପରପ୍ଲାସିଆ ଓ ପ୍ରୋଷ୍ଟେଟ କ୍ୟାନ୍ସର ଭଳି ଅନେକ ସମସ୍ୟାକୁ ଜନ୍ମ ଦେଇଥାଏ। ତା’ସହ ଅନ୍ୟ ବହୁ ପ୍ରକାରର କ୍ୟାନ୍ସର ବି ହୁଏ।
ଆଉ ଏକ ରୋଚକ କଥା ହେଉଛି ହୃତ୍‌ପିଣ୍ଡକୁ ସୁରକ୍ଷିତ ରଖୁଥିବା ଗୁଡ୍‌ କୋଲେଷ୍ଟରଲ ମହିଳାଙ୍କର ବେଶି ଥାଏ। ମହିଳାଙ୍କ ଭିତରେ ଗୁଡ୍‌ କୋଲେଷ୍ଟରଲ ପ୍ରତି ଡେସି ଲିଟରରେ ୬୦.୩ ମି.ଗ୍ରା. ଥାଏ। ଅନ୍ୟପକ୍ଷେ ପୁରୁଷଙ୍କ ଭିତରେ ଏହା କେବଳ ୪୮.୫ ମି.ଗ୍ରା. ଥାଏ। ଏଥିପାଇଁ ମହିଳାଙ୍କର ହୃତ୍‌ପିଣ୍ଡ ସମ୍ବନ୍ଧିତ ରୋଗ ହେବାର ଆଶଙ୍କା କମିଥାଏ। ଏହାଛଡ଼ା ମେଦବହୁଳତା ଓ ଅନ୍ୟ ରୋଗ ହେବାର ଆଶଙ୍କା ବି କମ୍‌ ରହିଥାଏ ଓ ମେଟାବୋଲିଜମ୍‌ ସକ୍ରିୟ ରହେ।
ଏହାବାଦ୍‌ ସାମାଜିକ କାରଣ ବି ଏକ ଫ୍ୟାକ୍ଟର ରହିଥାଏ। ମହିଳାମାନେ ବେଶି ସୋସିଆଲ ନେଟଓ୍ବର୍କିଂରେ ରହିଥାନ୍ତି। ଅଧିକ ହିଂସା ଓ ଆକ୍ରମଣତା ମହିଳାଙ୍କ ଗୁଣ ହୋଇ ନ ଥାଏ। ମହିଳାମାନେ ପୁରୁଷଙ୍କ ତୁଳନାରେ କମ୍‌ ସିଗାରେଟ୍‌, ତମାଖୁ, ମଦ ଆଦି ସେବନ କରିଥାନ୍ତି। ଏହାବାଦ୍‌ ମହିଳାଙ୍କ ଡାଏଟ୍‌ ପୁରୁଷଙ୍କ ତୁଳନାରେ ହେଲ୍‌ଦି ହୋଇଥାଏ। ମହିଳାମାନେ ଘରକାମ ଅଧିକ କରନ୍ତି। ଫଳରେ ସେମାନଙ୍କର ଶାରୀରିକ ବ୍ୟାୟାମ ଅଧିକ ହୁଏ। ଏଭଳି ଅନେକ କାରଣ ପାଇଁ ମହିଳାମାନେ ମଜଭୁତ ହୋଇଥାନ୍ତି ଓ ଅଧିକ ବର୍ଷ ଜିଇଥାନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri