ଦାରିଙ୍ଗବାଡ଼ିରେ ଦେବଗଡ଼ ଜିଲା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା, ସ୍ବାବଲମ୍ବୀ ହେବାକୁ ଖୋଜୁଛନ୍ତି ବାଟ

ଦାରିଙ୍ଗବାଡ଼ି,୯ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଦେବଗଡ଼ ଜିଲାରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୯ ଜଣିଆ ଟିମ୍‌ ଆସିଛନ୍ତି। ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ଦାରିଙ୍ଗବାଡ଼ି ଅଞ୍ଚଳରେ ବହୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ସ୍ବ ରୋଜଗାରକ୍ଷମ ହେବା ସହ ସଶକ୍ତ ହୋଇପାରିଛନ୍ତି। ଷ୍ଟ୍ରବେରୀ ଚାଷଠାରୁ ଆରମ୍ଭ କରି ଲିଚୁ, ଆମ୍ବ, ଜୈବିକ ପଦ୍ଧତିରେ ହଳଦୀ, ପନିପରିବା ଚାଷ ସମେତ ଜଙ୍ଗଲଜାତୀୟ ଦ୍ରବ୍ୟ ଶ୍ରୀଅନ୍ନ ଯୋଜନାରେ ମାଣ୍ଡିଆ, ଯଅ, କୁଏରୀ ଚାଷ ଓ ତା’ର ପ୍ରସ୍ତୁତିକରଣ ସହ ବିଭିନ୍ନ ମସଲା ଜାତୀୟ ସାମଗ୍ରୀ ଆଦିର ପ୍ରସ୍ତୁତି, ପ୍ୟାକିଂ, ବିକ୍ରିବଟା ସମ୍ପର୍କରେ ଅନୁଧ୍ୟାନ ସହ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନେ ଦୁର୍ଗମ ଭ୍ରମରବାଡ଼ି, ସିଆଙ୍ଗବାଲି, ଶ୍ରାନିକେତା ପଞ୍ଚାୟତର ସୁଲୁମାହା, ଟକରମାଲା, ସୁଗାନକେତା ଆଦି ଅଞ୍ଚଳ ବୁଲି ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର କାର୍ଯ୍ୟ ଦେଖିଥିଲେ।

ସେହିପରି ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ବୁଲିଥିଲେ। ତାଙ୍କୁ ‘ଜାଗୃତି’ର ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ ସହଯୋଗ କରିଥିଲେ। ଦେବଗଡ଼ ଜିଲାର ଏହି ଦଳରେ ସମ୍ବାରି ଗଈପାଇଙ୍କ ସମେତ ମାନି କୁଦାଦା, ପଦ୍ମା ବାରି, ଅମୃତି ପାତ୍ର, ମଙ୍ଗୁଳି ପାତ୍ର, ଲିପି ଟିୟୁ, ଝରଣୀ ମଣ୍ଡଳ, ଶ୍ରଦ୍ଧାଞ୍ଜଳି ସାହୁ ଏବଂ ମନ୍ଦୋଦରୀ ସାହୁ ପ୍ରମୁଖ ସାମିଲ ହୋଇଛନ୍ତି। ତାଙ୍କୁ ଉକ୍ତ ଜିଲା ଜିତା ଅନୁଷ୍ଠାନର ସମ୍ପାଦିକା ଅନୁପମା ରାଉତ କନ୍ଧମାଳ ପଠାଇଥିବା ଦାରିଙ୍ଗବାଡ଼ି ଆସିଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ କହିଛନ୍ତି।

 

Dharitri – Odisha’s No.1, Most Trusted Odia Daily

 

Share