Posted inଖେଳ

ମହିଳା ଜୁନିୟର ଏସିଆ କପ୍‌ ହକିରେ ଭାରତ ଚାମ୍ପିୟନ୍‌

କାକାମିଗହରା(ଜାପାନ),୧୧ା୬: ଜାପାନରେ ଅନୁଷ୍ଠିତ ମହିଳା ଜୁନିୟର ଏସିଆ କପ୍‌ ହକିରେ ଭାରତ ଚାମ୍ପିୟନ୍‌ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଭାରତ ୨-୧ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ପ୍ରଥମ ଥର ପାଇଁ ଜୁନିୟର ଏସିଆ କପ୍‌ ହକି ଟାଇଟଲ୍‌ ହାସଲ କରିଛି। ଭାରତ ୨୦୧୨ରେ ଫାଇନାଲରେ ଚାଇନାଠାରୁ ପରାଜିତ ହୋଇ ରନର ଅପ୍‌ ହୋଇଥିଲା। ଭାରତ ପକ୍ଷରୁ ଅନ୍ନୁ ୨୨ ମିନିଟରେ ପ୍ରଥମ ଗୋଲ କରିଥିବା କରିଥିବା ବେଳେ ନୀଲମ୍‌ ୪୧ ମିନିଟରେ ଦ୍ୱିତୀୟ ଗୋଲ ଦେଇଥିଲେ। ଦକ୍ଷିଣ କୋରିଆ ପକ୍ଷରୁ ପାର୍କ ସେଓ ୟେଓନ୍‌ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ଭାରତୀୟ ଅଧିନାୟିକା ପ୍ରୀତିଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରଯାଇଥିଲା।

ଅନ୍ୟପକ୍ଷେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତୀର୍କି ଚାମ୍ପିୟନ ଭାରତୀୟ ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ସମସ୍ତ ଖେଳାଳିଙ୍କ ପାଇଁ ୨ ଲକ୍ଷ ଟଙ୍କା ଓ ସପୋର୍ଟ ଷ୍ଟାଫଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କୃତ କରାଯିବ। ୨୦୨୩ରେ ଚିଲିରେ ହେବାକୁ ଥିବା ବିଶ୍ୱକପ ପାଇଁ ଭାରତ ଯୋଗ୍ୟତା ଅର୍ଜନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସିତ ହୋଇ ଫେରିବା ବେଳେ ବାଟରେ ଡାକିନେଲା ଯମ, ବୋଲେରୋ-ଆମ୍ବୁଲାନ୍ସ ଧକ୍କାରେ ମହିଳା ମୃତ

ଦିଗପହଣ୍ଡି,୧୩|୧(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ  ୩୨୬ ନଂ ଜାତୀୟ ରାଜପଥ କପାମଣ୍ଡି ନିକଟରେ ବୋଲେରୋ ସହ ଆମ୍ବୁଲାନ୍ସ (ନଂ.ଓଡ଼ି୩୩ ଏଏମ...

ହ୍ୟୁମାନ ସାଗର ମୃତ୍ୟୁ ମାମଲା, ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

କଟକ,୧୩।୧: ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ । ଅର୍ପିତାଙ୍କୁ ଏକପ୍ରକାର ଆଶ୍ବସ୍ତି ମିଳିଛି । ଅର୍ପିତା ଓ ସୋମେଶ...

ହିଂସାର ନିଆଁରେ ଜଳୁଛି ଇରାନ, ଏବେ ପର୍ଯ୍ୟନ୍ତ ୬୪୮ ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଅଧିକ ଗିରଫ

ନୂଆଦିଲ୍ଲୀ,୧୩।୧: ଇରାନରେ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଇରାନ ହିଂସାରେ ଏପର୍ଯ୍ୟନ୍ତ ପ୍ରାୟ ୬୪୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର...

ଟୁଙ୍ଗୁରୁ ଭୋଳଙ୍କୁ ବାନ୍ଧିଲା ପୋଲିସ: କରୁଥିଲେ ଏହି କାମ

ଭୁବନେଶ୍ୱର,୧୩।୧(ତ୍ରିନାଥ ମହାନ୍ତି): ସୋସିଆଲ ମିଡିଆରେ ରାତାରାତି ଭାଇରାଲ ହୋଇଥିବା ଟୁଙ୍ଗୁରୁ ଭୋଳଙ୍କୁ ଏକ ଚୋରି ମାମଲାରେ ତମାଣ୍ଡୋ ପୋଲିସ ଗିରଫ କରିଛି। ରାଜମିସ୍ତ୍ରି ସୁଧାକର ବେହେରାଙ୍କ...

ମମତାଙ୍କୁ କାହିଁକି ଯଥା ସମ୍ଭବ ସହଯୋଗ କରିବାକୁ କହିଲେ କେନ୍ଦ୍ର ସରକାର? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୩।୧: ପଶ୍ଚିମବଙ୍ଗରେ ନିପା ଭାଇରସର ଦୁଇଟି ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି। ଏହି ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା...

ବୁଦ୍ଧଙ୍କ ଦେଶରେ ମନ୍ଦିର କଳି

ଦକ୍ଷିଣପୂର୍ବ ଏସିଆର ଦୁଇ ପଡ଼ୋଶୀ ଦେଶ ଥାଇଲାଣ୍ଡ-କାମ୍ବୋଡିଆ। ଭଗବାନ୍‌ ବୁଦ୍ଧଙ୍କୁ ଅନୁସରଣ କରୁଥିବା ଏହି ଦୁଇ ଦେଶର ୮୦ପ୍ରତିଶତ ଅଧିବାସୀ ବୌଦ୍ଧ ଧର୍ମାବଲମ୍ବୀ। ବିଶ୍ବ ମାନଚିତ୍ରରେ...

ବାଂଲାଦେଶରେ ଥମୁନି ହିନ୍ଦୁ ନିର୍ଯାତନା, ଆଉ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ,୧୩।୧: ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି। ହିନ୍ଦୁ ସମ୍ପ୍ରଦାୟ ବିରୁଦ୍ଧରେ ହିଂସା ଜାରି ରହିଛି । ଏହାରି ଭିତରେ ଆଉ ଏକ...

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା: ପ୍ରଶ୍ରୟ ଦେଲେ ….

ଭୁବନେଶ୍ୱର,୧୩ା୧(ତ୍ରିନାଥ ମହାନ୍ତି):ଖଣ୍ଡଗିରି କୁମ୍ଭମେଳାରେ ଆଇନଶୃଙ୍ଖଳା ରକ୍ଷା ସହ ଲୋକଙ୍କ ସୁରକ୍ଷାକୁ ଦୁଷ୍ଟିରେ ରଖି ସୋମବାର ଖଣ୍ଡଗିରି ଥାନା ପୋଲିସ ଏବଂ ଯାତ୍ରା କମିଟି ମଧ୍ୟରେ ପ୍ରସ୍ତୁତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri