Posted inଖେଳ

ହକି ବିଶ୍ୱକପ ମଇଦାନରେ ଭୟଙ୍କର ଦୁର୍ଘଟଣା, ଭାରତୀୟ ଖେଳାଳି ଲହୁଲୁହାଣ

ନୂଆଦିଲ୍ଲୀ, ୧୯।୮: ଭାରତୀୟ ମହିଳା ହକି ଟିମ ମଙ୍ଗଳବାର ଏକ ଐତିହାସିକ ବିଜୟ ହାସଲ କରିଛି। ନେଦରଲାଣ୍ଡ୍ସର ଆମଷ୍ଟେଲଭନ୍‌ରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାକୁ ୬-୧ ଗୋଲ୍‌ରେ ପରାସ୍ତ କରିଛି। ବିଶ୍ୱକପ ଇତିହାସରେ ଏହା ଭାରତୀୟ ମହିଳା ଟିମର ସବୁଠାରୁ ବଡ଼ ବିଜୟ। ଏହି ବିଜୟ ପରେ ଭାରତର ନକଆଉଟ ପର୍ଯ୍ୟାୟକୁ ଯିବାର ସମ୍ଭାବନା ବଢ଼ିଛି। ତେବେ ମ୍ୟାଚ ଶେଷ ହେବାର କିଛି ସେକେଣ୍ଡ ପୂର୍ବରୁ ଭାରତୀୟ ଖେଳାଳି ଇଶିକା ଚୌଧୁରୀ ଆହତ ହେବାରୁ ଟିମର ଚିନ୍ତା ବଢ଼ିଯାଇଛି।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ୫୬ତମ ମିନିଟ୍‌ର ପ୍ରଥମ ଗୋଲ ଦିଆଯାଇଥିଲା। ଏହା ପୂର୍ବରୁ ଭାରତ ୬ଟି ଗୋଲ୍‌ରେ ଆଗୁଆ ଥିଲା। ମ୍ୟାଚ ଶେଷ ହେବାକୁ ଏକ ମିନିଟ୍‌ରୁ କମ ସମୟ ବାକି ଥିବା ବେଳେ ମଇଦାନରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା।

ଇଶିକା ଚୌଧୁରୀ ବଲକୁ ଅଟକାଇବା ସହ ଡିଫେନ୍ସ କରିବାକୁ ଚେଷ୍ଟା କରୁଥିବା ବେଳେ ଦକ୍ଷିଣ ଆଫ୍ରିକାର ଜଣେ ଖେଳାଳିଙ୍କ ହକି ଷ୍ଟିକ୍‌ର ପଛ ଅଂଶ ଦ୍ରୁତ ଗତିରେ ତାଙ୍କ କପାଳରେ ଲାଗିଥିଲା। ଧକ୍କା ଏତେ ଜୋର୍‌ରେ ଥିଲା ଯେ ତାଙ୍କ କପାଳରୁ ରକ୍ତ ବାହାରିବା ଆରମ୍ଭ ହୋଇଥିଲା।

ହକି ଷ୍ଟିକ ଲାଗିବା ମାତ୍ରେ ଇଶିକା ଚୌଧୁରୀ ମଇଦାନରେ ପଡ଼ିଯାଇଥିଲେ। ତୁରନ୍ତ ମେଡିକାଲ ଟିମ ମଇଦାନରେ ପହଞ୍ଚିଥିଲା। ଟିସ୍ୟୁ ଏବଂ କପଡ଼ା ସାହାଯ୍ୟରେ ସପୋର୍ଟ ଷ୍ଟାଫ ଓ ଫିଜିଓ ତାଙ୍କ କପାଳରୁ ବାହାରୁଥିବା ରକ୍ତକୁ ବନ୍ଦ କରିଥିଲେ। ଏହି ଘଟଣା ସମୟରେ ଭାରତୀୟ ଟିମର ଅନ୍ୟ ଖେଳାଳିମାନେ ମଧ୍ୟ ଚିନ୍ତିତ ଓ ବିଚଳିତ ନଜର ଆସିଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri